ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କେସିଙ୍ଗା ସ୍ଥିତ ବେଦାନ୍ତର ପମ୍ପ ହାଉସ ରୁ ତମ୍ବାତାର ଚୋରି ଘଟଣା ,୫ଜଣ ଗିରଫ,  ଏସ.ପି.ଙ୍କ ପ୍ରେସ ମିଟରେ ସୂଚନା

କେସିଙ୍ଗା ସ୍ଥିତ ବେଦାନ୍ତର ପମ୍ପ ହାଉସ ରୁ ତମ୍ବାତାର ଚୋରି ଘଟଣା ,୫ଜଣ ଗିରଫ,  ଏସ.ପି.ଙ୍କ ପ୍ରେସ ମିଟରେ ସୂଚନା

କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ବେଦାନ୍ତ ପମ୍ପ ହାଉସ ରୁ ଗତ ୧୫ତାରିଖ ଦିନ ତମ୍ବାତାର ଚୋରି ହୋଇଥିଲା।ଏ ନେଇ ବେଦାନ୍ତର ସାଇଟ ଇନ ଚାର୍ଜ ଯଶୋବନ୍ତ ନନ୍ଦ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଏହି ଅଭିଯୋଗ କୁ ଭିତ୍ତି କରି କେସିଙ୍ଗା ପୋଲିସ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।ଗତକାଲି ଅପରାହ୍ନରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅମାଠ ଚକ ନିକଟରେ ଛକି ବସିଥିଲେ ଓ ଅଭିଯୁକ୍ତ ମାନଙ୍କୁ କାବୁ କରିଥଲେ। ଏନେଇ ଆଜି କଳାହାଣ୍ଡି ଏସ ପି ନାଗରାଜ ଦେବରକୋଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ପ୍ରଦାନ କରିଥିଲେ।ଏହି ଚାରି ଜଣ ଚୋର ମାନେ ହେଲେ ଛତିଶଗଡ଼ ପ୍ରଦେଶ ର ମହାସମୁନ୍ଦ ଜିଲା ବାସ୍ନା ଗ୍ରାମର ୱାର୍ଡ ନ ୨ ଜିଡ୍ଡୀ(୨୭),ମହାସମୁନ୍ଦ ର ୱାର୍ଡ ନ.୪ର ପକ୍ଲୁ ଦେୱାର(୨୩), ବାଗବାହାରା ଥାନା ଅଧିନସ୍ଥ ରାବଣଭଟା ଗ୍ରାମର ଜୋହନ(୪୦),କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ର ଦେବ ମାଝୀ(ଋଷି)୨୫,ଏହି ଚାରି ଜଣ ଚୋର ସହିତ ବଲାଙ୍ଗିରର ସୁଦପଡାର ତମ୍ବାତାର କିଣୁଥିବା ଯୁବକ ମହମ୍ମଦ ଜିଲାନୀ(୩୪)ଙ୍କୁ କେସିଙ୍ଗା ପୋଲିସ ଗତକାଲି ଅପରାହ୍ନରେ ଅମାଠଛକ ରେ କାବୁ କରି ଗିରଫ କରିଥିଲା ଏହି ଚୋର ମାନେ କେସିଙ୍ଗା ରୁ ବଲାଙ୍ଗିର କୁ ବିକ୍ରି କରିବା ପାଇଁ ଏକ ଟାଟା ଏସି ଚାରି ଚକିଆ ଗାଡି ରେ ୪କ୍ୱିଣ୍ଟାଲ ୮୦କେଜି ମୂଲ୍ୟବାନ ତମ୍ବାତାର ଭର୍ତ୍ତି କରି ନେଉଥିବାବେଳେ କେସିଙ୍ଗା ପୋଲିସ ଅମାଠ ଛକ ନିକଟରେ କାବୁ କରିଥିଲା ବୋଲି ଏସ ପି ସୁଚନା ପ୍ରଦାନ କରିଛନ୍ତି।ଯାହାର ମୂଲ୍ୟ ୧୦ଲକ୍ଷ ଟଙ୍କା ର ବୋଲି ପୋଲିସ ସୂଚନା ଦେଇଛି।ଏଥି ସହ ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ଦୁଇ ଲକ୍ଷ ୫୦ହଜାର ଟଙ୍କା ମଧ୍ୟ ଜବତ କରିଥିବା କଳାହାଣ୍ଡି ଏସ ପି ସୂଚନା ଦେଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ, ସନ୍ଦୀପ ମାଝୀ,ଆଇ ଆଇ ସି ଜିତେନ୍ଦ୍ର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କାମାକ୍ଷାନଗରରୁ -ପଶ୍ଚିମବଙ୍ଗ ଯାଉଥିଲା କେନ୍ଦୁକାଠ l ପୂର୍ବ ଓ ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ଚଢାଉ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ କେନ୍ଦୁ କାଠଗଣ୍ଡି ଜବତ ବନ୍ଧୁକ ଓ ବମ୍ ପକାଇ କେନ୍ଦୁ କାଠ ମାଫିଆ ଫେରାର

Sunil Chandra Nayak

ବାମନଘାଟୀ ଉପଖଣ୍ଡରେ ବାଦାମପାହାଡ ପୋଲିସ , ହାଟବାଦଡା ପୋଲିସ , ବଜରଙ୍ଗ ଦଳ ଓ ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ୪ ଗୋ ବୋଝେଇ ଟ୍ରକ ଜବତ ‘! ୧୦୫ ଜୀବନ୍ତ ଗୋରୁ,୧ ଆହତ ଏବଂ ୩ ମୃତ ଗୋରୁ ଉଦ୍ଧାର; ୪ ଗୋଵୋଝେଇ ଟ୍ରକ ଜବତ

masiha

ମହାବଳ ବାଘ ଛାଲ ସହ ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!