ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ପାଇଁ ଗୌରବ ଆଣିଲେ ପଶ୍ଚିମ ଓଡିଶା ଟପ୍ପର କୌଶିକ ସାହୁ : ଜେ ଇ ଇ ଆଡଭାନ୍ସ ପରୀକ୍ଷା ସର୍ବ ଭାରତୀୟ ସ୍ତରରେ ରଖିଲେ ୪୩୮ ରାଙ୍କ

ଧର୍ମଗଡ଼ ପାଇଁ ଗୌରବ ଆଣିଲେ ପଶ୍ଚିମ ଓଡିଶା ଟପ୍ପର କୌଶିକ ସାହୁ : ଜେ ଇ ଇ ଆଡଭାନ୍ସ ପରୀକ୍ଷା ସର୍ବ ଭାରତୀୟ ସ୍ତରରେ ରଖିଲେ ୪୩୮ ରାଙ୍କ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସାହୁ ପଡା ର ମେଧାବୀ ଛାତ୍ର କୌଶିକ କୁମାର ସାହୁ ଚଳିତ ୨୦୨୬ ଜେ ଇ ଇ ଆଡଭାନ୍ସ ପରୀକ୍ଷା ସର୍ବ ଭାରତୀୟ ସ୍ତର ସାଧାରଣ ବର୍ଗ ରେ ୨୩୪୩ ରାଙ୍କିଙ୍ଗ ସହ ପଛୁଆ ବର୍ଗ ରେ ୪୩୮ ରାଙ୍କ ହାସଲ କରି ସମଗ୍ର ପଶ୍ଚିମ ଓଡିଶା ର ଟପ୍ପର ସାଜି ବା ସହ ରାଜ୍ୟ ର ପ୍ରଥମ ତିନି ସ୍ଥାନ ମଧ୍ୟ ରେ ରହି ଦେଶର ପ୍ରତିଷ୍ଠିତ ଆଇ ଆଇ ଟି ରେ ପ୍ରବେଶିକା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l

କୌଶିକ ଧର୍ମଗଡ଼ ସାହୁ ପଡା କିଶୋର ଚନ୍ଦ୍ର ସାହୁ ଓ ମଞ୍ଜୁଳା ସାହୁ ଙ୍କ ନାତି ତଥା ଜ୍ଯେଷ୍ଠ ପୁତ୍ର କିରଣ କୁମାର ସାହୁ ଓ ରୀନା ସାହୁଙ୍କ ସୁପୁତ୍ର ଅଟନ୍ତି l ଜଣେ ମେଧାବୀ ଓ କଠିନ ପରିଶ୍ରମୀ ଛାତ୍ରଭାବେ ସେ ଏ ଅଞ୍ଚଳରେ ବେଶ୍ ଜଣାଶୁଣା ଥିବା ବେଳେ ଧର୍ମଗଡ଼ ଏଲ୍ ନିଶି ମିଶନ ସ୍କୁଲ ରେ ବିଦ୍ୟାରମ୍ଭ କରି କୃତିତ୍ଵ ର ସହ ୯୬,୪୦% ରଖି ଦଶମ ପାସ କରିବା ପରେ ବଲାଙ୍ଗିର ଜିଲ୍ଲା ଯୁବୋଦୟ କଲେଜ ରେ ଯୁକ୍ତ ଦୁଇ ସି ବି ଏସ ଇ ପରୀକ୍ଷା ରେ ୯୪.୨୦% ରଖି ଜେ ଇ ଇ ମ୍ୟାନ୍ ପରୀକ୍ଷା ରେ ୯୯.୯୩ ପାଇଁ ଚର୍ଚିତ ଥିଲେ l 

କଠିନ ପରିଶ୍ରମ ହିଁ ସବୁ ସଫଳତା ର ଚାବିକାଠି ବୋଲି ମତବ୍ୟକ୍ତ କରୁଥିବା କୌଶିକ ଭବିଷ୍ୟତରେ ଜଣେ ସୁଦକ୍ଷ ଇଞ୍ଜିନିୟର ସାଜି ଦେଶ ସେବା ସହ ଦେଶର ବୈଷୟିକ ବିକାଶ କ୍ଷେତ୍ରରେ ସହଭାଗୀ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି l

ତାଙ୍କ ସଫଳତା ପଛରେ ତାଙ୍କର ଜେଜେ ବାପା ଓ ଜେଜେ ମା, ପିତାମାତା ଓ ଦୁଇ କାକା ଖୁଡି ଙ୍କର ବିଶେଷ ଅବଦାନ ରହିଥିବା ବେଳେ ସେ ପଢିଥିବା ସମସ୍ତ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଙ୍କ ଆଶୀର୍ବାଦ ରୁ ଏହି ସଫଳତା ର ଦ୍ଵାରଦେଶ ରେ ପହଁଞ୍ଚି ପାରିଥିବା ପ୍ରକାଶ କରିଛନ୍ତି l

ତାଙ୍କର ଏହି ସଫଳତା ପାଇଁ ଅଞ୍ଚଳ ଗର୍ବିତ ହୋଇଥିବା ଯୋଗୁଁ ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜିବୀ, ଶିକ୍ଷାବିତ୍ ଓ ବିଭିନ୍ନ ସ୍ତର ର ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ସେ ଏ ଅଞ୍ଚଳର ଯୁବ ପିଢି ପାଇଁ ଆଦର୍ଶ ଓ ପ୍ରେରଣା ର ଉତ୍ସ ସାଜିବେ ବୋଲି ମତ ପ୍ରକାଶ କରିଛନ୍ତି l

Related posts

ଗୋଡାଳ ଗ୍ରାମରେ ୧୫ ଦିନ ହେଲା ଜଳ ଯୋଗାଣ ବନ୍ଦ, ଟ୍ୟାଙ୍କ ନିକଟରେ ତାତିଲେ ମହିଳା, ବ୍ଲକ ଘେରାଉ ଚେତାବନୀ

ଓଡିଶାର କୃଷିକୁ ସଶକ୍ତ କରିବା ପାଇଁ ପାଣ୍ଠି ଏବଂ ସହାୟତା ଆବଣ୍ଟନ ଉପରେ ସାଂସଦ ନିରଞ୍ଜନ ବିଶି ଙ୍କ ଅଣ ତାରକା ପ୍ରଶ୍ନ

masiha

ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ

masiha

Leave a Comment

error: Content is protected !!