ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଞ୍ଚ ଉଇଣ୍ଡୋଜ କମ୍ପ୍ୟୁଟର ଏଡୁକେସନ ଟ୍ରଷ୍ଟ,ଜୁନିଅର ରେଡକ୍ରସ ଏବଂ ସମ୍ବାଦ ଆନୁକୁଲ୍ଯରେ ରକ୍ତଦାନ ଶିବିର

ଲଞ୍ଚ ଉଇଣ୍ଡୋଜ କମ୍ପ୍ୟୁଟର ଏଡୁକେସନ ଟ୍ରଷ୍ଟ,ଜୁନିଅର ରେଡକ୍ରସ ଏବଂ ସମ୍ବାଦ ଆନୁକୁଲ୍ଯରେ ରକ୍ତଦାନ ଶିବିର

ରାଇରଙ୍ଗପୁର -୨୯/୦୫ — ରକ୍ତଦାନ ମହତ କାମ ।ଗୋଟିଏ ୟୂନିଟ୍ ରକ୍ତରେ ୩ ଜଣ ରକ୍ତ ସଙ୍କଟ ଜୀବନ ବଞ୍ଚି ଯାଏ ।ଗ୍ରୀଷ୍ମ ଋତୁ ଚାଲିଛି ।ଲୋକେ ୪୩ ଡିଗ୍ରୀ ତାପମାତ୍ରାରେ‌ଛଟପଟ ହେଉଛନ୍ତି ।ଡାକ୍ତରଖାନା ମାନଙ୍କରେ ରକ୍ତ ସଙ୍କଟ ଦେଖା ଦେଇଛି ।ରକ୍ତ ପାଇଁ ପ୍ରସୂତି ମହିଳା, ଥାଲାସେମିଆ ରୋଗୀ, ବୟସ୍କ, ଦୁର୍ଘଟଣାଗ୍ରସ୍ତ ଲୋକମାନେ ରକ୍ତ ପାଇଁ ବହୁ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ।ଏହାକୁ ଲକ୍ଷ୍ୟ କରି ରାଇରଙ୍ଗପୁର ର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଉଇଣ୍ଡୋଜ କମ୍ପ୍ୟୁଟର ଏଜୁକେସନ ଟ୍ରଷ୍ଟରେ ୧୨ ତମ ବାର୍ଷିକ ପ୍ରତିଷ୍ଠା ଦିବବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ରାଇରଙ୍ଗପୁର ପୌରାଞ୍ଚଳର ୧୩ ନମ୍ବର ଓ୍ଵାର୍ଡର ନିଜ ଶିକ୍ଷାନୁଷ୍ଠାନରେ ଆୟୋଜିତ କରିଥିଲା ।ତାଙ୍କୁ ଜୁନିଅର ରେଡକ୍ରସର ସ୍ମୃତି ରଞ୍ଜନ ପାଣି ଏବଂ ସମ୍ବାଦର ଜିଲ୍ଲା ପ୍ରତିନିଧି ତୁଷାରକାନ୍ତ ମହାନ୍ତ ମଧ୍ୟ ମିଳିତ ସହଯୋଗ କରିଥିଲେ ।ମୁଖ୍ୟ ଅତିଥି ଭାବେ‌ ପ୍ରାକ୍ତନ ବିଆରସିସି ବିଭୁତି ଭୂଷଣ ପଲେଇ ପଲେଇ ଫିତାକାଟି ଶୁଭାରମ୍ଭ କରିଥିଲେ ।ଏହି ରକ୍ତଦାନ ଶିବିରରେ ୧ ୭ ଜଣରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ ।ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଡାକ୍ତର ସୁଦିବ୍ଯଲୋଚନ ସିଂ ଏବଂ କର୍ମଚାରୀ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ ।ଅନୁଷ୍ଠାନର ମୁଖ୍ୟ ଯୁବ ସମାଜସେବୀ ଦୀପକ ବେହେରା କାର୍ଯ୍ୟକ୍ରମ ସଫଳ କରିଥିବାରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱରର୍କର୍ସ ଆସୋସିଏସନ୍ ପକ୍ଷରୁ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ

masiha

ଯୁବ ସମାଜସେବୀଙ୍କ ପରଲୋକ 

Sunil Chandra Nayak

ବିଧାୟକଙ୍କ ପ୍ରଚେଷ୍ଟାରେ ଆସିକାରେ ଦୁଇ ଦିନ ଉପଜିଲ୍ଲାପାଳଙ୍କ କ୍ୟାମ୍ପ କୋର୍ଟ ବିଧାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ 

masiha

Leave a Comment

error: Content is protected !!