ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଜେଲ୍-ପେଟ୍ରୋଲ୍ ସଙ୍କଟ : ହଇରାଣ ଟ୍ରକ ଚାଳକ ଓ ସାଧାରଣ ଲୋକ

ଡିଜେଲ୍-ପେଟ୍ରୋଲ୍ ସଙ୍କଟ : ହଇରାଣ ଟ୍ରକ ଚାଳକ ଓ ସାଧାରଣ ଲୋକ

କୋଇଡା, : ସମଗ୍ର ଭାରତବର୍ଷରେ ଡିଜେଲ୍ ଓ ପେଟ୍ରୋଲ୍ ଯୋଗାଣରେ ଦେଖାଦେଇଥିବା ସଙ୍କଟର ପ୍ରଭାବ ଏବେ ଖଣି ଅଞ୍ଚଳ କୋଇଡାରେ ଗୁରୁତର ଭାବେ ପଡ଼ିଛି । କୋଇଡା ଅଞ୍ଚଳ ଖଣି ଓ ଶିଳ୍ପ କାର୍ଯ୍ୟକଳାପ ପାଇଁ ପରିଚିତ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଟ୍ରକ ଏହି ରାସ୍ତା ଦେଇ ଯାତାୟାତ କରୁଛି । କିନ୍ତୁ ଅଞ୍ଚଳର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ଡିଜେଲ୍ ଓ ପେଟ୍ରୋଲ୍ ଅଭାବ ଦେଖାଦେବାରୁ ଟ୍ରକ ଚାଳକ, ଗାଡ଼ି ମାଲିକ ଓ ସାଧାରଣ ଲୋକ ଭାରି ହଇରାଣ ହେଉଛନ୍ତି ।

ସକାଳୁ ସକାଳୁ ବିଭିନ୍ନ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ଅନେକ ଟ୍ରକ ଘଣ୍ଟା ଘଣ୍ଟା ଧରି ଡିଜେଲ୍ ପାଇଁ ଅପେକ୍ଷା କରୁଥିବାବେଳେ କେତେକ ପମ୍ପରେ “ନୋ ଷ୍ଟକ୍” ବୋର୍ଡ ଲାଗିଥିବା ଦେଖାଯାଇଛି । ଡିଜେଲ୍ ନମିଳିବାରୁ ଖଣିରୁ ମାଲ ପରିବହନ କାମ ମଧ୍ୟ ପ୍ରଭାବିତ ହେଉଥିବା ସୂଚନା ମିଳିଛି 

ଟ୍ରକ ଚାଳକମାନଙ୍କ କହିବା ଅନୁସାରେ, ଦୀର୍ଘ ସମୟ ଧରି ପମ୍ପରେ ଅପେକ୍ଷା କରିବାରୁ ସମୟ ଓ ଅର୍ଥ ଉଭୟର କ୍ଷତି ହେଉଛି । ଅନେକ ଗାଡ଼ି ରାସ୍ତାରେ ଅଟକି ରହୁଥିବାରୁ ଯାତାୟାତ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସାଧାରଣ ଲୋକମାନେ ମଧ୍ୟ ନିଜ ଦୈନନ୍ଦିନ କାମ ପାଇଁ ପେଟ୍ରୋଲ୍ ନମିଳିବାରୁ ଅସୁବିଧାରେ ପଡ଼ୁଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଖଣି ଅଞ୍ଚଳ ହୋଇଥିବା ସତ୍ତ୍ୱେ ଏଠାରେ ଇନ୍ଧନର ସଠିକ୍ ଯୋଗାଣ ବ୍ୟବସ୍ଥା ନଥିବା ଦୁଃଖଦ ଘଟଣା । ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ପରିବହନ ବ୍ୟବସ୍ଥା ଓ ଶିଳ୍ପ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେଇ କୋଇଡା ଅଞ୍ଚଳର ସମସ୍ତ ପେଟ୍ରୋଲ୍ ପମ୍ପକୁ ପର୍ଯ୍ୟାପ୍ତ ପରିମାଣର ଡିଜେଲ୍ ଓ ପେଟ୍ରୋଲ୍ ଯୋଗାଣ କରିବାକୁ ସ୍ଥାନୀୟ ଲୋକ ଓ ଟ୍ରକ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି ।

କୋଇଡାରୁ ଅକ୍ଷୟ ବିଶ୍ବାଳ

Related posts

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ  ଧର୍ମଗଡ ଏଲନିସି ମିଶନ ସ୍କୁଲର ଭାରତୀ ଅଗ୍ରୱାଲ ଙ୍କ ସଫଳତା…

masiha

ଇଥାନାଲ କାରଖାନାରେ ସ୍ୱାଧୀନତା ଦିବସ ପାଳିତ

masiha

ଦୁବୁଲାବେଡା( ଵିକାଶନଗର)ରେ ଧୂମଧାମରେ ଗଜଲକ୍ଷ୍ମୀ ପୂଜା

masiha

Leave a Comment

error: Content is protected !!