ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମବାର୍ଡରେ ଭୟାବହ ଅଗ୍ନିକାଣ୍ତ ଘଟି ଜଳି ଗଲା ୨୦ରୁ ଉର୍ଦ୍ଧ୍ୱ ଦୋକାନ ଓ ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ପାଂଉଶ  

ପଶ୍ଚିମବାର୍ଡରେ ଭୟାବହ ଅଗ୍ନିକାଣ୍ତ ଘଟି ଜଳି ଗଲା ୨୦ରୁ ଉର୍ଦ୍ଧ୍ୱ ଦୋକାନ ଓ ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ପାଂଉଶ  

    ଜଳେଶ୍ଵର,୨୪/୫(ମନିସ)- ନାମ୍ପୋ ଫାଣ୍ଡି ଅନ୍ତର୍ଗତ ପଶ୍ଚିମବାର୍ଡ ମାର୍କେଟରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ତ ଘଟି ୨୦ରୁ ଉର୍ଦ୍ଧ୍ୱ ଦୋକାନ ପୋଡ଼ି ନଷ୍ଟ ହେବା ସଙ୍ଗେ ସଙ୍ଗେ ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ପାଂଉଶ ହୋଇଯାଇଛି ବୋଲି ଫାୟାର ଅଫିସର ସବରଙ୍ଗ ସିଂ ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ତ ଘଟିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ କରୁଛି। ପ୍ରାପ୍ତ ସୂଚାନୁଯାୟୀ ଉକ୍ତ ମାର୍କେଟରେ ଦୁଇଶହରୁ ଉର୍ଦ୍ଧ୍ୱ ଦୋକାନ ରହିଥିବା ବେଳେ ସବୁଦିନ ଭଳି ଗତକାଲି ଦୋକାନୀ ମାନେ ଦୋକାନ ବନ୍ଦ କରି ଘରକୁ ଯାଇ ଥିଲେ।ମାତ୍ର ବିଳମ୍ବିତ ରାତିରେ ହଠାତ ଗୋଟିଏ ଦୋକାନରେ ନିଆଁ ଲାଗି ଯାଇ ଥିଲା। ଏହା ପରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳିବା ଆରମ୍ଭ କରିଥିଲା। ସ୍ଥାନୀୟ ଲୋକେ ଦୋକାନ ଗୁଡିକ ହୁତୁ ହୁତୁ ହୋଇ ଜଳୁଥିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇ ଥିଲେ।ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରିଥିଲେ ମଧ୍ଯ ସବୁ ଜଳି ପୋଡି ପାଉଁଶ ହୋଇ ଯାଇଥିଲା।ବହୁ ମୂଲ୍ୟବାନ ସାମଗ୍ରୀ ସମେତ ନଗଦ ଟଙ୍କା ମଧ୍ଯ ପୋଡି ପାଉଁଶ ହୋଇଯାଇଛି।ସବୁ ଜଳି ପୋଡି ସର୍ବସ୍ବାନ୍ତ ହୋଇଯିବା ପରେ ଏବେ କେମିତି ପରିବାର ପ୍ରତିପୋଷଣ କରିବେ ସେ ନେଇ କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀ ମାନେ ଚିନ୍ତାରେ ଅଛନ୍ତି। ଏହି ଘଟଣା ସମ୍ପର୍କରେ ଖବର ପାଇ ବିଜେପି ଜଳେଶ୍ବର ନିର୍ବାଚନ ମଣ୍ଡଳୀ ନେତା ବ୍ରଜମୋହନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହିତ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ,ବାଲେଶ୍ଵର ଜିଲ୍ଲାପାଳ,ଜଳେଶ୍ଵର ତହସିଲଦାର ଓ ବିଡ଼ିଓଙ୍କ ସହିତ ଫୋନ ଯୋଗେ କଥା ହେଇ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଥିଲେ। ପଶ୍ଚିମବାର୍ଡ ସରପଞ୍ଚ ଶମ୍ଭୁନାଥ ଜେନା ଓ ସମିତି ସଭ୍ୟ ହରିଶ ମହାଳିକ, ଝାଡପିପଲ୍ ସରପଞ୍ଚ ଜୟକୃଷ୍ଣ ଅଣ୍ଡିଆ, ବର୍ତ୍ତନା ସମିତି ସଭ୍ୟ ତ୍ରିଲୋଚନ ଦାସ, ବିଜେପି ନେତା ରାଜେନ୍ଦ୍ର ପାତ୍ର, ସୁମତି ରାଣୀ ଦେ, ଭୂପତି ମିର୍ଦ୍ଧା, ତାପସ ରଞ୍ଜନ ପାଣିଗ୍ରାହୀ, ଚନ୍ଦନା ଦାସ, ଦିଲ୍ଲୀପ ପଣ୍ତା, ରମେଶ ଚନ୍ଦ୍ର ପାତ୍ର, ବାପୁଜୀ ଦାସ, ମନୋରଞ୍ଜନ ମିଶ୍ର, ନୀଳକଣ୍ଠ ମହାନ୍ତି, କରାମାତ୍ ଅଲ୍ଲି ଶାହା, ଲମ୍ବୋଦର ପାତ୍ର, ଶେଖ୍ ମୁତିଲାଲ, ଶ୍ରୀକାନ୍ତ ଜେନା ପ୍ରମୁଖ ବିଜେପି ନେତୃବୃନ୍ଦ ଶ୍ରୀ ପ୍ରଧାନଙ୍କ ସହିତ ଉପସ୍ଥିତ ରହି କ୍ଷତିଗ୍ରସ୍ତ ଦୋକାନୀ ମାନଙ୍କୁ ସାନ୍ତ୍ୱନା ଦେଇଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ଧାରଣା

masiha

୬୫ ଜଣ ଛାତ୍ରଛାତ୍ରୀ, ବିପଦ ସଙ୍କୁଳ ଅବସ୍ତାରେ କୋଠରୀ , ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

masiha

ଉତ୍କଳ ଆଲୁମିନା ତରଫରୁ ୯ତମ “ଆମ ନୃତ୍ୟ, ଆମ ସଂସ୍କୃତି” କାର୍ଯ୍ୟକ୍ରମ ଉଦଯାପିତ

masiha

Leave a Comment

error: Content is protected !!