ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀନିବାସ ପଣ୍ଡା ଙ୍କ କବିତା ମମତାମୟୀ ମାଆ

ମମତାମୟୀ ମାଆ

 

ଯୁଆଡ଼େ ଯାଏ ଯେଉଁଠି ଥାଏ

       ମାଆ ଆଶିଷ ଥାଏ

ମାଆର ଡାକ ମା’ର ସ୍ନେହ

         କେବେ ନ ଭୁଲି ହୁଏ ।

 

ମାଆ ର କୋଳ ଅସଲ ଘର

        ଘର ମୋ ଲୋଡା ନାହିଁ

ମାଆ ଅଟଇ ମମତାମୟୀ

        ତା ସରି କେହି ନାହିଁ ।

 

ତାହାକୁ କେବେ ଭୁଲିବି ନାହିଁ

      ଯେଉଁଠି ଥିଲେ ରହି

କରିବି ସେବା କରିବି ପୂଜା

       ମନେ ମୋ ଉଣା ନାହିଁ ।

 

ମାଆ ଅଟଇ ସରଗ ପୁରୀ

        ସବୁତ ଅଛି ପାଶେ

ଆଡ ଆଖିରେ ଚାହିଁ ସେ ଦେଲେ

       ଦୁଃଖ ଦୂରେଇ ହସେ ।

 

ସବୁ ମୂଲ୍ୟରେ ଅମୂଲ୍ୟ ମୂଲ

      ହେଉଛେ ସଦା ଋଣୀ

ତାହାର ଋଣ ସୁଝି ହୁଏନି

      ମନେ ହେଉଛେ ଗୁଣୀ ।

 

ମାଆ ଅଟଇ ଅମୃତ ମୟୀ

       ବରଷେ ପ୍ରୀତି ବାରି

ମନ ହରଷେ ରହୁଛେ ନିତି

        ତା’ର ସେବା କରି ।

 

ଶ୍ରୀନିବାସ ପଣ୍ଡା, ଗଞ୍ଜାମ ।

Related posts

ଜିଲ୍ଲା ସ୍ତରୀୟ 71 ତମ ଗୋ- ସମ୍ବର୍ଦ୍ଧନା ଉତ୍ସବ ପାଳନ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଢେଉ

Sunil Chandra Nayak

ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ନୂଆପଡା ଶାଖା ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସମ୍ବାଦିକଙ୍କ ଆକ୍ରମଣ ପ୍ରତିବାଦ ଏବଂ ନିନ୍ଦା ପ୍ରକାଶ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!