ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଟାଉନ ଥାନା ! ମହୁଲଡିହା ବିର୍ସା ମୁଣ୍ଡା ପାର୍କ ଛକରେ ବାଇକ ସହ ଅଜଣା ଗାଡି ଧକ୍କା; ଜଣେ ମୃତ ଜଣେ ଗୁରୁତର

ରାଇରଙ୍ଗପୁର ଟାଉନ ଥାନା ! ମହୁଲଡିହା ବିର୍ସା ମୁଣ୍ଡା ପାର୍କ ଛକରେ ବାଇକ ସହ ଅଜଣା ଗାଡି ଧକ୍କା; ଜଣେ ମୃତ ଜଣେ ଗୁରୁତର

ରାଇରଙ୍ଗପୁର – ୨୮/୦୫ — ରାଇରଙ୍ଗପୁର‌ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୩୨୦ ନମ୍ବର ମହୁଲଡିହା ନିକଟସ୍ଥ ଶହୀଦ ଵୀର୍ସା ମୁଣ୍ଡା ପାର୍କ ଛକରେ ଏକ ବାଇକ୍ କୁ ଧକ୍କା ଦେଇ ଅଜଣା ଗାଡ଼ି ଚମ୍ପଟ ।ଘଟଣାଟି ସଂନ୍ଧ୍ଯା ବେଳେ ଘଟିଛି ।ରକ୍ତ ଜୁଡୁବୁଡୁ ଅଵସ୍ଥିରେ ଦୁଇ ଗୁରୁତରଙ୍କୁ ରାଇରଙ୍ଗପୁର ଅଗ୍ନିଶମ ବିଭାଗ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତି କରିଥିଲା ।ଦୁଇ ଗୁରୁତର ଯୁବ ବାଇକ ଆରୋହୀ ହେଲେ ପୁରୁଣା ପାଣି ପଞ୍ଚାୟତର ଵଡଶିମିଳା ଗ୍ରାମର ରାମଚନ୍ଦ୍ର ହେମ୍ବ୍ରମ ଏବଂ ରମାକାନ୍ତ ଟୁଡୁ ।ରାମଚନ୍ଦ୍ର ହେମ୍ବ୍ରମଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ହୋଇଯାଇଥିବାବେଳେ ରମାକାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଓଡ଼ିଶା ନାଟ୍ୟ ଦିବସ ଆମ ଗର୍ବ ଓ ଗୌରବର ପର୍ବ : କଳାକାର ମହାସଂଘ

Sunil Chandra Nayak

Soorya Krishnamoorthy was honoured with Bharat Muni Samman on the last day of 15th Bharat Muni Samman closing ceremony.

masiha

ବ୍ରାହ୍ମଣ ସମାଜର ବିରାଟ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!