ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ଯ ଆସର

ଜିଲ୍ଲା ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ଯ ଆସର

ରାଉରକେଲା :ଜିଲ୍ଲା ଲେଖକ ସାମ୍ମୁଖ୍ଯ ଓ ମଧୂସଦନ ପାଠାଗାର ଛେଣ୍ଡ ମିଳିତ ଆନୁକୂଲ୍ଯରେ ମାସିକ ସାହିତ୍ଯ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି | ବିଶିଷ୍ଟ ଗାଳ୍ପିକ ଭୂପେନ ମହାପାତ୍ରଙ୍କ ସଭାପତିତ୍ବ ଓ କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି ସଭାରେ,ଆମ ସାହିତ୍ଯରେ ସାମ୍ଯବାଦର ଚିନ୍ତାଧାରା ଶୀର୍ଷକରେ ଆଲୋଚନା କରିବାକୁ ଯାଇ ମୁଖ୍ଯବକ୍ତା ଆଇନଜୀବୀ ସୁଶିଲ କୁମାର ଜେନା କହିଲେ ଶ୍ରେଣୀହୀନ ସମାଜ ଗଠନ ଏବଂ ସାମାଜିକ ନ୍ଯାୟ ପ୍ରତିପାଦନ ହେଉଛି ସାମ୍ଯବାଦ ସାହିତ୍ଯର ମୁଳଲକ୍ଷ୍ୟ | ସାଧାରଣ ମଣିଷ,ଚାଷୀ ଓ ମୂଲିଆଙ୍କ ଜୀବନ ଚର୍ଜାକୁ ମୂଳାଧାର କରି ଆମ ପ୍ରଗତିବାଦୀ ସାହିତ୍ଯିକମାନେ ଅନେକ ଗଳ୍ପ, କବିତା ଓ ଉପନ୍ଯାସ ରଚନା କରି ଯାଇଛନ୍ତି | ମୁଖ୍ଯଅତିଥି ଭାବେ ଡ.ନାରାୟଣ ସନାପତି ତାଙ୍କ ବକ୍ତବ୍ଯରେ କହିଲେ ୧୯୩୬ ମସିହାରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ପ୍ରତିଷ୍ଠିତ ନବଯୁଗ ସାହିତ୍ଯ ସଂସଦର ମୁଖପତ୍ର ଆଧୁନିକରୁ ସାମ୍ଯବାଦର ଯୁଗ ଆରମ୍ଭ ହୋଇ କବି ଅନନ୍ତ ପଟ୍ଟନାୟକ,କବି ସଚ୍ଚି ରାଉତରାୟ,କବି ମନମୋହନ ମିଶ୍ର ,ଗୋଦାବରୀଶ ମହାପାତ୍ର,ରବି ସିଂଙ୍କ ଲେଖନୀରେ ଧନୀ ଦରିଦ୍ର ମଧ୍ଯରେ ଥିବା ତାରତମ୍ଯକୁ ବିରୋଧ କରାଯାଇଛି | ଅନ୍ଯତମ ସମ୍ମାନନୀୟ ବକ୍ତା ଇଂ.ଅଭୟ କୁମାର ଦାସ କହିଲେ ବର୍ତ୍ତମାନ ସମୟ ଆସିଛି ଲେଖକ ଲେଖିକାମାନ ପୁଞ୍ଜିବାଦ ବିରୋଧରେ ଓ ଶୋଷଣ ମୁକ୍ତ ସମାଜ ଗଠନ କରିବ ଦିଗରେ ଲେଖନୀ ମାଧ୍ଯମରେ ମୁଖ୍ଯ ଭୁମିକା ଗ୍ରହଣ କରିବା ଉଚିତ୍ | ଏହି ଅବସରରେ ସହରର ଗାଳ୍ପିକ ଆର୍ତ୍ତତ୍ରାଣ ମହାପାତ୍ର ‘ଏଠି ଗୋଟେ ଗାଁ ଥିଲା’ ଶୀର୍ଷକରେ ଏକ ଗଳ୍ପ ପାଠ କରିଥିଲେ | ଆଲୋଚନା ପ୍ରାରମ୍ଭରେ କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା | କବୀ ନିରୁପମା ନାୟକ ମଞ୍ଚ ପରିଚାଳନା କରିଥିଲା ବେଳେ କବି ସୁଶାନ୍ତ କୁମାର ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ | ଦ୍ବିତୀୟ ପର୍ଯ୍ଯାୟରେ ବିଶିଷ୍ଟ ସାହିତ୍ଯିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ବ ଓ କବୀ ସୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ କବି ଉପେନ୍ଦ୍ର ବସ୍ତିଆ,ବଳରାମ ଦାଶ,ଜ୍ଞାନ ରଂଜନ ମିଶ୍ର,ଦେବେନ୍ଦ୍ର ବଳ,ସଂଗ୍ରାମ ସାମଲ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ପ୍ରତାପ କୁମାର ପଣ୍ଡା , କୁଞ୍ଜ ବିହାରୀ ରାଉତ ପ୍ରମୁଖ କବି କବିତା ପାଠ କରିଥିଲେ | ଅନ୍ଯମାନଙ୍କ ମଧ୍ଯରେ ପଶୁପତି ନାଥ ଚାଟାର୍ଜୀ,ବ୍ରଜ କିଶୋର ପାଣି,ଲକ୍ଷ୍ମଣ କୁମାର ଦାସ , ସୂର୍ଯ୍ଯନାରାୟଣ ପଣ୍ଡା କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ପାଠାଗାରର ସମ୍ପାଦକ ବିଜୟ କୁମାର ବରାଳ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ |

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିନା ପ୍ରଚାର ପ୍ରସାର ରେ ସରିଲା ଗୋଲାମୁଣ୍ଡା ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ

masiha

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ 

masiha

ରାଇରଙ୍ଗପୁର ରେ ଜଗତ ଗୁରୁ ଶ୍ରୀ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା ଓ ସତସଙ୍ଗ

masiha

Leave a Comment

error: Content is protected !!