ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ଆକ୍ରମଣ ଘଟଣା , ଖଡ଼ିଆଳ ପୋଲିସ ଥାନା ଘେରିଲେ ସାମ୍ବାଦିକ

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ସମ୍ମୁଖରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ନୂଆପଡ଼ା ଜିଲ୍ଲାର ଶତାଧିକ ସାମ୍ବାଦିକ ଖଡ଼ିଆଳ ଥାନା ଗେଟ ସମ୍ମୁଖରେ ମାଡ ମାରିଥିବା ବେଳେ ପୁଲିସର ନୀରବତା ନେଇ ଅସନ୍ତୋଷ ବ୍ୟକ୍ତ କରି ଥାନା ସାମ୍ନାରେ ସକାଳ ନଅ ଘଣ୍ଟାରୁ ସନ୍ଧ୍ୟା ଛଅ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ସୂଚନାରୁ ପ୍ରକାଶଯେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ତୁକୁଲା ଗ୍ରାମର ରମେଶ ତାଣ୍ଡି ଓ ସ୍ତ୍ରୀ କ୍ଷୀରମଣି ତାଣ୍ଡିଙ୍କ ମଧ୍ୟରେ ଝଗଡା ହୋଇଥିଲା । ରମେଶ ତାଣ୍ଡି ସ୍ତ୍ରୀ କ୍ଷୀରମଣିଙ୍କୁ ବହୁତ ଜୋରରେ ମାଡ ମାରିଥିବା ବେଳେ ସ୍ତ୍ରୀ ଅଚେତ ହୋଇ ପଡ଼ିଥିଲେ । ସ୍ତ୍ରୀ ଅଚେତ ହେବା ପରେ ସାଙ୍ଗେ ସାଙ୍ଗେ ଖଡ଼ିଆଳ ମିଶନ ହସ୍ପିଟାଲକୁ ଚିକିତ୍ସା କରିବା ପାଇଁ ଆଣିଥିଲେ । ହେଲେ ଚିକିତ୍ସା ଧିନ ଅବସ୍ଥାରେ କ୍ଷୀରମଣିଙ୍କ ମୃତ୍ୟୁ ହୋଇ ଯାଇଥିଲା ଏନେଇ ଖବର ପାଇବା ପରେ ଖଡ଼ିଆଳ ଏସଡିପିଓ ସନ୍ତକ ଜେନା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଖଡ଼ିଆଳ ଥାନା ରଖିଥିଲେ । ଅଭିଯୁକ୍ତ ସ୍ୱାମୀ ରମେଶଙ୍କୁ ମଧ୍ୟ ଥାନାରେ ଅଟକ ରଖିଥିଲେ । ଏହି ସମୟରେ ଖଡ଼ିଆଳ ସକାଳ ଖବରକାଗଜ ପ୍ରତିନିଧି ରବିକାନ୍ତ ଠେଲା ଥାନା ପରିସରରେ ଉପସ୍ଥିତ ଥିଲେ । ସାମ୍ବାଦିକ ରବିକାନ୍ତ ଠେଲା ଏହି ସମୟରେ ମୃତ କ୍ଷୀରମଣି ର ଫୋଟୋ ନେଉଥିଲେ । କିଛି ଲୋକ ଫୋଟୋ ନେବାର ଦେଖି ଉତ୍ୟକ୍ତ ହୋଇ ସାମ୍ବାଦିକ ରବିକାନ୍ତ ଠେଲାଙ୍କୁ ପନ୍ଦର ରୁ କୋଡିଏ ଜଣ ମାଡ ମାରି ଲହୁ ଲୁହାଣ କରିଦେଇଥିଲେ । ସାମ୍ବାଦିକଙ୍କୁ ଆକ୍ରମଣ କରି ଥିବା ବ୍ୟକ୍ତି ମାନେ ମୃତ ଝିଅର ସମ୍ପର୍କୀୟ ବୋଲି ଜଣାପଡିଛି । ଜଣେ କର୍ମରତ ସାମ୍ବାଦିକଙ୍କୁ ବାଡେଇବା ଘଟଣାକୁ ନେଇ ନୂଆପଡା ଜିଲ୍ଲା ସମସ୍ତ ସାମ୍ବାଦିକ ସଂଘ ନିନ୍ଦା କରିବା ସହ ଖଡ଼ିଆଳ ପୋଲିସ ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନାଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଓ ଖଡ଼ିଆଳ ଥାନା ସାମନାରେ ପୁଲିସର ନିଷ୍କ୍ରିୟ ଯୋଗୁ ଜଣେ ସାମ୍ବାଦିକଙ୍କୁ ମାଡ ମାରିଥିବା ନେଇ ପ୍ରତିବାଦ କରି ଜିଲ୍ଲା ଆରକ୍ଷୀ ଅଧିକାରୀ ଆସିଲେ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି ଜିଦରେ ଧାରଣାରେ ବସିଥିଲେ । ଏହି ପ୍ରତିବାଦ ଓ ଧାରଣାରେ ଖଡ଼ିଆଳ ବିଧାୟକ ଅଧିରଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ଖଡ଼ିଆଳ ଏନ ଏ ସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, କିଷାନ ମଯଦୁର ସଂଘର ସଭାପତି ଯଦୁମଣି ପାଣିଗ୍ରାହୀ, ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ସମେତ ନୂଆପଡ଼ା ଜିଲ୍ଲାର ଶତାଧିକ ସାମ୍ବାଦିକ ସାମିଲ ହୋଇ ଧାରଣାରେ ବସିଥିଲେ । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଜିଲ୍ଲା ଓକିଲ ସଂଘ ସମର୍ଥନ କରି ଅଭିଯୁକ୍ତ ମାନଙ୍କ କେଶ ନୂଆପଡ଼ା ଜିଲ୍ଲାର କୌଣସି ଓକିଲ ଲଢ଼ିବେ ନାହିଁ ବୋଲି ଜିଲ୍ଲା ସଭାପତି ପ୍ରସନ୍ନ ପାଢ଼ୀ ସୂଚନ ଦେଇଛନ୍ତି । ଏନେଇ ଖଡ଼ିଆଳ ଏସଡିପିଓ ସନ୍ତକ ଜେନାଙ୍କୁ ପଚାରିବାରୁ ବର୍ତ୍ତମାନ ଆଠ ଜଣଙ୍କୁ ଗିରଫ କରାଯାଇ ଥିବା ପ୍ରକାଶ କରିବା ସହିତ ଭିଡିଓ କ୍ଲିପ ଦେଖି ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରାଜିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଆଗାମୀ ଦିନରେ ଯଦି ପୁଲିସ ଅଭିଯୁକ୍ତ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ରାଜ ରାସ୍ତାକୁ ଓଲ୍ହାଇ ଜିଲ୍ଲା ପ୍ରଶାସନକୁ ଅଚଳ କରିଦେବୁ ବୋଲି ପ୍ରକାଶ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଡାକ୍ତର ମହେଶ୍ଵର ସିଂହ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତି ସଭା

Sunil Chandra Nayak

ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ମିଷ୍ଟାର୍ନ ବଣ୍ଟନ 

ଚନ୍ଦାହାଣ୍ଡି ଧାନମଣ୍ଡି ଦୁର୍ନିତୀ ମାମଲା, ଦୁଇବର୍ଷ ପରେ ଗିରଫ ହେଲେ ପୂର୍ବତନ ଲ୍ୟାମ୍ପ ଏମଡି , ଅନ୍ୟ ୫ ଜଣଙ୍କ ନାମରେ ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!