ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ତରଫରୁ ସ୍ମୃତି ଚାରଣ ସଭା
ନବରଂଗପୁର:(୨୧|୫)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ନବରଙ୍ଗପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ତୃପ୍ତି ସମ୍ମିଳନୀ କକ୍ଷଠାରେ ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନର ଜଣେ ସକ୍ରିୟ କାର୍ଯ୍ୟକାରିଣୀ ସଦସ୍ୟl ସ୍ଵର୍ଗୀୟl ସି ଏଚ୍ ଉଷାରାଣୀଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ ହୋଇଯାଇଅଛି l ଉତ୍କଳ ପରିଷଦର ସଭାପତି ଶ୍ରୀ ବିଜୟ ଚୌଧୁରୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଉପଦେଷ୍ଟା ଶ୍ରୀ ଜଗନ୍ନାଥ ମହାପାତ୍ର , ସମ୍ବାଦ ସାହିତ୍ୟଘର ସଭାପତି ଡ ସାଇ ରମେଶ ରାଓ, ସମ୍ପାଦକ ଅଧ୍ୟାପକ ଅଖିଳ କୁମାର ଭଟ୍ଟ, ବରିଷ୍ଠ ସଭ୍ୟ ଶ୍ରୀ ଗଣେଶ୍ୱର ଦାସ, ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ସ୍ୱର୍ଗୀୟl ଉଷାରାଣୀଙ୍କ ସ୍ମୃତି ଚାରଣ କରିଥିଲେ l ସର୍ବପ୍ରଥମେ ସେହି ମହାନ ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ପରେ ସ୍ମୁତି ଚାରଣ କରାଯାଇଥିଲା l ସ୍ଵର୍ଗୀୟା ଶ୍ରୀମତୀ ଉଷାରାଣୀ ଶିକ୍ଷାଦାନ ସହିତ ନବରଙ୍ଗପୁରର ଉତ୍କଳ ପରିଷଦ, ସମ୍ବାଦ ସାହିତ୍ୟ ଘର, କୁଞ୍ଜ ବିହାରୀ ପାଠାଗାର, ସୀମାନ୍ତ ସାହିତ୍ୟ ପରିବାର, ଶ୍ରୀମା ଅରବିନ୍ଦ ଭଳି ଅନେକ ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ l କିନ୍ତୁ ପୁରୀଠାରେ ନିଜ ସ୍ଵାମୀଙ୍କ ଶ୍ରାଦ୍ଧ କର୍ମ ସାରି ଫେରିବା ବାଟରେ ପାପଡ଼ାହାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନିଜ ଝିଅଙ୍କ ସହ ପ୍ରାଣ ହରାଇଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ୱର୍ଗୀୟl ଉଷାରାଣୀଙ୍କ ଭଳି ଜଣେ ଶାନ୍ତ ସରଳ ଧର୍ମପରାୟଣ ତଥା ଆଦର୍ଶ ଶିକ୍ଷୟତ୍ରୀ ବିୟୋଗରେ ଦୁଇ ଅନୁଷ୍ଠାନ ତଥା ଶିକ୍ଷା ବିଭାଗରେ ଏକ ଅପୂରଣୀୟ କ୍ଷତି ହେଲା ବୋଲି ମତ ପ୍ରକାଶ ପାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ପ୍ରଭାସିନୀ ମହାନ୍ତି, ଯୁଗ୍ମ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ,ସୁରେଶ ଚନ୍ଦ୍ର ମିଶ୍ର, ନିରଞ୍ଜନ ମିଶ୍ର, ଜଗନ୍ନାଥ ବେହେରା, ହୃଷୀକେଶ ଦାସ, ରବିକାନ୍ତ ରଘୁରାମ, ରାମକୃଷ୍ଣ ପାତ୍ର, ଗୋପାଳ କୃଷ୍ଣ ପାଣିଗ୍ରାହୀ, ଅଧ୍ୟାପକ ବନବିହାରୀ ଦାସ,ଝରଣା ପଟ୍ଟନାୟକ, ଡଃ.ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ସୁଶୋଭିତ ମେରିଲିନ୍ ତୁରୁକ, ଅପରାଜିତା ଶତପଥୀ,ରଜନୀ କୁମାର ପାତ୍ର,ସ୍ୱର୍ଣ୍ଣଲତା ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ସ୍ମୃତି ଚାରଣ କରିଥିଲେ l

