ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଲ୍ଯାମ୍ପର ଵାର୍ଷିକ ସାଧାରଣ ସଭା ୨୦୨୬-୨୭

ରାଇରଙ୍ଗପୁର ଲ୍ଯାମ୍ପର ଵାର୍ଷିକ ସାଧାରଣ ସଭା ୨୦୨୬-୨୭

ରାଇରଙ୍ଗପୁର – ୨୦/୦୫ — ରାଇରଙ୍ଗପୁର ବୃହଦାକାର ଆଦିବାସୀ ଵହୁମୁଖୀ ସମବାୟ ସମିତି ଲିଃ ଆନୁକୁଲ୍ୟରେ ସଭାପତି ସୁଗଦା ମାରାଣ୍ଡିଙ୍କ ସଭାପତିତ୍ବରେ ୨୦୨୬-୨୭ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଏମସିସି ବ୍ୟାଙ୍କ ମେନେଜର ଅନୁପମ ସାହୁ,ଏଆରସିସିର ମିର୍ଜା ହେମ୍ବ୍ରମ୍, ଏମଡି ଶ୍ରୀମତୀ ଲୋପାମୁଦ୍ରା ମହାନ୍ତ,ଉପସଭାପତି ପାରାଓ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ ।ଏମଡି ଲୋପାମୁଦ୍ରା କୃଷି ସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରିଥିଲେ ।କୃଷକମାନେ ଦେଶର ଅନ୍ନଦାତା ।ତାଙ୍କର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ତାଙ୍କ କାର୍ଯ୍ୟାଳୟ ଚାଷୀମାନଙ୍କ ପାଇଁ ସବୁବେଳେ ଉନ୍ମୁକ୍ତ ।ସମସ୍ତ ଯୋଜନା ଉପଲବ୍ଧ ଅଛି ।ଚାଷୀମାନେ ନିଜ ନାମ ପଂଜିକୃତ କରିବା ସହ ପଡୋଶୀ ଏବଂ ଅନ୍ଯଚାଷୀମାନଙ୍କୁ ପଞ୍ଜିକୃତ କରିବାରେ ସହାୟକ ହୁଅନ୍ତୁ ।କ୍ୟାମ୍ପରେ ଵିଭିନ୍ନ‌ସରକାରୀ ବିହନ ଓ ସାର ,ଔଷଧ ଉପଲବ୍ଧ ଅଛି ।ପଞ୍ଜିକୃତ ଚାଷୀମାନେ ଏହାର ଲାଭ ଉଠାଇ ପାରିବେ । ସହଜରେ ଋଣ ମଧ୍ଯ ପ୍ରଦାନ କରାଯିବା ବ୍ୟବସ୍ଥା ଅଛି ।ତେଣୁ ଚାଷୀମାନେ ଅଫିସ ଆସନ୍ତୁ ସମସ୍ତେ ତଥ୍ୟ ନିଅନ୍ତୁ ।ପଞ୍ଜିକୃତ ଚାଷୀମାନଙ୍କ ଠାରୁ କେବଳ ଧାନ କ୍ରୟ କରାଯିବ ବୋଲି କହିଥିଲେ ।ଏହି ସଭାରେ ୩୦୦ ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ ।ପରିଚାଳନାରେ ଆଶୁତୋଷ ମହାନ୍ତ,ସଞ୍ଜିତ ବାରିକ,ରୁପାଲି ମହାନ୍ତ,କୃଷ୍ନ ମହାନ୍ତ,ଇନ୍ଦ୍ରଜିତ ବାରିକ,ବିଶ୍ବକଳ୍ପିତା ମହାନ୍ତ,ରୋହିତ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

 

Related posts

ଜେକେ କାଗଜ କଳ ପରିସରରେ 78 ତମ ସ୍ଵାଧୀନତା ଦିବସ ପାଳନ 

masiha

ସଫ୍ଟବଲ ପ୍ରତିଯୋଗୀତାରେ ବିଜୟୀ ବାକିକା ଦଳକୁ ସ୍ୱାଗତ ସମ୍ବର୍ଦ୍ଦନା

masiha

ରାଇଘର ଦେଓଭରଣ୍ଡି ଠାରେ ଦୁର୍ଘଟଣା ଘଟି ୬ ଗୋଟି ଗାଈ ସହ ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!