ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁଳିର ଲୁଚକାଳି ଖେଳ, ଲୋକେ ଅତିଷ୍ଠ ଜନଜୀବନ ଅସ୍ତବ୍ୟସ୍ତ

କଲମପୁର – ଥୁଆମୂଳ ରାମପୁର:୧୩/୫ – ସରକାରଙ୍କ ପକ୍ଷରୁ କୁହାଯାଇଛି ପ୍ରତ୍ୟେକ ଗ୍ରାମକୁ ବିଜୁଳି ଯୋଗାଇ ଦିଆଯିବ। ସେ ଅନୁସାରେ ଲୋକେ ଠିକ୍ ସମୟରେ ବିଜୁଳି ପାଉଛନ୍ତି କି ନାହିଁ ତାହା ଉପରେ ସମୀକ୍ଷା କରିବା ପାଇଁ କେହି ନାହିଁ, କିନ୍ତୁ ଠିକ୍ ସମୟରେ ବିଲ ଆସୁଛି, ଲୋକେ ଅର୍ଥ ପଇଠ କରୁଛନ୍ତି, ହେଲେ ବିଜୁଳି ଯୋଗାଣ କ୍ଷେତ୍ରରେ ବିଭାଗ ପକ୍ଷରୁ ବ୍ଯାପକ ଅବହେଳା କରାଯାଉଛି। ଗ୍ରୀଷ୍ମପ୍ରବାହରେ ଲୋକେ ଅତିଷ୍ଠ ହେଉ ଥିବାବେଳେ ବିଜୁଳିର ଲୁଚକାଳି ଖେଳ ଯୋଗୁଁ ତାହା ଆହୁରି ଦ୍ବିଗୁଣିତ କରୁଅଛି। ବିଦ୍ଯୁତ ବିଭାଗର ଅବହେଳା ଦିନକୁ ଦିନ ବୃଦ୍ଧି ପାଇବା କାରଣରୁ ଲୋକେ ବିଜୁଳି ନପାଇ ଅନ୍ଧାର ରାତିରେ ରହିବାକୁ ପଡୁଛି, ଏହା ସହିତ ଗରମରେ ଲୋକେ ହନ୍ତସନ୍ତ ହେଉଛନ୍ତି। ବଡ ବିଡମ୍ବନାର ବିଷୟ ଏହି କି ଯେ, ଯେଉଁ ଜିଲ୍ଲାରେ ଖୁଦ ଶକ୍ତି ମନ୍ତ୍ରୀ ରହୁଛନ୍ତି, ସେ ଜିଲ୍ଲାର ଏକି ଅବସ୍ଥା ବୋଲି ଆଲୋଚନା ହେଉଅଛି। ନିଜେ ଶକ୍ତି ମନ୍ତ୍ରୀ ତାଙ୍କ ଭାଷଣରେ କୁହନ୍ତି ଯେ ମୋ ଜିଲ୍ଲା ସଦାସର୍ବଦା ପାଇଁ ବିଜୁଳି ରହୁଛି କିଛି ଅସୁବିଧା ନାହିଁ, ତେବେ ବିଜୁଳି ବିଭାଗ ଅଧିକାରୀ ମାନେ ଏହା ଉପରେ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଉପରେ କେତେ ଦୂର ସତ୍ଯାସତ୍ଯ ସ୍ପଷ୍ଟ ଜଣାପଡୁଛି। ବିଜୁଳି ଯଦି ଚାଲିଗଲା ତେବେ ବିଭାଗୀୟ ଅଧିକାରୀ ଙ୍କୁ ଫୋନ କରି ବୁଝାବୁଝି କଲେ ସେମାନେ କୁହନ୍ତି ଗୋଟିଏ କଥା ୩୩ କେଭିର ତ୍ରୃଟି ଯୋଗୁଁ ବିଜୁଳି ଯୋଗାଣ କ୍ଷେତ୍ରରେ ଅସୁବିଧା ରହୁଛି, ଏଭଳି ତାଙ୍କର ମନ୍ତବ୍ୟରେ କହୁଥିବା ବେଳେ କେଉଁଠି ତ୍ରୃଟି ରହୁଛି ତାହାର ସଠିକ ଖବର ମିଳିପାରୁ ନାହିଁ। ଯାହାଫଳରେ ଲୋକେ ଗରମ ସାଙ୍ଗକୁ ଅନ୍ଧାର ଘେରରେ ରହୁଛନ୍ତି, ତାଛଡା ଛାତ୍ରଛାତ୍ରୀ ଙ୍କ ପାଠପଢା ପ୍ରତି କେତେଯେ ଅସୁବିଧା ହେଉଥିବ ସହଜରେ ଅନୁମାନ କରାଯାଏ। ଦିନକୁ ଦିନ ଏହି ସମସ୍ୟା ଲାଗିରହୁଛି ହେଲେ ବିଭାଗରୁ ଆରମ୍ଭ କରି ମନ୍ତ୍ରୀ ଯାଏଁ ସମସ୍ତେ ଚୂପଚାପ ରହୁଛନ୍ତି କାହିଁକି, ତେବେ କି ଭଳି ଲୋକଙ୍କୁ ସେବା ଯୋଗାଉଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡ଼ିଛି। ପ୍ରହସନ ପାଲଟିଛି ସବୁ ପ୍ରକାରର ପ୍ରତିଶ୍ରୁତି, ପ୍ରତାରଣା କରାଯାଇଛି ଜନତାଙ୍କୁ, ହେଲେ ଏଠି କି ପ୍ରକାର ବ୍ଯବସ୍ତା ଚାଲିଛି ହିତାଧିକାରୁଙ୍କୁ ବୁଝିବା ମୁସ୍କିଲ ହୋଇପଡିଛି। ବିଜୁଳି ଯୋଗାଣ କ୍ଷେତ୍ରରେ ଯଦି ଏଭଳି ପରିସ୍ଥିତି ରହେ ତେବେ ହିତାଧିକାରୀ ଆନ୍ଦୋଳନାତ୍ମକ ନୀତି ଅବଲମ୍ବନ କରି ଆଗକୁ ଅଫିସ ଘେରାଉ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନାବାଲିକ କୁ ଉଦ୍ଧାର ,ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳବନ୍ଦୀ ଅଞ୍ଚଳର ଦୁଃଖ।। ଜନନୀ ଯନ୍ତ୍ରଣା ର ବିକଳ ଚିତ୍ର : ଗୁହାରି ଶୁଣିବ କିଏ ?

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ନୂଆଖାଇ

Sunil Chandra Nayak

Leave a Comment

error: Content is protected !!