ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହାପୁର ପଞ୍ଚାୟତ ବିଭିନ୍ନ ବୁଥରେ ଏସ.ଆଇ.ଆର କାର୍ଯ୍ୟ ତଦାରଖ କରି ପରିଗଣନା ଫର୍ମ ବଣ୍ଟନ କଲେ ହିଞ୍ଜିଳି ବିଡ଼ିଓ

ସାହାପୁର ପଞ୍ଚାୟତ ବିଭିନ୍ନ ବୁଥରେ ଏସ.ଆଇ.ଆର କାର୍ଯ୍ୟ ତଦାରଖ କରି ପରିଗଣନା ଫର୍ମ ବଣ୍ଟନ କଲେ ହିଞ୍ଜିଳି ବିଡ଼ିଓ

ହିଞ୍ଜିଳିକାଟୁ,ତା ୦୧/୦୬ ଗତ ତା ୩୦/୦୫/୨୦୨୬ରିଖ ଠାରୁ ଜୁନ ୨୮ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଏସ.ଆଇ.ଆର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟକ୍ରମ ଚାଲୁ ରହିବ । ଏହି ଅବସରରେ ସ୍ଵତନ୍ତ୍ର ସଘନ ସଂଶୋଧନ ଏସ.ଆଇ.ଆର କାର୍ଯ୍ୟକ୍ରମ ଅଧୀନରେ ସୋମବାର ଦିନ ବିଡ଼ିଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀ ହିଞ୍ଜିଳିକାଟୁ ବ୍ଳକ୍ ଅନ୍ତର୍ଗତ ସାହାପୁର ପଞ୍ଚାୟତର ବିଭିନ୍ନ ବୁଥ୍ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ତଦାରଖ କରିବା ସହ ଭୋଟର ମାନଙ୍କୁ ଫର୍ମ ବଣ୍ଟନ କରିଥିଲେ l ବିଡ଼ିଓଙ୍କ ଉପସ୍ଥିତିରେ ବି.ଏଲ.ଓ ମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନ ଫର୍ମ ବିତରଣ କରିଥିଲେ ଏବଂ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ବୁଝାଇଥିଲେ । ଏହି ସମୟରେ,ଅତିରିକ୍ତ ତହସିଲଦାର ସୁରଜ କୁମାର ବେହେରା, ଜିଲ୍ଲା ପରିଷଦ ସଦସ୍ୟା ପ୍ରୀତି ସାହୁ,ବ୍ଳକ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ,ଜିପିଡିଓ ଜି ରବି କୁମାର,ସ୍ଥାନୀୟ ସରପଞ୍ଚ ବନ୍ଦନା ପ୍ରଧାନ,ଏ.ବି.ଡି.ଓ ଅରୁଣ କୁମାର ପ୍ରଧାନ,ତଥା ଅନ୍ୟ ବିଭାଗୀୟ ଅଧିକାରୀ, ବି.ଏଲ.ଓ ବିକ୍ରମ କୁମାର ସାହୁ, ନଗେନ୍ଦ୍ର ମଲ୍ଲିକ,ସୁପରଭାଇଜର ପ୍ରକାଶ ସେଠୀ ଓ ବୁଥ୍ ଲେଭେଲ୍ ଅଫିସର ଉପସ୍ଥିତ ଥିଲେ । ବିଡ଼ିଓ ସୁଶ୍ରୀ ଷଡ଼ଙ୍ଗୀ ଭୋଟର ମାନଙ୍କ ସହ ଆଲୋଚନା କରି ଏସ.ଆଇ.ଆରର ଉଦ୍ଦେଶ୍ୟ ଓ ଆବଶ୍ୟକ ପ୍ରମାଣପତ୍ର ବିଷୟରେ ଅବଗତ କରାଇଥିଲେ । ବି.ଏଲ.ଓ ମାନଙ୍କୁ ନିଷ୍ଠାର ଓ ଶାନ୍ତିପୂର୍ଣ୍ଣ ସହ ଘରକୁ ଘର ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବି.ଏଲ.ଓ ଓ ସୁପରଭାଇଜରଙ୍କୁ ସହଯୋଗ କରିବା ପାଇଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରିଥିଲେ ।

Related posts

ଗ୍ରାମ୍ୟ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ରାତ୍ରିରେ ଚାଲୁଛି ପିଚୁ କାମ ! ଗ୍ରାମବାସୀଙ୍କ ଅଭିଯୋଗ

ତେନ୍ତୁଳିଖୁଣ୍ଟି ଥାନା ପାଚେରୀ ନିର୍ମାଣ କାର୍ଯ୍ୟ ନିମ୍ନ ମାନର, ବିଭାଗୀୟ ଯନ୍ତ୍ରୀ ଙ୍କ ଦେଖା ନାହିଁ, ମିସ୍ତ୍ରୀ ଙ୍କ ନିଜ ଇଚ୍ଛାରେ ଚାଲୁଛି କାମ

masiha

ବିକାଶ ର ଧାରା ଓଡ଼ିଶା ସାରା ରେ ମହିଳା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!