ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ଓ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରାଜ୍ୟ ରେ ଶ୍ରେଷ୍ଠ ସ୍କାଉଟ କ୍ୟାମ୍ପରୀ ଭାବେ ବିବେଚିତ। ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଙ୍କ ଦ୍ଵାରା ଆଜି ପୁରସ୍କୃତ….

କଳାହାଣ୍ଡି ଜିଲ୍ଲା ଓ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରାଜ୍ୟ ରେ ଶ୍ରେଷ୍ଠ ସ୍କାଉଟ କ୍ୟାମ୍ପରୀ ଭାବେ ବିବେଚିତ

ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଙ୍କ ଦ୍ଵାରା ଆଜି ପୁରସ୍କୃତ….

ଧର୍ମଗଡ଼ :କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ଼ କ୍ୟାମ୍ପରୀ ଶ୍ରେଷ୍ଠ ଭାବେ ବିବେଚିତ ହୋଇଛି।ରାଜ୍ୟ ସ୍କାଉଟ କମିଶନର ଙ୍କ ସୁପାରିଶ କ୍ରମେ ଏହି କ୍ୟାମ୍ପରୀ ରାଜ୍ୟ ରେ ସର୍ବୋତ୍ତମ ବିବେଚିତ ହୋଇ ରାଜ୍ୟପାଳ ପୁରସ୍କାର ପାଇଁ ମନୋନୀତ ହୋଇଥିଲା। 

ଆଜି ଭୁବନେଶ୍ବରସ୍ଥିତ ଲୋକ ଭବନ ର ନିଉ ଅଭିଷେକ ହଲ ରେ ଆୟୋଜିତ ସ୍କାଉଟ ଓ ଗାଇଡ଼ କ୍ୟାମ୍ପରୀ ର ରାଜ୍ୟସ୍ତରୀୟ ପୁରସ୍କାର ବିତରଣ 

କାର୍ଯ୍ୟକ୍ରମରେ ଓଡିଶାର ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାହାଣ୍ଡିକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍କାଉଟ ଓ ଗାଇଡ଼ ମାନଙ୍କୁ ଦେଶ ସେବା ରେ ବ୍ରତୀ ହେବା ପାଇଁ ଉଦବୋଧନ ଦେଇଥିବା ବେଳେ ରାଜ୍ୟପାଳ ଡ଼କ୍ଟର ହରିବାବୁ କମ୍ବମପତି ବିଦ୍ୟାଳୟ ସ୍ୱଛତା ପରିବେଶ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ସ୍କାଉଟ ଓ ଗାଇଡ଼ ଓଡିଶା ର ରାଜ୍ୟ କମିସନର ଡ.କାଳୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ମହାମହିମ ରାଜ୍ୟପାଳଙ୍କ ଠାରୁ କଳାହାଣ୍ଡି ଜିଲ୍ଲା ଶିକ୍ଷlଧିକାରୀ ତଥା ଜିଲ୍ଲା ସ୍କାଉଟ କମିଶନର ଶ୍ରୀ ରାଧା କାନ୍ତ ଛାତ୍ରୀ, ଜିଲ୍ଲା ସ୍କାଉଟ ସମ୍ପାଦକ ଶ୍ରୀ ରୁପସିଂ ରାଉତ ଓ ଆୟୋଜକ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜୟନ୍ତ କୁମାର ମୁଣ୍ଡ ଓ ଶାରୀରିକ ଶିକ୍ଷା ଶିକ୍ଷକ ତଥା ନୋଡାଲ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ ପୁରସ୍କାର ଗ୍ରହଣ କରିଥଲେ।

ଏହି ଅବସରରେ କଳାହାଣ୍ଡି ଜିଲ୍ଲା ର ୧୦ଜଣ ସ୍କାଉଟ ଓ ଗାଇଡ଼ ତାଙ୍କରି କୃତିତ୍ୱ ପାଇଁ ରାଜ୍ୟପାଳ ଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ପୁରସ୍କୃତ କଳାହାଣ୍ଫି ଜିଲ୍ଲାର ୧୦ ଜଣ ମଧ୍ୟରେ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ମୟଙ୍କ ସାଗର ଓ ଶିବଶୁତୋଷ କୁମାର ସାମିଲ ଅଛନ୍ତି।

 ସୁଚନା ଯୋଗ୍ୟ ଯେ,କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ମାର୍ଚ୍ଚ ୨୮ରୁ ୩୦ ତାରିଖ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ଼ କ୍ୟାମ୍ପରୀ ଅନୁଷ୍ଠିତ ହୋଇଥିଲା ଯେଉଁ ଠାରେ ୭୩୦ଜଣ ସ୍କାଉଟ ଓ ଗାଇଡ଼ ଭାଗ ନେଇଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାକୁ ଉଦଘାଟନ କରି ଅତି ସୁନ୍ଦର ସୁଶୃଙ୍ଖଳିତ ଓ ବଳିଷ୍ଠ ଭାବେ ଏହା ସମ୍ପାଦିତ ହୋଇଥିବାରୁ ଭୂୟସୀ ପ୍ରଂଶସା କରିଥିଲେ।

ଏହି କୃତିତ୍ୱ କୁ ନେଇ ଜିଲ୍ଲାବ୍ୟାପୀ ଖୁସିର ଲହରୀ ଖେଳି ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଙ୍କ ବଳିଷ୍ଠ ମାର୍ଗଦର୍ଶନ ରେ ଏହି ସଫଳତା ପ୍ରାପ୍ତ ହୋଇଛି ବୋଲି ଆୟୋଜକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଜୟନ୍ତ କୁମାର ମୁଣ୍ଡ ନିଜ ପ୍ରତିକ୍ରିୟାରେ ରୁ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାର୍ବତୀ ମାର୍ଣ୍ଡୀଙ୍କ ସଫଳତା

Sunil Chandra Nayak

ମସ୍କାଗୁଡାଠାରେ କ୍ଳଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ପୃଥକ ଦୁର୍ଘଟଣା ରେ ୫ ଆହତ ୧ ଗୁରୁତ୍ତର 

Sunil Chandra Nayak

Leave a Comment

error: Content is protected !!