ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଭାରତ ପୁଷ୍ପରାଗ ପାଇଲେ ୨୦୨୬ ର ଶ୍ରେଷ୍ଠ ନବାଗତ ନାୟକ ସମ୍ମାନ 

ଭାରତ ପୁଷ୍ପରାଗ ପାଇଲେ ୨୦୨୬ ର ଶ୍ରେଷ୍ଠ ନବାଗତ ନାୟକ ସମ୍ମାନ 

ଭୁବନେଶ୍ଵର,୧୯/୫: ମାସିକ ପତ୍ରିକା ‘ବାଣୀଚିତ୍ର’ ର ୫୮ତମ ପୂର୍ତ୍ତି ଅବସରରେ ‘ବାଣୀଚିତ୍ର ସମ୍ମାନ ଉତ୍ସବ’ ଗତ କାଲି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଉଦଘାଟନ କରିଥିଲେ । ଏହି ଅବସରରେ ୨୦୨୫ ନଭେମ୍ବର ୨୧ ରେ ବଡ଼ ପରଦାରେ ରିଲିଜ୍ ହୋଇଥିବା ସିନେମା ‘ଦର୍ପଣ’ ପାଇଁ ଶ୍ରେଷ୍ଠ ନବାଗତ ମୁଖ୍ୟ ନାୟକ ଭାବେ ସମ୍ମାନ ପାଇ ପୁରସ୍କୃତ ହୋଇଛନ୍ତି ଦର୍ପଣ ସିନେମା ର ମୁଖ୍ୟ ନାୟକ ଭାରତ ପୁଷ୍ପରାଗ । ଭାରତ ପୁଷ୍ପ ରାଗ ସିନେମା ଜଗତ ସହ ବହୁ ବର୍ଷରୁ ଜଡ଼ିତ ଥିବା ବେଳେ ସିଏ ୨୦୧୫ ରୁ ସିନେମା ଜଗତରେ ତାଙ୍କ କ୍ୟାରିଅର ଆରମ୍ଭ କରିବାକୁ ବହୁତ୍ ପରିଶ୍ରମ କରୁଥିଲେ ଓ ପିଲା ବେଳୁ ସ୍କୁଲ୍ ରେ ପଢୁଥିବା ବେଳେ ତାଙ୍କର ସିନେମା ଜଗତ କୁ ଆସିବା ପାଇଁ ବହୁ ସ୍ୱପ୍ନ ଓ ଇଚ୍ଛା ଥିଲା ଓ ଛୋଟ ବେଳୁ ତାଙ୍କର ଦୁର୍ବଳତା ଥିଲା ସିନେମା କୁ ନେଇକି। ସିଏ ମଧ୍ୟମ ଶ୍ରେଣୀ ପରିବାର ର ହୋଇଥିବା ବେଳେ ସେ ଜୀବନରେ ବହୁ ସଂଘର୍ଷ କରିକି ଓ ପରିଶ୍ରମ କରିକି ତାଙ୍କ ଇଚ୍ଛା ଓ ସ୍ୱପ୍ନ କୁ ଆଜି ଦିନରେ ସାକାର କରିଛନ୍ତି ଓଡ଼ିଆ ସିନେମା ଜଗତରେ। ଭାରତ ଆଗୁରୁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ରେ ବହୁ ମ୍ୟୁସିକ୍ ଭିଡିଓ ଓ ଆଲବମ୍ ରେ ନିର୍ଦ୍ଦେଶନା ଓ ନାୟକ ଭାବେ କାମ କରିଥିବା ବେଳେ ଗତ ବର୍ଷ ତାଙ୍କ ନିର୍ଦ୍ଦେଶିତ ଓ ଅଭିନୀତ ସିନେମା ‘ଦର୍ପଣ’ ବଡ଼ ପରଦାରେ ରିଲିଜ୍ ହୋଇଥିବା ବେଳେ ସିଏ ଏହି ବର୍ଷ ବାଣୀଚିତ୍ର ସମ୍ମାନ ଉତ୍ସବରେ ଶ୍ରେଷ୍ଠ ନବାଗତ ନାୟକ ଭାବେ ପୁରଷ୍କୃତ ହୋଇଛନ୍ତି ଓ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି। ସିଏ ଆଶା ରଖିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆହୁରି ଭଲ ଭଲ ସିନେମା ଅଭିନୟ ସହ ନିର୍ଦ୍ଦେଶକ ଭାବେ ଆଗୁକୁ ଆହୁରି ଭଲ ସିନେମା ଦର୍ଶକଙ୍କୁ ଭେଟୀଦେବେ ଓ ଆହୁରି ଭଲ ପାଇବା ଓ ଅଶ୍ରୀବାଦ ପାଇବେ । ଆଶା କରୁଛୁ ସିଏ ସିନେମା ଜଗତ ରେ ଆହୁରି ସଫଳତା ଲାଭ କରନ୍ତୁ ଓ ଆଗକୁ ବଢନ୍ତୁ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ରଜରେ ରାଜ୍ କଲା ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’

Sunil Chandra Nayak

ମଦଦ୍’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

masiha

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ର ତୃତୀୟ ସନ୍ଧ୍ୟା

masiha

Leave a Comment

error: Content is protected !!