ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲାସ୍ତରରେ ୧୩ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ-୨୦୨୬ ଉଦ୍ ଘାଟିତ

ଢେଙ୍କାନାଳ ଜିଲ୍ଲାସ୍ତରରେ ୧୩ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ-୨୦୨୬ ଉଦ୍ ଘାଟିତ

ଢେଙ୍କାନାଳ : ତା.୧୮.୦୫.୨୦୨୬ ରିଖ : ନିକଟରେ ଢେଙ୍କାନାଳ ଗୋବିନ୍ଦପୁରସ୍ଥିତ ଦୟାନନ୍ଦ ସର୍ଭିସ ମିଶନ୍ ଶିଶୁଗୃହ,ଅନାଥ ଆଶ୍ରମ ଶିଶୁଗୃହ,ବରିଷ୍ଠ ନାଗରିକ ଗୃହ,ଜରାଶ୍ରମ ଅନ୍ତେବାସୀମାନଙ୍କୁ ନେଇ ମଞ୍ଚାସୀନ ଅତିଥି ବୃନ୍ଦଙ୍କ ଦ୍ବାରା ଶ୍ରଦ୍ଧାର ସହ ଉପହାର ପ୍ରଦାନ ପୂର୍ବକ ସକାଳ ୯ ସମୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୧୩ ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ୍ ଦିବସ- ୨୦୨୬ ନିରାଡ଼ମ୍ବର ଭାବରେ ଉଦ୍ ଘାଟିତ ହୋଇଯାଇଛି।କାର୍ଯ୍ଯକ୍ରମ ଆବାହକ ସାମ୍ବାଦିକ ଅଥୟ କୁମାର ସାହୁଙ୍କ ପୌରୋହିତ୍ୟରେ ଓ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶିଳ୍ପୀ ପରେଶଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି, ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ମୁଖ୍ୟବକ୍ତା,ଅନ୍ୟତମ ସମ୍ମାନିତ ଅତିଥି ଭାବରେ କାଦମ୍ବରୀ ମହାଖୁଡ, ସତ୍ୟନାରାୟଣ ବେହେରା,କାକଳୀ ମହାଖୁଡ,କାଦମ୍ବିନୀ ମହାଖୁଡ,ସ୍ମୃତି ରଞ୍ଜନ ନାୟକ,ସଞ୍ଜୟ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ହୋଇ ସ୍ୱୀୟ ବକ୍ତବ୍ୟରେ ଚଳିତ ବର୍ଷର ଆର୍ଟ ଅଫ୍ ଗିଭିଙ୍ଗ୍ ର ବିଷୟବସ୍ତୁ ରହିଅଛି “(ସ୍ୱେଚ୍ଛାସେବା ମାଧ୍ୟମରେ ଚମକାଇବା ପାଇଁ ସେୟାର କରନ୍ତୁ )”।ଦୟା,ଯତ୍ନ ଏବଂ ସଂପର୍କର ଛୋଟ ଛୋଟ କାର୍ଯ୍ୟ ସ୍ୱେଚ୍ଛାସେବା ମାଧ୍ୟମରେ ଚମକାଇବା ପାଇଁ ସେୟାର କରନ୍ତୁ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ସମସ୍ତ ମଞ୍ଚାସୀନ ଅତିଥି ବୃନ୍ଦ ସ୍ଵୀୟ ବକ୍ତବ୍ୟରେ କହିଲେ ଯେ,ଦେବାରେ ଆନନ୍ଦ ଥାଏ।ଆର୍ଟ ଅଫ୍ ଗିଭିଂ ଏକ ଜୀବନ ଦର୍ଶନ।କିନ୍ତୁ,ନିସ୍ୱାର୍ଥପର ଭାବେ ଦାନ, ସାହାଯ୍ଯ ଓ ସହଯୋଗ କଲେ ଆର୍ଟ ଅଫ୍ ଗିଭିଂର ପ୍ରକୃତ ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ସଫଳ ହୋଇପାରିବ।ଆର୍ଟ ଅଫ୍ ଗିଭିଂ ର ଲକ୍ଷ୍ୟ ଓ ନିଜ କ୍ଷମତା ଅନୁସାରେ ଅନ୍ୟକୁ ସାହାଯ୍ଯ ଓ ସହଯୋଗ କଲେ ସମାଜର କଲ୍ଯାଣ ହୋଇପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ କିଟ୍ ଅନୁଷ୍ଠାନର ଡେପୁଟି ମ୍ୟାନେଜର ମାନସ ମିଶ୍ର ଆର୍ଟ ଅଫ୍ ଗିଭିଂ ଦିବସର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଏହି ଦିବସ ପାଳନ ପାଇଁ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରି ୨୦୧୩ ମସିହାରୁ ବିଶ୍ଵବ୍ୟାପୀ ଏହି ଦିବସ ଓ ଆର୍ଟ ଅଫ୍ ଗିଭିଂ ପ୍ରୟାସ ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଆରମ୍ଭ ହୋଇ ଆଜି ବିଶ୍ଵସାରା ୧୩ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ -୨୦୨୬ ପାଳିତ ହେଉଛି।ଏଥିପାଇଁ ପ୍ରତିବର୍ଷ ବିଭିନ୍ନ ବିଷୟବସ୍ତୁ ରଖାଯାଇ ଏହାକୁ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷର ଆର୍ଟ ଅଫ୍ ଗିଭିଙ୍ଗ୍ ର ବିଷୟବସ୍ତୁ ରହିଅଛି “(ସ୍ୱେଚ୍ଛାସେବା ମାଧ୍ୟମରେ ଚମକାଇବା ପାଇଁ ସେୟାର କରନ୍ତୁ )”।ଦୟା,ଯତ୍ନ ଏବଂ ସଂପର୍କର ଛୋଟ ଛୋଟ କାର୍ଯ୍ୟ ସ୍ୱେଚ୍ଛାସେବା ମାଧ୍ୟମରେ ଚମକାଇବା ପାଇଁ ସେୟାର କରନ୍ତୁ।କାର୍ଯ୍ଯକ୍ରମ ଆବାହକ ସାମ୍ବାଦିକ ଅଥୟ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଓ ସୁଶାନ୍ତ ପାଣି ସଭା ସଂଯୋଜନା କରିଥିଲେ।ପ୍ରାରମ୍ଭରେ ଆର୍ଟ ଅଫ୍ ଗିଭିଂ ସମ୍ପର୍କରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ,ଆର୍ଟ ଅଫ୍ ଗିଭିଂ ଲୋଗୋ ଉନ୍ମୋଚନ ଓ ପରିଶେଷରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଚନ୍ଦନ, ଧୂପ,ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ,ମଙ୍ଗଳାଚରଣ ଗାନ, ଶାନ୍ତିପାଠ,ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ଅଥୟ କୁମାର ସାହୁ ସୁପରିଚାଳନା କରିଥିବା ବେଳେ କିଟ୍‌ର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଢେଙ୍କାନାଳ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଏଥିରେ ବହୁସଂଖ୍ୟାରେ ଯୋଗଦାନ କରିଥିଲେ।ପ୍ରକାଶ ଥାଉକି ଏହି ଆର୍ଟ ଅଫ୍ ଗିଭିଂ ଦିବସ ପାଳନ ଉପଲକ୍ଷେ ତା ୧୬.୦୫.୨୦୨୬ ରିଖ ଓ ତା ୧୭.୦୫.୨୦୨୬ ରିଖ ଦୁଇଦିନ ଢେଙ୍କାନାଳ ଜିଲ୍ଲାର ପ୍ରତିଟି ବ୍ଳକ୍ ରେ ଏହି ଉପଲକ୍ଷେ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ମ୍ୟାଚ୍ ମଧ୍ୟ କରାଯାଇଥିଲା।କିଟ୍ ଓ କିସ୍ ଅନୁଷ୍ଠାନର ବହୁ କର୍ମଚାରୀ, ଢେଙ୍କାନାଳ ଜିଲ୍ଲା ଆର୍ଟ ଅଫ୍ ଗିଭିଂ ଶାଖାର,ମୋ ଢେଙ୍କାନାଳର ତଥା ଗୁରୁଦେବଜୀ ଫାଉଣ୍ଡେସନ୍ ର ପ୍ରମୁଖ ସ୍ଵେଚ୍ଛାସେବୀ ଇଂ.ସୌମ୍ୟବ୍ରତ ସାହୁ,କାଦମ୍ବରୀ ମହାଖୁଡ, ସତ୍ୟନାରାୟଣ ବେହେରା,କାକଳୀ ମହାଖୁଡ,କାଦମ୍ବିନୀ ମହାଖୁଡ,ସ୍ମୃତି ରଞ୍ଜନ ନାୟକ,ସଞ୍ଜୟ କୁମାର ବେହେରା, ଡା.ଦେବୀ ପ୍ରସାଦ ମିଶ୍ର,ଆଜୀବନ ସଦସ୍ୟ,ଆର୍ଟ ଅଫ୍ ଗିଭିଂ ଶାଖା,ଢେଙ୍କାନାଳ ଜିଲ୍ଲା,ସମାଜସେବୀ,ଅବୈତନିକ ସମ୍ବାଦଦାତା ପ୍ରମୁଖ ଅନେକ ସହଯୋଗୀ ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ।

ଢ଼େଙ୍କାନାଳରୁ ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ମହାବୀର ଜୟନ୍ତୀ ଅବସରରେ ରାଉରକେଲାରେ ବିଶାଳ ଶୋଭାଯାତ୍ରା

Sunil Chandra Nayak

ଇଣ୍ଡିଆନ ଡେଟୋନେଟର୍ସ ମଜଦୂର ସଭା ପକ୍ଷରୁ ଶ୍ରମିକ ଦିବସ ପାଳନ

ଯୋଜନା ଓ ସଂଯୋଜନ ବିଭାଗ ସ୍ଵତନ୍ତ୍ର ସଚିବ ଶ୍ରୀ ତେମଜେନ୍ ଓ୍ୱାପାଙ୍ଗ ଏଓ ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ,କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା ର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!