ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ବୁଲିଲା ବୁଲଡୋଜର: ଜାତୀୟ ରାଜପଥ କଡ଼ରୁ ହଟିଲେ ଉଠାଦୋକାନୀ। ବଡ ଜବରଦଖଲକାରୀଙ୍କୁ କେବେ? 

ଜୁନାଗଡ଼ରେ ବୁଲିଲା ବୁଲଡୋଜର: ଜାତୀୟ ରାଜପଥ କଡ଼ରୁ ହଟିଲେ ଉଠାଦୋକାନୀ। ବଡ ଜବରଦଖଲକାରୀଙ୍କୁ କେବେ? 

ଜୁନାଗଡ଼୧୬/୫, (ମନୀସ:) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଦେଖିବାକୁ ମିଳିଛି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ୟାପକ ପୋଲିସ ଫୋର୍ସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରାସ୍ତା କଡ଼ରେ ଥିବା ବେଆଇନ ଉଠାଦୋକାନ ଗୁଡ଼ିକୁ ବୁଲଡୋଜର ସାହାଯ୍ୟରେ ହଟାଇ ଦିଆଯାଇଛି। ପ୍ରଶାସନର ଏହି କଡ଼ା ଆଭିମୁଖ୍ୟ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ପୂର୍ବରୁ ଦିଆଯାଇଥିଲା ନୋଟିସ୍

ସୂଚନା ଅନୁଯାୟୀ, ଏହି ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ଏକ ମାସ ପୂର୍ବରୁ ସମସ୍ତ ବ୍ୟବସାୟୀଙ୍କୁ ସୂଚନା ଓ ନୋଟିସ୍ ପ୍ରଦାନ କରାଯାଇଥିଲା। ତେବେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯେଉଁମାନେ ରାସ୍ତା କଡ଼ରୁ ନିଜର ସାମଗ୍ରୀ ହଟାଇ ନଥିଲେ, ପ୍ରଶାସନ ସେସବୁକୁ ଜବତ କରିଛି। ଏପରିକି କିଛି ବ୍ୟକ୍ତି ନିଜର ବ୍ୟକ୍ତିଗତ ଗୃହ ନିର୍ମାଣ ପାଇଁ ରାସ୍ତା କଡ଼ରେ ରଖିଥିବା ବାଲି, ଗୋଡ଼ି ଭଳି ନିର୍ମାଣ ସାମଗ୍ରୀକୁ ମଧ୍ୟ ପ୍ରଶାସନିକ ଟିମ୍ ଜବତ କରିଥିବା ଜଣାପଡ଼ିଛି।ଉଚ୍ଛେଦ ସମୟରେ ବରିଷ୍ଠ ଅଧିକାରୀ ମୁତୟନ ଉଚ୍ଛେଦ ସମୟରେ ଯେପରି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି କିମ୍ବା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲା, ଧର୍ମଗଡ଼ SDPO ସୁଶ୍ରୀ ଭର୍ଶିଥା ଆଡେପୁ, ଜୁନାଗଡ଼ ତହସିଲଦାର ରଘୁନାଥ ମୁଣ୍ଡାରୀ, ଏନଏସି (NAC) କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ ଏବଂ ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ସାରା ପ୍ରକ୍ରିୟା ଶେଷ ହୋଇଛି।ଉଠା ଦୋକାନୀଙ୍କୁ ରାସ୍ତାରୁ ହଟାଇ ଦିଆଯାଇଥିବା ବେଳେ ଜାତୀୟ ରାଜପଥକୁ ଜବରଦଖଲ କରି ରଖିଥିବା ବଡ଼ ବଡ଼ କୋଠାବାଲା ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ପଛଘୁଞ୍ଚା ଦେଉଛି। ବଡ଼ ଜବରଦଖଲକାରୀଙ୍କ ଉପରେ କେବେ ବୁଲଡୋଜର ଚାଲିବ ଏବଂ ସେମାନଙ୍କୁ କେବେ ଚେତା ମିଳିବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସମ୍ନାକୁ ଆସିଛି।ଏବେ ଏଥିନେଇ ପ୍ରଶାସନ କି ପ୍ରକାର ପଦକ୍ଷେପ ନେଉଛି ଏହା ଦେଖିବାକୁ ବାକି ରହିଲା।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାମଲାଲାଙ୍କ ରାଜାଭିଷେକ ଓ କଳସ ଶୋଭାଯାତ୍ରା

masiha

ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ

Sunil Chandra Nayak

ଦକ୍ଷିଣ ରାଉରକେଲା ରେ ଉତ୍କଳ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!