ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କୁ ଦାବିପତ୍ର 

ଡାବୁଗାଁ ବ୍ଲକ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କୁ ଦାବିପତ୍ର 

ଡାବୁଗାଁ, ୧୭/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଭାଜପା ଜିଲା ଯୁବ ସଭାପତି ଶୁଭଜିତ ପାଣିଗ୍ରାହୀ ରବିବାର ନବରଙ୍ଗପୁର ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝି ଙ୍କୁ ତାଙ୍କର ବାସ ଭବନରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଉକ୍ତ ଦାବି ଗୁଡିକ ହେଲା :- ଡାବୁଗାଁ ମୁଖ୍ୟ ରାସ୍ତା ଅଙ୍ଗୀନଦୀ ଠାରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ସୋଲାର ଲାଇଟ ବ୍ୟବସ୍ଥା, ଡାବୁଗାଁ ଶ୍ମସାନ ଠାରେ ଶବ ଦାହ ଗୃହ ନିର୍ମାଣ ଏବଂ ସୋଲାର ଲାଇଟ ବ୍ୟବସ୍ଥା, ଜିଲା ର ମଧ୍ୟସ୍ଥଳୀ ଡାବୁଗାଁ ହୋଇଥିବାରୁ ଡାବୁଗାଁ ଠାରେ ଏକ ପାନ୍ଥ ନିବାସ ନିର୍ମାଣ କରିବା, ଡାବୁଗାଁ କୃଷି ଫାର୍ମ ଠାରେ ଥିବା ପୋଖରୀକୁ ରୂପାନ୍ତରଣ ଏବଂ ସୁନ୍ଦର ପାର୍କ ନିର୍ମାଣ କରିବା ଓ ଡାବୁଗାଁ ଠାରେ ଶିକ୍ଷକ ମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯଥା ତାଲିମ ପ୍ରଦାନ, ପାଠ୍ୟଚକ୍ରର ଆଲୋଚନା, ପ୍ରକଳ୍ପ କାର୍ଯ୍ୟ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ଏକ ଶିକ୍ଷକ ଭବନ ନିର୍ମାଣ କରିବା ନିମନ୍ତେ ଦାବିପତ୍ରରେ ଉଲ୍ଲେଖ ରହିଛି | ଉକ୍ତ ଦାବି ଗୁଡିକ ଶୀଘ୍ର ଓ ପର୍ଯ୍ୟାୟକ୍ରମେ ପୂରଣ କରାଯିବ ନେଇ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଦୁଇ ବର୍ଷର ବିକାଶ କାର୍ଯ୍ୟର ସମୀକ୍ଷା

Sunil Chandra Nayak

ପାପଡ଼ାହାଣ୍ଡିବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଡକାୟତି ପ୍ରୟାସ ବିଫଳ, ୪ ଗିରଫ

Sunil Chandra Nayak

Leave a Comment

error: Content is protected !!