ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମହାମିଶ୍ରଣ ଚିକିଟି ନିର୍ବାଚନ ମଣ୍ଡଳୀ ରେ ବି ଜେ ଡି,କଂଗ୍ରେସ ଦଳ ତ୍ୟାଗ କରି ଶହ ଶହ ଯୁବକ,ଛାତ୍ର,ଜନସାଧାରଣ ବି ଜେ ପି ରେ ଯୋଗ ଦେଲେ

ମହାମିଶ୍ରଣ ଚିକିଟି ନିର୍ବାଚନ ମଣ୍ଡଳୀ ରେ ବି ଜେ ଡି,କଂଗ୍ରେସ ଦଳ ତ୍ୟାଗ କରି ଶହ ଶହ ଯୁବକ,ଛାତ୍ର,ଜନସାଧାରଣ ବି ଜେ ପି ରେ ଯୋଗ ଦେଲେ 

ଆଜି ଚିକିଟି ବିଧାନସଭା ଅନ୍ତର୍ଗତ ତୁରୁବୁଡି ଗ୍ରାମର କୁରାଳ ସମାଜ ( କୁମ୍ଭାର ସାହି) ର ସମସ୍ତ ବାସିନ୍ଦା ବିଜେଡି ଦଳ ପରିତ୍ୟାଗ କରି ଯଶ୍ଵସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ,ରାଷ୍ଟୀୟ ସଭାପତି ନିତିନ ନବୀନ,ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ରାଜ୍ୟ ସଭାପତି ମନମୋହନ ସାମଲ,ଚିକିଟି ବିଧାୟକ ମନରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ବିଧାୟକ ପ୍ରକାଶ କରିଥିଲେ ଯେ ଭାରତୀୟ ଜନତା ପାର୍ଟି ପ୍ରତି ଆପଣମାନଙ୍କର ଏହି ବିଶ୍ୱାସ ଓ ଭଲପାଇବା ମୋ ପାଇଁ ଏକ ବିରାଟ ଅନୁପ୍ରେରଣା ଓ ଦାୟିତ୍ୱ ।ଆପଣମାନେ ବିଜେପିର ନୀତି, ଆଦର୍ଶ ଓ ବିକାଶର ରାଜନୀତି ଉପରେ ଆସ୍ଥା ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି, ଏଥିପାଇଁ ତୁରୁବୁଡି ଗ୍ରାମର ସମସ୍ତ ଭାଇ ଭଉଣୀଙ୍କୁ ଆନ୍ତରିକ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ମୁଁ ସର୍ବଦା ଆପଣମାନଙ୍କ ସହ ଅଛି ଓ ଚିକିଟି ବିଧାନସଭାର ସର୍ବାଙ୍ଗୀନ ବିକାଶ ପାଇଁ ଅବିରତ ଭାବେ କାର୍ଯ୍ୟ ଜାରି ରଖିବି । ଏହି ଅବସରରେ ବିଧାୟକ ଶ୍ରୀ ଦ୍ୟାନ ସାମନ୍ତରାୟ ଭାରତୀୟ ଜନତା ପାର୍ଟି ଉତ୍ତରୀୟ ଓ ଟୋପି ଦେଇ ସ୍ୱାଗତ କରିଥିଲେ।  କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

Related posts

ସୋମନାଥ ନାଏକ ହେଲେ ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି 

Sunil Chandra Nayak

କଳସି ଯାତ୍ରାରେ ଚାଲିଛି ପ୍ରାର୍ଥୀଙ୍କ ପ୍ରଚାର 

masiha

ଲମ୍ବୋଦର ନିଆଲଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଟିକଟ ପ୍ରଦାନ କରିବାକୁ ଦାବି,ସାମ୍ୱାଦିକ ସମ୍ମିଳନୀ କଲା ଖଡ଼ିଆଳ ବିଜେଡ଼ି

masiha

Leave a Comment

error: Content is protected !!