ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ୟାସ ଦର ବୃଦ୍ଧି ସମସ୍ୟା ନେଇ ପୁରୁଣା ପରମ୍ପରାକୁ ଫେରାଇବାର ଅନନ୍ୟ ପ୍ରୟାସ ଜାରୀ 

ଗ୍ୟାସ ଦର ବୃଦ୍ଧି ସମସ୍ୟା ନେଇ ପୁରୁଣା ପରମ୍ପରାକୁ ଫେରାଇବାର ଅନନ୍ୟ ପ୍ରୟାସ ଜାରୀ 

କଟକ : ସମୟ ସହିତ ବଦଳିଛି ଜୀବନଶୈଳୀ l ମାଟି ଚୁଲା, କାଠ ଜାଳ ଓ ଗ୍ରାମ୍ୟ ରୋଷେଇ ର ସୁଗନ୍ଧ ଆଜି ଧୀରେ ଧୀରେ ଅଦୃଶ୍ୟ ହେବାକୁ ବସିଛି l ଏପଟେ ରନ୍ଧନ ଗ୍ୟାସ ଦର ଆକାଶଛୁଆଁ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଉପରେ ବଢ଼ିଛି ଆର୍ଥିକ ଭାର l 

ଏଭଳି ସମୟରେ ଓଡିଶା କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ “ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ଆରମ୍ଭ ହୋଇଛି ଏକ ନିଆରା ପ୍ରୟାସ l ବିବାହ ଉପହାର ଭାବେ ନବଦମ୍ପତିଙ୍କୁ ସିମେଣ୍ଟ ଚୁଲା ଓ କାଠ ଜାଳ ପ୍ରଦାନ କରାଯାଇ ପୁରୁଣା ଓଡ଼ିଆ ସଂସ୍କୃତିକୁ ବଜାୟ ରଖିବାକୁ ଆହ୍ୱାନ କରାଯାଉଛି l ଟ୍ରଷ୍ଟର ଉପଦେଷ୍ଟା ପ୍ରମୋଦ ନାୟକଙ୍କ କହିବା ଅନୁଯାୟୀ, ପୂର୍ବରୁ ଗାଁ ଘରର ରୋଷେଇ ଘରରେ କାଠ ଚୁଲାରେ ଖାଦ୍ୟ ପକାଯାଉଥିଲା । ସେହି ଖାଦ୍ୟର ସ୍ୱାଦ ସହ ଜଡିତ ଥିଲା ଆମ ମାଟିର ସୁଗନ୍ଧ ଓ ପରମ୍ପରା l ଆଜିର ପିଢ଼ୀ ସେହି ସଂସ୍କୃତିରୁ ଦୂରେଇ ଯାଉଥିବା ବେଳେ ଏହି ପ୍ରୟାସ ଲୋକଙ୍କ ମନରେ ନୂଆ ଚେତନା ସୃଷ୍ଟି କରିଛି l ସୋସିଆଲ ମିଡିଆରେ ମଧ୍ୟ ଏହି ଅଭିନବ ପଦକ୍ଷେପକୁ ନେଇ ବିଭିନ୍ନ ମହଳରେ ପ୍ରଶଂସା ଆରମ୍ଭ ହୋଇଛି । କେବଳ ଗ୍ୟାସ ସମସ୍ୟାର ବିକଳ୍ପ ନୁହେଁ, ଏହା ଆମ ଓଡ଼ିଆ ଘରୋଇ ପରମ୍ପରାକୁ ଜୀବନ୍ତ ରଖିବାର ଏକ ଛୋଟ କିନ୍ତୁ ସୁନ୍ଦର ପ୍ରୟାସ ବୋଲି ମତ ପ୍ରକାଶ ପାଉଛି । କେନ୍ଦ୍ରାପଡ଼ା ସହର ର ସାନ୍ତସାହି ଗ୍ରାମ ର ରବୀନ୍ଦ୍ର ପାତ୍ର ଙ୍କ ପୁତ୍ର ମାନସ କୁମାର ପାତ୍ର ଙ୍କ ବିବାହ ଭୋଜି ରେ ଏହି ସଚେତନଧର୍ମୀ ଉପହାର ପ୍ରଦାନ କରାଯlଇଛି l ଗୋଟିଏ ଲୁହା କଡେଇ ରେ ଏକ ସିମେଣ୍ଟ ଚୁଲା ରେ କାଠ ଜାଳ ପୂର୍ଣ୍ଣ ଏହି ଉପହାର ଥିଲା, ଯାହାକୁ ଦେଖି ସାଧାରଣ ଲୋକେ ବି ଆଚମ୍ବିତ ହୋଇଥିଲେ l ସାମାଜିକ ସଚେତନତା ଓ ସମାଜ ସଂସ୍କାର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଏକ ଅଙ୍ଗ ବୋଲି ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର ବାର୍ତ୍ତା ଦେଇଛନ୍ତି l ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି,ବୟସ୍କ ଗୁରୁଜନ ଭଞ୍ଜକିଶୋର ସ୍ୱାଇଁ, ଗୌତମ ସାହୁ ଓ ଶରତ ସାହୁ ଉପସ୍ଥିତ ଥିଲେ l

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

୭୪ ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

କାର୍ଯ୍ୟ‍ାଦେଶ ଯନ୍ତ୍ରୀଙ୍କ ନାଁରେ, ଯନ୍ତ୍ରୀ ଅନୁପସ୍ଥିତ ସରକାରୀ ନିୟମର ଖୋଲା ଉଲଂଘନ ଛୁଟିଦିନରେ ୨ଟି ସ୍ଥାନରେ ହେଲା ଢଳେଇ କାର୍ଯ୍ୟ

Sunil Chandra Nayak

ଧର୍ମଗଡ ଉପଖଣ୍ଡ ରେ ଡାକ୍ତର ନିଯୁକ୍ତି ଦାବୀ

masiha

Leave a Comment

error: Content is protected !!