ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସମ୍ୟ ହରାଇ ଓଲଟିଲା ଆଟୋ ଦୁଇ ଗୁରୁତର

ଭାରସମ୍ୟ ହରାଇ ଓଲଟିଲା ଆଟୋ ଦୁଇ ଗୁରୁତର

ଆସିକା,୩୧/୫/୨୬ (ଶିବ ଶଙ୍କର ମିଶ୍ର ) ଆସିକା ରୁ ସୋରଡା ପଟକୁ ଯାଉଥିବା ଏକ ପସେଞ୍ଜର ଅଟୋ ଜାତୀୟ ରାଜପଥ 59 ର ସରଧାପୁର ବାଟିଆ ନିକଟରେ ରବିବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି। ଅଟୋଟି ଆସିକା ରୁ ସୋରଡା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ 4 ରୁ ଅଧିକ ଆହତ ହୋଇଥିବା ବେଳେ ଦୁଇ ଜଣକ ଅବସ୍ଥା ଅଧିକ ଗୁରୁତର ରହିଛି। ଗୁରୁତର ଦୁଇ ଜଣ ହେଲେ ରାହୁଲ ରାଉତ ଓ ବାଲଜି ନାୟକ। ଧରାକୋଟ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ଆସିକା ମେଡିକାଲ ଓ ପରେ ଗୁରୁତର ଦୁଇ ଜଣ ଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଅଟୋରେ 10 ଜଣ ଏକ ଭୋଜି ରୋଷେଇରେ ସହାୟତା ପାଇଁ ଯାଉଥିଲେ। ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଁଚି ଅଧିକ ତଦନ୍ତ କରୁଛି।

Related posts

,୧- ୨ ବର୍ଷ ମଧ୍ୟରେ ବ୍ଲକର ୧୩ ଗୋଟି ପଞ୍ଚାୟତ ର ଚିତ୍ର ବଦଳିଲା,ଆଗେଇଛି ଉନ୍ନତି ମୂଳକ କାର୍ଯ୍ୟ , ୨-ନିଲାବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ , ୩- ପ୍ରବଳ ବର୍ଷା ଓ ପବନରେ ଏସାଡା ଗ୍ରାମରେ ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୭ ପରିବାର

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ 

Sunil Chandra Nayak

Leave a Comment

error: Content is protected !!