ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକିଳା ଡାକ୍ଟ ଆଣ୍ଡ ମିଉଜିକ୍ ଏକାଡେମୀ’ ର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହ : ଗୁରୁ ଅରୁଣା ମହାନ୍ତିଙ୍କୁ ପ୍ରଥମ ‘କୋକିଳା ସମ୍ମାନ’

କୋକିଳା ଡାକ୍ଟ ଆଣ୍ଡ ମିଉଜିକ୍ ଏକାଡେମୀ’ ର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହ : ଗୁରୁ ଅରୁଣା ମହାନ୍ତିଙ୍କୁ ପ୍ରଥମ ‘କୋକିଳା ସମ୍ମାନ’

ଭୁବନେଶ୍ବର: ସ୍ଥାନୀୟ ଅନୁଷ୍ଠାନ ‘କୋକିଳା ଡାକ୍ସ ଆଣ୍ଡ ମିଉଜିକ୍ ଏକାଡେମୀ’ ର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ଏକ ଭବ୍ୟ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ବତ ଉତ୍ସବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଗୁରୁ ଡଃ ଅରୁଣା ମହାନ୍ତିଙ୍କୁ ପ୍ରଥମ ‘କୋକିଳା ସମ୍ମାନ’ ରେ ସମ୍ମାନିତ କରାଯାଇଥିବା ବେଳେ ପ୍ରତିଭାମୟୀ ନୃତ୍ୟଶିଳ୍ପୀ ଗୁରୁ ଆରତୀ କରଙ୍କୁ ‘ଅରୁଣ ଭୂୟାଁ ସମ୍ମାନ’ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍ ଭାବେ ବିଧାୟକ ବାବୁ ସିଂ, ଗୁରୁ ଧନେଶ୍ଵର ସ୍ବାଇଁ, ଅନୁଷ୍ଠାନର ସଭାପତି ହୃଦୟବଲ୍ଲଭ ସାମନ୍ତରାୟ ଏବଂ ନିର୍ଦ୍ଦେଶିକା ମୋନାଲିସା ସାମନ୍ତରାୟ ଉପସ୍ଥିତ ଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ‘କୋକିଳା’ ଅନୁଷ୍ଠାନର କଳା ଓ ସଂସ୍କୃତି ପ୍ରତି ଥିବା ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ । ନିର୍ଦ୍ଦେଶିକା ମୋନାଲିସା ସାମନ୍ତରାୟ ସମସ୍ତ ଅତିଥ୍ ଓ ନିମଜ୍ଜିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

ମନମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ:

ପ୍ରତିଷ୍ଠା ଦିବସର ମୁଖ୍ୟ ଆକର୍ଷଣ ଥିଲା ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ ସନ୍ଧ୍ୟା । ଶିଳ୍ପୀମାନଙ୍କ ଦ୍ବାରା ଉଚ୍ଚକୋଟୀର ଓଡ଼ିଶୀ ନୃତ୍ୟ, ପାରମ୍ପରିକ ସମ୍ବଲପୁରୀ ନୃତ୍ୟ ଏବଂ ଓଡ଼ିଆ ପ୍ରାଣର ପଲ୍ଲୀ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷ ଭାଗରେ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ଆଧ୍ୟାତ୍ମିକ ନୃତ୍ୟ ନାଟିକା ‘ଜଗନ୍ନାଥ ଯାତ୍ରା’ । ଏହି ନାଟିକାର ଜୀବନ୍ତ ଅଭିନୟ ଓ ସୁନ୍ଦର ନୃତ୍ୟ ସଂଯୋଜନା ଦର୍ଶକମାନଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା ।

ଏହି ସମସ୍ତ ନୃତ୍ୟର ସଫଳ ନିର୍ଦ୍ଦେଶନା ଓ ପରିଚାଳନାରେ ଶ୍ରୀ ପ୍ରଭାତ ସ୍ୱାଇଁ, ସୁଚିସ୍ମିତା ସାହୁ, ଆଦ୍ୟାଶା ଇନ୍ଦିରା ମହାନ୍ତି ଏବଂ ତନୁଜ ପଣ୍ଡା ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ କଳାପ୍ରେମୀ ଓ ସ୍ଥାନୀୟ ଜନସାଧାରଣ ଏହି ସମାରୋହର ଭରପୂର ଆନନ୍ଦ ନେଇଥିଲେ ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

masiha

ପୋଲରୁ ଖସି ଖଡ଼ଗ ନଦୀ ଗର୍ଭରେ ବ୍ୟକ୍ତି ନିଖୋଜ

masiha

ବିଶ୍ବ ଫଟୋଗ୍ରାଫି ଦିବସ

Sunil Chandra Nayak

Leave a Comment

error: Content is protected !!