ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷ୍ଣୁ ଭାଇଙ୍କ ବିୟୋଗରେ ଆଦର୍ଶ ପାଠାଗାରର ଶୋକ

ବିଷ୍ଣୁ ଭାଇଙ୍କ ବିୟୋଗରେ ଆଦର୍ଶ ପାଠାଗାରର ଶୋକ 

ରାଉରକେଲା: କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ସହରର ସର୍ବ ପୂରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଶୋକସଭା ପାଳନ କରାଯାଇଥିଲା। ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ପାଠାଗାରର ସଭାପତି ରାଧାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ତଥା ମାର୍ଗଦର୍ଶକ ବିଷ୍ଣୁ ମହାନ୍ତିଙ୍କ ଜୀବନାଦର୍ଶ ଓ କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ ଆଲୋଚନା କରାଯାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଥିଲା। ଉପସ୍ଥିତ ସଦସ୍ୟମାନେ ତାଙ୍କୁ ଜଣେ ମାନବବାଦୀ ମଣିଷ, କେବଳ ଶ୍ରମିକ ଆନ୍ଦୋଳନ ନୁହେଁ ସମସ୍ତ କ୍ଷେତ୍ରରେ ତାଙ୍କର ଦଖଲ, କମ୍ୟୁନିଷ୍ଟ ନେତାଙ୍କ ମଧ୍ୟରେ ଅଗ୍ରଣୀ ନେତା,ଦଳମତ ତଥା ଜାତି, ଧର୍ମ ନିର୍ବିଶେଷରେ ସେଥିଲେ ସମସ୍ତଙ୍କର ପ୍ରିୟ, ତାଙ୍କର ଦିଗଦର୍ଶନ ଓ ଅଙ୍ଗିକାରବଦ୍ଧତା, ଓଡ଼ିଆ ପ୍ରେମୀ,ସାଲିସ ବିହୀନ ନେତା, ରାଉରକେଲା ଅର୍ଦ୍ଧ ଶତାବ୍ଦୀର ଇତିହାସ ଭାବେ ବାଖ୍ୟା କରିଥିଲେ। ଏହି ଅବସରରେ କବି କୁଞ୍ଜବିହାରୀ ରାଉତ ତାଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ। ପାଠାଗାରର ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅଭୟ କୁମାର ଦାସ, ଚନ୍ଦ୍ରଶେଖର ଶତପଥୀ, ଡାକ୍ତର ବସନ୍ତ କୁମାର ଦାସ, ବିଜୟ କୁମାର ପାତ୍ର, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଗଙ୍ଗାଧର ଦାଶ,ଅଟମ ରଥ, ଟୁକୁଲା ପାଢ଼ୀ, ଜ୍ୟୋତିରଞ୍ଜନ ମହାପାତ୍ର, ସସ୍ମିତା ପ୍ରଧାନ, ସତ୍ୟନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଶେଷରେ ସମ୍ପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ସ୍ବର୍ଗତ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ମୋହନଗିରି ଗସ୍ତ

masiha

ଜମିରେ ତସୁଥିବା ସମୟରେ ଭାରସାମ୍ୟ ହରାଇ  ଓଲଟିଲା ଟ୍ରାକ୍ଟର, ଚାପାରେ ଚାଳକ ମୃତ୍ୟୁ 

Sunil Chandra Nayak

ସତ୍ୟସାଇ ସେବା ଙ୍କ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!