ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେନ ରୁ ଖସି ଯୁବକ ମୃତ, ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ 

ଟ୍ରେନ ରୁ ଖସି ଯୁବକ ମୃତ, ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ 

ଆସିକା, ୧୮/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ତହସିଲ ଅନ୍ତର୍ଗତ ରୁଗୁମୁ ଗ୍ରାମରେ ପୁଣି ଏକ ଦାଦନ ମୃତ୍ୟୁ ଭଳି ଦୁଃଖଦ ଘଟଣା ଘଟିଛି। ରୁଗୁମୁ ଗ୍ରାମର କବିରାଜ ନାଇକ ଙ୍କ ପୁଅ ଜିତୁ ନାଇକ (30) କେରଳ କୁ କାମ କରିବାକୁ ଟ୍ରେନ ଯୋଗେ ଯାଉଥିବା ବେଳେ ବିଶାଖାପତନମ ନିକଟରେ ଅସାବଧାନତା କାରଣରୁ ଖସି ପଡ଼ି ମୃତ୍ୟୁ ବରଣ କରିଥିଲେ। ଆଜି ଜିତୁ ଙ୍କ ର ଶବ ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତିବାସନ ଙ୍କ ନିର୍ଦ୍ଦେଶ କ୍ରମେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ରାଜସ୍ବ ନିରୀକ୍ଷକ ରବୀନ୍ଦ୍ର ଗୌଡ଼ ପ୍ରମୁଖ ଗାଁ ରେ ପହଞ୍ଚି ମୃତକ ଜିତୁ ଙ୍କ ର ବାପା କବିରାଜ ନାଇକ ଙ୍କୁ ରେଡକ୍ରସ ପକ୍ଷରୁ ତିରିଶି ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆଜି ଗାଁ ଶ୍ମଶାନରେ ଜିତୁ ଙ୍କର ଶବ ସତ୍କାର କରାଯାଇଛି ।

Related posts

କଥା ଦେଇ କଥା ରଖିଲେ ରାଜ୍ୟସଭା ସାଂସଦ  ଲାଞ୍ଜିଗଡ ଓ କେସିଙ୍ଗା ପାଇଁ ଦୁଇଟି ଆମ୍ବୁଲାନ୍ସ ଲୋକାର୍ପିତ 

masiha

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ପ୍ରଚେଷ୍ଟାରେ ଭିନ୍ନକ୍ଷମ ମାନଙ୍କୁ ଭ୍ରାମ୍ଯମାଣ ଚୌକି ପ୍ରଦାନ

Sunil Chandra Nayak

World Water Day observed by the Institute of Engineers(India) Rourkela local centre

Sunil Chandra Nayak

Leave a Comment

error: Content is protected !!