ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଟାଉନ ଥାନା ! ମହୁଲଡିହା ବିର୍ସା ମୁଣ୍ଡା ପାର୍କ ଛକରେ ବାଇକ ସହ ଅଜଣା ଗାଡି ଧକ୍କା; ଜଣେ ମୃତ ଜଣେ ଗୁରୁତର

ରାଇରଙ୍ଗପୁର ଟାଉନ ଥାନା ! ମହୁଲଡିହା ବିର୍ସା ମୁଣ୍ଡା ପାର୍କ ଛକରେ ବାଇକ ସହ ଅଜଣା ଗାଡି ଧକ୍କା; ଜଣେ ମୃତ ଜଣେ ଗୁରୁତର

ରାଇରଙ୍ଗପୁର – ୨୮/୦୫ — ରାଇରଙ୍ଗପୁର‌ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୩୨୦ ନମ୍ବର ମହୁଲଡିହା ନିକଟସ୍ଥ ଶହୀଦ ଵୀର୍ସା ମୁଣ୍ଡା ପାର୍କ ଛକରେ ଏକ ବାଇକ୍ କୁ ଧକ୍କା ଦେଇ ଅଜଣା ଗାଡ଼ି ଚମ୍ପଟ ।ଘଟଣାଟି ସଂନ୍ଧ୍ଯା ବେଳେ ଘଟିଛି ।ରକ୍ତ ଜୁଡୁବୁଡୁ ଅଵସ୍ଥିରେ ଦୁଇ ଗୁରୁତରଙ୍କୁ ରାଇରଙ୍ଗପୁର ଅଗ୍ନିଶମ ବିଭାଗ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତି କରିଥିଲା ।ଦୁଇ ଗୁରୁତର ଯୁବ ବାଇକ ଆରୋହୀ ହେଲେ ପୁରୁଣା ପାଣି ପଞ୍ଚାୟତର ଵଡଶିମିଳା ଗ୍ରାମର ରାମଚନ୍ଦ୍ର ହେମ୍ବ୍ରମ ଏବଂ ରମାକାନ୍ତ ଟୁଡୁ ।ରାମଚନ୍ଦ୍ର ହେମ୍ବ୍ରମଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ହୋଇଯାଇଥିବାବେଳେ ରମାକାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ କାର୍ଯ୍ୟ ରେ ଯୋଗ ଦେଲେ ନୂତନ ବିଡ଼ିଓ ଶ୍ରୀମତୀ ତିଳତମା ପୃଷ୍ଟି

Sunil Chandra Nayak

ଜାମିଆ ଅଲ ହବିବ ରେ ୮୦ ତମ ସ୍ୱାଧୀନତା ଦିବସ ପାଳନ !!  

Sunil Chandra Nayak

ନିର୍ମାଣର ବର୍ଷେ ହୋଇନି ରାସ୍ତାରୁ ଉଠିଲା ପିଚୁ ଓ ଚିପ୍ସ, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

masiha

Leave a Comment

error: Content is protected !!