ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ସମାଜସେବୀ ମହିପାଳ

ଉତ୍କେଳା,୧୩/୦୫, (ମ ନି ସ) କେସିଙ୍ଗା ବ୍ଲକ ବାହାଦୁରପଦର ର ମହିପାଳ ପୋଡ ଛାତ୍ର ସମୟରୁ ସମାଜସେବା କାର୍ଯ୍ୟକୁ ପାଳନ କରି ଏକ ନିହାରା ପ୍ରୟାସ ଆରମ୍ଭ କରିଛନ୍ତି । ଆଜିକାଲି ଅନେକ ଲୋକ ବ୍ୟସ୍ତ ବହୁଳ ଜୀବନରେ କିଏ କାହା ପାଇଁ ସହଯୋଗ କରିବା ଦୂରର କଥା ଟିକିଏ କାହା କଥା ମଧ୍ୟ ବୁଝନ୍ତି ନାହିଁ , ହେଲେ ସମାଜସେବୀ ଶ୍ରୀ ପୋଡ଼ କେସିଙ୍ଗା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁକୁ ଯାଇ ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝନ୍ତି ଯଥା- ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା , ଚାଉଳ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା ଯୋଜନାରେ ପାଉଣା ପାଇଁ, ଭିନ୍ନକ୍ଷମ ମାନଙ୍କ ସହଯୋଗ ପାଇଁ ଓ ରାସ୍ତାଘାଟ ନିର୍ମାଣ ସ୍ବାସ୍ଥ୍ୟ ଶିକ୍ଷା ଓ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ଯୋଜନା କେମିତି ଲୋକମାନେ ସାମିଲ ହୋଇପାରିବେ ସେ ନେଇ ଲୋକ ମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ପ୍ରଶାସନକୁ ଜଣାଇ ସେମାନଙ୍କୁ କେମିତି ସହାୟତା ମିଳିପାରିବ ସମାଧାନ କରନ୍ତି ଓ ବିଭିନ୍ନ ସ୍ଥାନରେ ପଥଚାରୀ ମାନଙ୍କ ପାଇଁ ଜଳଛତ୍ର ମଧ୍ୟ ଖୋଳିଛନ୍ତି। ସମାଜସେବୀ ଶ୍ରୀ ମହିପାଳ ପୋଡ଼ ଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଜ୍ୟୋତି ତୁମେ ଦ୍ରୌପଦୀ ମୁର୍ମୁ

Sunil Chandra Nayak

ମଧୁସ୍ମିତା ସାହୁ ଙ୍କ କବିତା ଶ୍ରାବଣୀ

Sunil Chandra Nayak

ରୁପ୍ରା ରୋଡ ଠାରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!