ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଲରାପତରିଆ ବାଘ ଚମଡ଼ା ଜବତ; ୩ ଗିରଫ

କଲରାପତରିଆ ବାଘ ଚମଡ଼ା ଜବତ; ୩ ଗିରଫ

ବ୍ରହ୍ମପୁର,ତା ୧୭/୦୫ ବ୍ରହ୍ମପୁର ପୁଲିସ ଜିଲ୍ଲା ତଥା ଜରଡା ଥାନା ପୋଲିସ ଓ ଚିକିଟି ଫାଣ୍ଡି ପୋଲିସ ଧାନବାଡ ଆଙ୍କୁଲି ଜଙ୍ଗଲରେ କଲରାପତରିଆ ବାଘ ଚମଡ଼ା ବିକ୍ରି କରିବା ପାଇଁ ଯୋଜନା କରୁଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ଚିକିଟି ଏସଡିପିଓଙ୍କ ନେତୃତ୍‌ରେ ଜରଡା ଥାନା ଓ ଚିକିଟି ଫାଣ୍ଡି ପୋଲିସ ମିଳିତ ଭାବେ ଆଙ୍କୁଲି ଜଙ୍ଗଲରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଅଭିଯୁକ୍ତ ମାନେ ପୋଲିସ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ଚାଚାଡଖଟା ଗାଁର ଗୋବିନ୍ଦ ଚନ୍ଦ୍ର ନାୟକ, ବରଡ ଗାଁର ଗଞ୍ଜୁ ରଇତ ଓ ମଙ୍ଗରାଜପୁର ଗାଁର ରିତୁନ ବଡମୁଣ୍ଡି। ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଚିତାବାଘର ଚମଡ଼ା, ଦୁଇଟି ଜୀବନ୍ତ ବୋମା, ଗୋଟିଏ ଖଣ୍ଡା, ଛୁରୀ ଓ ଲୁହାରଡ଼ ଜବତ। ଗିରଫ ପରେ ୩ଜଣ ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରିଛି ଜରଡା ଥାନା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Related posts

ଦୁବୁଲାବେଡାରେ ଠିଆ ହୋଇଥିବା ଦଶ ଚକିଆ ହାଇୱ। ଗାଡ଼ିରୁ ବ୍ୟାଟେରୀ ଚୋରି ନେଇ ଥାନାରେ ଅଭିଯୋଗ 

masiha

ନିଖୋଜ ବୃଦ୍ଧର ଗଳିତ ଝୁଲନ୍ତା ଶବ କାଜୁ ଜଙ୍ଗଲରୁ ଉଦ୍ଧାର, ପୋଲିସର ତଦନ୍ତ ଜାରି

masiha

ଗର୍ଜନ ପାଣି ଗ୍ରାମବାସୀଙ୍କୁ ସୁରକ୍ଷା ଦିଆଯିବ ବୋଲି ଆରକ୍ଷୀ ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ଦେଲେ

Sunil Chandra Nayak

Leave a Comment

error: Content is protected !!