ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମେନ୍ଦ୍ରଙ୍କ ଫାଶରେ ଫସିଲେ ଦେବାଶିଷ: ବିଜେଡି

ଧର୍ମେନ୍ଦ୍ରଙ୍କ ଫାଶରେ ଫସିଲେ ଦେବାଶିଷ: ବିଜେଡି

ନିଜ ସ୍ୱାର୍ଥ ହାସଲ ପାଇଁ ବିଜେପିରେ ସାମିଲ ହୋଇଛନ୍ତି ଦେବାଶିଷ
ବିଗତ କିଛି ବର୍ଷ ହେଲାଣି ଦେଶରେ ପ୍ରଲୋଭନ କରିବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ୍ ଚାଲିଛି
ବିଜୁ ଲିଗାସୀର ଦ୍ୱାହି ଦେଉଥିବା ଦେବାଶିଷ ଦିନେ ବିଜୁ ବାବୁଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ
ବିଭିନ୍ନ ପଦପଦବୀରେ ରହି ମଧ୍ୟ ଦଳକୁ ନିନ୍ଦା କରିବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର, ୨୮/୦୫/୨୦୨୬: ବିଜେଡି ଦଳରୁ ୫ ଥର ବିଧାୟକ ଟିକେଟ ପାଇ ତିନି ତିନି ଥର ବିଧାୟକ ହୋଇଥିଲେ ଦେବାଶିଷ । ଦଳର ବିଭିନ୍ନ ପଦପଦବୀରେ ରହିଥିବା ଦେବାଶିଷଙ୍କୁ ରାଜ୍ୟସଭାକୁ ପଠାଇଥିଲେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ । ଏତେ ସବୁ ସୁବିଧା ପାଇ ମଧ୍ୟ ଦଳକୁ ନିନ୍ଦା କରୁଥିବା ଦେବାଶିଷଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବିଗତ କିଛି ବର୍ଷ ହେଲାଣି ଦେଶରେ ପ୍ରଲୋଭନ କରିବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ୍ ଚାଲିଛି । ସେହି କ୍ରମରେ ଦେବାଶିଷ ସମାନ୍ତରାୟ ଗତ ୨ ଦିନ ତଳେ ବିଜେପି ଦଳର ପ୍ରଲୋଭନରେ ପ୍ରଭାବିତ ହୋଇ ନିଜ ସ୍ୱାର୍ଥ ହାସଲ ପାଇଁ ବିଜେପିରେ ଯୋଗଦେଲେ । ବିଜେଡି ସରକାରର ଶାସନ କାଳରେ ସେ ସମସ୍ତ ପ୍ରକାର ଫାଇଦା ନେଇ ନିଜର ପାରିବାରିକ ବ୍ୟବସାୟିକ ସାମ୍ରାଜ୍ୟକୁ ଆଗକୁ ବଢ଼ାଇଥିଲେ । ସେତେବେଳେ ଦଳର ଗୁଣଗାନ କରିବାକୁ ପଛାଉ ନଥିବା ଦେବାଶିଷ, ଏବେ ବିରୋଧୀ ଦଳ ଆସନରେ ବସିଥିବା ବିଜେଡିକୁ ନିନ୍ଦା କରିବାକୁ ପଛାଉ ନାହାନ୍ତି । ବିଜେପିରେ ସାମିଲ ହୋଇ ନିଜକୁ ଗର୍ବିତ ମନେକରୁଥିବା ଦେବାଶିଷ ସାମନ୍ତରାୟ ଥରେ ମନେ ରଖିବା ଉଚିତ୍ ଯେ, ତାଙ୍କର ଆଜି ଯେଉଁ ପରିଚୟ ସୃଷ୍ଟି ହୋଇଛି ତାହା ବିଜୁ ଜନତା ଦଳ ଓ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୟାରୁ ହିଁ ମିଳିଛି । ବିଜେପିକୁ ଫେରି ନିଜ ଘରକୁ ଫେରିଥିବା କଥା କହୁଛନ୍ତି, କିନ୍ତୁ ବର୍ତ୍ତମାନ ବିଜେପିରେ ସମରକଷା ଚାଲିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନ୍ୟପଟେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଟ୍ ପ୍ରଶ୍ନପତ୍ର ଲିକ୍, ସିବିଏସ୍ଇ ପରୀକ୍ଷା ବିଭ୍ରାଟ ଘଟଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ସାଇଡ୍ ଲାଇନ୍ କରୁଥିବା ବେଳେ ରାଜ୍ୟରେ ଘଟୁଥିବା ହିଂସା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜନତାଙ୍କ ରୋଷର ଶିକାର ହେଉଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ରାପ୍ରେ ଫସି ବିଜେଡି ଦଳରୁ ନିଜ ବ୍ୟବସାୟିକ ସ୍ୱାର୍ଥ ପାଇଁ ଦୂରେଇ ଯାଇଥିବା ଦେବାଶିଷ ସାମନ୍ତରାୟଙ୍କୁ ଆଗାମୀ ଦିନରେ ଲୋକେ ଜବାବ ଦେବେ ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ବିଜୁ ଜନତା ଦଳରୁ ୫ ଥର ବିଧାୟକ ଟିକେଟ ପାଇ ନିର୍ବାଚନ ଲଢ଼ି ତିନି ତିନି ଥର ବିଧାୟକ ହୋଇଥିଲେ ଦେବାଶିଷ ସାମନ୍ତରାୟ । ଯେତେବେଳେ ନିର୍ବାଚନରେ ଲୋକମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରୁଥିଲେ, ସେତେବେଳେ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଓଟିଡିସି ଅଧ୍ୟକ୍ଷ କରିବା ସହ ଦଳର ବିଭିନ୍ନ ଉଚ୍ଚ ପଦପଦବୀରେ ବସାଇ ତାଙ୍କ ରାଜନୈତିକ ସମ୍ମାନକୁ ଅକ୍ଷୁଣ୍ଣ ରଖିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ । ଦଳରୁ ଏତେ ସୁବିଧା ପାଇଲା ପରେ ମଧ୍ୟ ତାଙ୍କର ଭୋକ ମେଣ୍ଟିଲା ନାହିଁ । ନିଜର ସ୍ୱାର୍ଥ ହାସଲ ପାଇଁ ବିଜେପି ଦଳରେ ସାମିଲ ହେଲେ । ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା କଥା କହୁଥିବା ଦେବାଶିଷ ସାମନ୍ତରାୟ, ଅନ୍ୟପଟେ ବିଜୁ ଜନତା ଦଳର ମାଆ ବାପା ନାହିଁ କହି ହୀନମନ୍ୟତାର ପରିଚୟ ଦେଉଛନ୍ତି । ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାରା ବିଶ୍ୱ ସମାନ ଜଣାଉଥିବା ବେଳେ ଦେବାଶିଷଙ୍କ ପରି ଜଣେ ସ୍ୱାର୍ଥବାଦୀ ଲୋକ ସେହି ନେତୃତ୍ୱ ଉପରେ ଟିପ୍ପଣୀ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ । ଦେବାଶିଷଙ୍କ ମନ୍ତବ୍ୟ ଅପରିପକ୍ୱତାର ପରିଚୟ । ବିଜୁ ଲିଗାସୀର ଦ୍ୱାହି ଦେଉଥିବା ଦେବାଶିଷ ଦିନେ ବିଜୁ ବାବୁଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ବିଜୁ ଜନତା ଦଳରୁ ସବୁ ଫାଇଦା ହାସଲ କରି ବିଜେପିରେ ସାମିଲ ହୋଇଥିବା ଦେବାଶିଷ ଯେଉଁ ଟୀକାଟିପ୍ପଣୀ କରୁଛନ୍ତି ସେଥିରୁ କ୍ଷାନ୍ତ ରୁହନ୍ତୁ, ନ ହେଲେ ଓଡ଼ିଶାବାସୀ କେବେ କ୍ଷମା ଦେବେନାହିଁ ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେଲେ ସୁଧୀର ରଞ୍ଜନ ପଟ୍ଟଯୋଷୀ

masiha

ଯୁବନେତା ଅନିଲଙ୍କୁ ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଦାୟିତ୍ବ 

Sunil Chandra Nayak

କଳସି ଯାତ୍ରାରେ ଚାଲିଛି ପ୍ରାର୍ଥୀଙ୍କ ପ୍ରଚାର 

masiha

Leave a Comment

error: Content is protected !!