ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀନିବାସ ପଣ୍ଡା ଙ୍କ କବିତା ମମତାମୟୀ ମାଆ

ମମତାମୟୀ ମାଆ

 

ଯୁଆଡ଼େ ଯାଏ ଯେଉଁଠି ଥାଏ

       ମାଆ ଆଶିଷ ଥାଏ

ମାଆର ଡାକ ମା’ର ସ୍ନେହ

         କେବେ ନ ଭୁଲି ହୁଏ ।

 

ମାଆ ର କୋଳ ଅସଲ ଘର

        ଘର ମୋ ଲୋଡା ନାହିଁ

ମାଆ ଅଟଇ ମମତାମୟୀ

        ତା ସରି କେହି ନାହିଁ ।

 

ତାହାକୁ କେବେ ଭୁଲିବି ନାହିଁ

      ଯେଉଁଠି ଥିଲେ ରହି

କରିବି ସେବା କରିବି ପୂଜା

       ମନେ ମୋ ଉଣା ନାହିଁ ।

 

ମାଆ ଅଟଇ ସରଗ ପୁରୀ

        ସବୁତ ଅଛି ପାଶେ

ଆଡ ଆଖିରେ ଚାହିଁ ସେ ଦେଲେ

       ଦୁଃଖ ଦୂରେଇ ହସେ ।

 

ସବୁ ମୂଲ୍ୟରେ ଅମୂଲ୍ୟ ମୂଲ

      ହେଉଛେ ସଦା ଋଣୀ

ତାହାର ଋଣ ସୁଝି ହୁଏନି

      ମନେ ହେଉଛେ ଗୁଣୀ ।

 

ମାଆ ଅଟଇ ଅମୃତ ମୟୀ

       ବରଷେ ପ୍ରୀତି ବାରି

ମନ ହରଷେ ରହୁଛେ ନିତି

        ତା’ର ସେବା କରି ।

 

ଶ୍ରୀନିବାସ ପଣ୍ଡା, ଗଞ୍ଜାମ ।

Related posts

ରାଜକୋଟ୍ ର ମୁରବି ଠାରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା, ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବୀ

Sunil Chandra Nayak

ପତ୍ରରୁ ଫୁଟିଲା ଫୁଲ ନା ତାର ବ୍ରହ୍ମକମଳ 

Sunil Chandra Nayak

କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନ ଅଧିକାର କଲେ କବିତା ସାହୁ

Sunil Chandra Nayak

Leave a Comment

error: Content is protected !!