ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକପ୍ରିୟ ନେତାଙ୍କ ପରଲୋକ, ଦୁଃଖ ପ୍ରକାଶ କଲେ ସମାଜସେବୀ

ବାଲେଶ୍ବର,୧୩/୫/୨୨- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତର ଜଣେ ଲୋକପ୍ରିୟ ନେତାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ନାମ ରାଜେନ୍ଦ୍ର ଜେନା ଓରଫ ରାଜୁ ଜେନା । ମାତ୍ର ୫୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି ଶ୍ରୀ ଜେନା । ସେ ଜଣେ ସଚ୍ଚୋଟ ରାଜନୈତିକ ନେତା ଥିଲେ । ବିଭିନ୍ନ ସମୟରେ ପଞ୍ଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ପଦ ଓ ପଦବୀରେ ରହି ଉତ୍ତମ ସେବା ମାଧ୍ୟମରେ ଅଞ୍ଚଳବାସୀଙ୍କର ଅତି ପ୍ରିୟ ଥିଲେ । ଗରସଙ୍ଗ ସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁବରଣ କରିଛନ୍ତି । ହୃଦଘାତ ଜନିତ ମୃତ୍ୟୁ ହୋଇଥିବା କଥା ସ୍ଥାନୀୟ ଲୋକଙ୍କ ଠାରୁ ଜାଣିବାକୁ ମିଳିଛି । ବ୍ଲକ ତଥା ସମୃକ୍ତ ଅଞ୍ଚଳରେ ସେ ଜଣେ ଅତି ନିରୀହ, ସଚ୍ଚୋଟ, ପରୋପକାରୀ, ମିଷ୍ଟଭାଷୀ, ସ୍ନେହୀ, ଧାର୍ମିକ ଓ ନ୍ଯାୟପରାୟଣ ବ୍ଯକ୍ତି ଥିବାରୁ ତାଙ୍କ ମୃତ୍ୟୁରେ ସମ୍ପୃକ୍ତ ଅଞ୍ଚଳରେ ଶୋକରଛାୟ ଖେଳିଯାଇଛି । ମୃତ୍ୟୁ ଖବରପାଇ ଶହଶହ ଲୋକ ଗରସଙ୍ଗ ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଓ ବିଭିନ୍ନ ସ୍ବଚ୍ଛେସେବୀ ସଙ୍ଗଠନର କର୍ମକର୍ତ୍ତାଡଙ୍କ ସମେତ ଖଇରା ବ୍ଲକର ଜଣେ ସଚ୍ଚୋଟ, ଦୟାବନ୍ତ, ପରୋପକାରୀ ଓ ସରଳ ସମାଜସେବୀ ଅସିତ କୁମାର ଜେନା ତାଙ୍କ ଗ୍ରାମରେ ପହଞ୍ଚି ଅଞ୍ଚଳବାସୀ ଜଣେ ଲୋକପ୍ରିୟ ନେତାଙ୍କୁ ହରାଇଲା ବୋଲି କହି ଦୁଃଖ ପ୍ରକାଶ କରିଥିଲେ । ଏବଂ ଶେଷରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଫେରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସମ୍ଭାବନା

Sunil Chandra Nayak

ସାଧନା ପଣ୍ଡା ଙ୍କ କବିତା ଚିଠି

Sunil Chandra Nayak

ସକାଳ ର ଜଣାଣ

Sunil Chandra Nayak

Leave a Comment

error: Content is protected !!