ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ପୁତ୍ର

ପୁତ୍ର

ଉମାକାନ୍ତ ଦାସ

 

ପୁତ୍ର ଜନ୍ମ ନୁହେଁ କାନ୍ଧେ ନେବାପାଇଁ

ପିଣ୍ଡୁ ପ୍ରାଣ ଚାଲି ଗଲେ,

ଜୀବିତ ସମୟେ ପ୍ରାଣ ରହେ ନାହିଁ

ପିତୃ ବାକ୍ଯ ନ ପାଳିଲେ ।।

 

ପୁତ୍ର ଜନ୍ମ ନୁହେଁ ଜୁଇ ଜାଳିଦେଇ

ମୁଖେ ଅଗ୍ନି ଜାଳି ଦେଲେ,

ଏ ତୁଚ୍ଛ ଭାବନା କେବେ ନ ଭାବିବା

ପିତା ସ୍ବର୍ଗ ଚାଲିଗଲେ ।।

 

ପୁତ୍ର ଜନ୍ମ ନୁହେଁ ଏକାଦଶାହରେ,

ଭୂରି ଭୋଜନ ଖୋଇଲେ,

ବହୁ ଆଡମ୍ବରେ ଗ୍ରାମବାସୀ ମେଳେ

ଆନନ୍ଦ ଉଲ୍ଲାସ କଲେ ।।

 

ପୁତ୍ର ଜନ୍ମ ନୁହେଁ ଗୟା ପିଣ୍ଡ ଦେଇ

ପିତୃକୁଳ ଉଦ୍ଧରିଲେ ,

ଏ ସବୁ କରମେ କିବା ମୂଲ୍ୟ ମିଳେ

ବାର୍ଦ୍ଧକ୍ଯେ ସେବା ନ କଲେ ।।

 

ସୁପୁତ୍ର ସେ ହୁଏ ପିତୃ ସେବୁଥାଏ

ଭିକାରୀଟେ ହୋଇଥିଲେ,

ଭିକ୍ଷା ବୃତ୍ତି କରି କଷଣକୁ ସହି

ଅନ୍ତିମ ବିଦାୟ ଦେଲେ ।।

 

ଲାଲବାଗ,ଖାନନଗର, ମଙ୍ଗଳ ପୁର

 

Related posts

ଚୋରି ସନ୍ଦେହ, ଯୁବକ ଅଟକ

Sunil Chandra Nayak

ଓଡିଶା ରାଜ୍ୟ ପୁରୁଷ/ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଙ୍କ ମିଳିତ ମହାସଂଘ ଚନ୍ଦାହାଣ୍ଡିର ଦାବିପତ୍ର ପ୍ରଦାନ

Sunil Chandra Nayak

ବୋଲବମ ଭକ୍ତ ଙ୍କୁ ପାଣିଢ଼ାଳି ଉତ୍ସାହିତ କଲେ ବିଧାୟକ 

Sunil Chandra Nayak

Leave a Comment

error: Content is protected !!