ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନାରୀ ଅଧିକାର ଅଭିଯାନ-ରାଜରାସ୍ତାରେ ଗର୍ଜିଲେ ମହିଳା ବିଜେଡି, ମହିଳା ଜନତା ଦଳର ବିଶାଳ ଶୋଭାଯାତ୍ରା

ନାରୀ ଅଧିକାର ଅଭିଯାନ-ରାଜରାସ୍ତାରେ ଗର୍ଜିଲେ ମହିଳା ବିଜେଡି, ମହିଳା ଜନତା ଦଳର ବିଶାଳ ଶୋଭାଯାତ୍ରା

ଜୁନାଗଡ଼,୨୬/୫(ମନୀ ସ),କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ନାରୀ ଅଧିକାର ଅଭିଯାନରେ ବିଜେଡି ମହିଳା ଜନତା ଦଳର ଏକ ବିଶାଳ ଶୋଭାଯାତ୍ରା କରି ରାଜରାସ୍ତାରେ ଗର୍ଜିଥିଲେ ମହିଳା।ଏହି ଶୋଭାଯାତ୍ରା ସମୟରେ ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତି,ଜିଲ୍ଲା ମହିଳା ସେଲ ସଭାନେତ୍ରୀ ଲଳିତା ନାଏକ,ବିସିସିବି ବ୍ୟାଙ୍କ ସଭାପତି ଗିରିଶ ବେହେରା, ଆଦିତ୍ୟ ନନ୍ଦ, ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଦିନେଶ ବଗର୍ତ୍ତି, ମହେଶ ସାହୁ, ବ୍ଲକ ବିଜେଡି ଯୁବ ସଭାପତି ହିମାଂଶୁ ପୂଜାରୀ, ତାରା ରାୟଗୁରୁ, ରାଜିନ୍ଦ୍ର ମେହେର, ବ୍ଲକର ଅନେକ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ପ୍ରମୁଖଙ୍କ ସମେତ ସହସ୍ରାଧିକ ମହିଳା ସାମିଲ ହୋଇଥିଲେ।ସ୍ଥାନୀୟ ସଂସ୍କୃତି ଭବନ ଠାରୁ ଶହ ଶହ ମହିଳା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲା।କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ବଦଳରେ, ଏହା ନ କରି ମହିଳା ମାନଙ୍କ ଅଧିକାର କୁ କ୍ଷ୍ୟୁର୍ଣ କରୁଥିବା ଅଭିଯୋଗ କରିଥିଲେ। ବିଜୁ ମହିଳା ଜନତା ଦଳର ନେତୃମଣ୍ଡଳୀ। ସ୍ତାନୀୟ ବ୍ଲକ ଅଧିକାରୀଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ବିଜେପି ଏଥର ଓଡ଼ିଶାରେ ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ: ଶାହା

masiha

ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ଆରମ୍ଭ

masiha

ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ର କମିଟି ଗଠନ ଘୋଷଣା କଲେ :ବିଜେପି ଜିଲ୍ଲା ସଭାପତି

Leave a Comment

error: Content is protected !!