ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ପରିବାର ଓ ଲାୟନ୍ସ ଇଣ୍ଟରନ୍ୟାସନାଲ ମିଳିତ ସହଯୋଗରେ ଜୁନ୍ ୧୭ ରଜ ମଉଜରେ ରଜ ରାଜକୁମାରୀ ସିଜିନ୍-୫

ଗରିମା ପରିବାର ଓ ଲାୟନ୍ସ ଇଣ୍ଟରନ୍ୟାସନାଲ ମିଳିତ ସହଯୋଗରେ ଜୁନ୍ ୧୭ ରଜ ମଉଜରେ ରଜ ରାଜକୁମାରୀ ସିଜିନ୍-୫

ଜୁନ୍ ୧୭ ତାରିଖ ରଜ ମଉଜ-୨୦୨୬ର ବିଶେଷ ଆକର୍ଷଣ ସିନେଷ୍ଟାର ଭୂମିକା ଏବଂ ପୁପିନ୍ଦର

ରାଉରକେଲା :, ଗରିମା ପରିବାର ଏବଂ ଲାୟନ୍ସ ଇଣ୍ଟରନ୍ଯାସନାଲ ରାଉରକେଲା ପକ୍ଷରୁ ଚଳିତ ବର୍ଷ ଜୁନ ୭ ତାରିଖ ଠାରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ରଜ ମଉଜ – ରଜ ରାଜକୁମାରୀ ସିଜିନ୍-୫ ଅନୁଷ୍ଠିତ ହେବାକୁ ଯାଉଛି। ଏ ସମ୍ପର୍କରେ ସେକ୍ଟର-୬ ବସ୍ତିଆ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

       ଗରିମା ପରିବାରର ପ୍ରତିଷ୍ଠାତା ଶଙ୍କର ଜେନାଙ୍କ ଅଧ୍ୟକ୍ଷତାରେ ଓ ସଭାପତି ମମତା ନାୟକ ଙ୍କ ଆବାହକତ୍ଵ ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଗରିମା ପରିବାର ସହିତ ଲାୟନ୍ସ ଇଣ୍ଟରନ୍ଯାସନାଲ ଲେଡି ଲାୟନ୍ସର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ରଜ ମଉଜ – ରଜ ରାଜକୁମାରୀ ସିଜିନ୍-୫ର ବିଶେଷ ଆକର୍ଷଣରେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଏବଂ ଅଭିନେତା ପୁପିନ୍ଦରଙ୍କ ପଦାର୍ପଣରେ ରଜ ମଉଜ – ରଜ ରାଜକୁମାରୀ ସିଜିନ୍-୫ ବେଶ୍ ଆକର୍ଷଣୀୟ ହେବ ବୋଲି କୁହାଯାଇଛି।

      ଗରିମା ପରିବାର ଏବଂ ଲାୟନ୍ସ ଇଣ୍ଟରନ୍ଯାସନାଲ ମିଳିତ ସହଯୋଗରେ ଆୟୋଜିତ ହେବାକୁ ଥିବା ସଂସ୍କୃତି ଓ ପରମ୍ପରାର ଉତ୍ସବ “ରଜ ରାଜକୁମାରୀ ସିଜିନ୍-୫”ର ଅଡିସନ୍ ଜୁନ୍ ୭ ତାରିଖରେ ସେକ୍ଟର-୨୦ ରାଉରକେଲା କ୍ଲବରେ ଆରମ୍ଭ ହେବାକୁ ଥିଲାବେଳେ, ଗ୍ରାଣ୍ଡ୍ ଫାଇନାଲ ସେକ୍ଟର-୧୯ ସିଭିକ୍ ସେଣ୍ଟର୍ ଠାରେ ଆୟୋଜିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ୧୩ ବର୍ଷରୁ ୨୩ ବର୍ଷ ମଧ୍ୟରେ ଅଂଶଗ୍ରହଣ କରିପାରିବେ ବୋଲି ସୂଚନା ଦିଆଯାଇଛି। ସେହିପରି ପ୍ରତ୍ୟେକ ଅଂଶଗ୍ରହଣ କାରୀଙ୍କୁ ପୁରସ୍କାର ସହ ଶ୍ରେଷ୍ଠ ବିଜୟିନୀ ମାନଙ୍କୁ ଆକର୍ଷଣୀୟ ପୁରସ୍କାର ସହ ନଗଦ ଅର୍ଥ ପ୍ରଦାନ କରାଯିବ। ଏହି ସମ୍ମିଳନୀରେ ଲାୟନ୍ସ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମମତା ଗୈ।ତମ, ସମ୍ପାଦକ ଲାୟନ ରାଧିକା ରୁଚି ଗୈ।ତମ,ଲାୟନ ନିବେଦିତା ମିଶ୍ର, ଲାୟନ ଇଂ ଗୈ।ତମ ମିଶ୍ର, ଲାୟନ ଲଳିତେନ୍ଦୁ ଚୈ।ଧୁରୀ, ଗରିମା ପରିବାରର ମୋନାଲିସା ସାହୁ ପ୍ରମୁଖ ଏ ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲା ବେଳେ ଶେଷରେ ଲୀନା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ ସରିତା ମଲ୍ଲ, ପ୍ରଣତୀ ଜେନା, ସୁମିତା ପଟ୍ଟନାୟକ, ଶାନ୍ତିଲତା ବାରିକ, ରଶ୍ମିତା ଚୈ।ଧୁରୀ, ବିଷ୍ଣୁପ୍ରିୟା ଦାସ, ମୀନତି ମୋଦୀ, ଶୁଭଲକ୍ଷ୍ମୀ ପାତ୍ର, ଶଙ୍ଖରିନା ପ୍ରଧାନ, ତପସ୍ଵିନୀ ପାତ୍ର,ଲୁସି ଦାଶ,ରଞ୍ଜତା ଶତପଥୀ, ସବିତା ମହାପାତ୍ର,ବ୍ରତତୀ ପ୍ରଧାନ,ସୁନିତା ଶ୍ରୀନିବାସନ, ଗାୟତ୍ରୀ ମହାନ୍ତି, ମୀନାକ୍ଷୀ ପାଢ଼ୀ, ବିଷ୍ଣୁପ୍ରିୟା ଦାସ, ମଞ୍ଜୁରାଣୀ ମେହେର ଓ ଉପଦେଷ୍ଟା ରଶ୍ମିତ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚୈତ୍ର ଯାତ୍ରାରେ ଶ୍ରଦ୍ଧାଳୁ ଙ୍କୁ ଘଣ୍ଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

masiha

ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ମୃତ ଶିକ୍ଷକଙ୍କ ପରିବାରକୁ ସମବେଦନା ଓ ସହାୟତା ପ୍ରଦାନ

masiha

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!