ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକର ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ଦାବୀ କଲେ ସମାଜସେବୀ

ଯୁବକର ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ଦାବୀ କଲେ ସମାଜସେବୀ

ଜଳେଶ୍ଵର-୧୮/୫(ମନିସ)- ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ ପଞ୍ଚାୟତର ୫୭ ନଂ ରାଜ୍ୟ ରାଜପଥର ତାଳବଣିଆ ରାସ୍ତା ନିକଟରେ ଆଜି ଅପରାହ୍ନ ୧.୨୦ ମିନିଟ୍ ସମୟରେ ଜଣେ ଯୁବକ ମରି ପଡ଼ିଥିବା ଦେଖି ଗ୍ରାମବାସୀ ମାନେ ନାମ୍ପୋ ଫାଣ୍ଡିରେ ଖବର ଦେଇଥିଲେ। ମୃତ ଯୁବକ ଜଣକ ଆମ୍ବପୁଞ୍ଜା ଗ୍ରାମର ସ୍ବର୍ଗତ ଝାଡେଶ୍ୱର ଦାସଙ୍କ ପୁଅ ନନୀ ଗୋପାଳ ଦାସ(୫୪) ବୋଲି ଜଣା ପଡ଼ିଛି।ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଳେଶ୍ଵର ଜିକେ ଭଟ୍ଟର ଡାକ୍ତରଖାନାକୁ ପଠାଇଛି। ମାତ୍ର ନନୀଗୋପାଳଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କିପରି ହେଲା, ତାହା ସନ୍ଦେହଜନକ ବୋଲି କଂଗ୍ରେସ ନେତା ଗୋପାଳକୃଷ୍ଣ ଜେନା,ପୂର୍ବତନ ସରପଞ୍ଚ କେଶବ ଚନ୍ଦ୍ର ପ୍ରଧାନ ପ୍ରମୁଖ ଘଟଣାର ତଦନ୍ତ  ଦାବୀ କରିଛନ୍ତି।ଅପରପକ୍ଷରେ ବାରମ୍ବାର ଏଭଳି ଅପମୃତ୍ୟୁ ଘଟୁଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି।ମାତ୍ର ଏହି ଘଟଣା ସମ୍ପର୍କରେ ନାମ୍ପୋ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ASIT PATTANAYAK, DY. RANGER, BISRA FOREST RANGE, ROURKELA FOREST DIVISION NABBED BY ODISHA VIGILANCE WHILE TAKING BRIBE RS 18,000/- FROM A VEHICLE OWNER TO RELEASE HIS HIRE CHARGES

masiha

ପୁଲିସ ଓ ଅବକାରୀ ବିଭାଗ ର ମିଳିତ ଚଢାଉ ୫୯ ଲିଟର ଦେଶୀ ରନ୍ଧା ମଦ ଜବତ ୨ ଗିରଫ

masiha

ଅବକାରୀ ଧର ପଗଡ ରେ ଦୁଇ ଜଣ ଆସାମୀ କୋର୍ଟ ରେ କରାଗଲା ହାଜର 

masiha

Leave a Comment

error: Content is protected !!