ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବଳ ଗ୍ରୀଷ୍ମରୁ ପକ୍ଷୀ ମାନଙ୍କର ଜୀବନ ବଞ୍ଚାଇବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସ୍ୱତନ୍ତ୍ର ପ୍ରୟାସ 

ପ୍ରବଳ ଗ୍ରୀଷ୍ମରୁ ପକ୍ଷୀ ମାନଙ୍କର ଜୀବନ ବଞ୍ଚାଇବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସ୍ୱତନ୍ତ୍ର ପ୍ରୟାସ 

କଟକ : ଗ୍ରୀଷ୍ମ ର ପ୍ରବାହ ଦିନ କୁ ଦିନ ସାରା ଓଡିଶା ରେ ବଢିବାକୁ ଲାଗିଛି l ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଖରା ର ତାପମାତ୍ରା ବଢ଼ି ଚାଲିଛି l ଏହି ଗ୍ରୀଷ୍ମ ପ୍ରବାହ ରେ ମଣିଷ ର ଅବସ୍ଥା ବେହାଲ ହୋଇଛି l ଜଙ୍ଗଲ ରେ ରହୁଥିବା ପକ୍ଷୀ ମାନଙ୍କ ର ତୃଷ୍ଣା ମେଣ୍ଟାଇବା ପାଇଁ ଜଳ ର ଅଭାବ ରହିଛି l କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଥିବା ରଘୁଦେଇପୁର ପଞ୍ଚାୟତ ର ରାଜନଗର ଗ୍ରାମ ରେ ରହିଛି ଏକ ପୁରାତନ ଜଙ୍ଗଲ l ଏହା ଆଳି ରାଜା ଙ୍କ ର ବୋଲି ଲୋକେ କୁହନ୍ତି l ଏହି ଜଙ୍ଗଲ ରେ ଅନେକ ପଶୁପକ୍ଷୀ ବସବାସ କରନ୍ତି l ଗ୍ରୀଷ୍ମ ଦିନ ରେ ପକ୍ଷୀ ମାନଙ୍କ ପାଇଁ ଜଳ ର ଅଭାବ ଦେଖାଦେଇଥାଏ l ଏହି ଘଟଣା କୁ କିଛି ଅଞ୍ଚଳବାସୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଙ୍କ ସହ ଆଲୋଚନା ପରେ ଏହାର ସମାଧାନ ପାଇଁ ଟ୍ରଷ୍ଟ ପକ୍ଷରୁ ବ୍ୟବସ୍ତା ହୋଇଥିଲା l ଆଜି ଟ୍ରଷ୍ଟ ର କର୍ମକର୍ତ୍ତା ମାନେ ପହଂଚି ଜଙ୍ଗଲ ରେ ଅନେକ ଗଛ ରେ ଛୋଟ ଛୋଟ ମାଟି କୁଣ୍ଡ ଝୁଲାଇବା ସହ ପାଣି ପୂର୍ଣ୍ଣ କରିଥିଲେ l ଅନ୍ୟ ଛୋଟ ପକ୍ଷୀ ମାନଙ୍କ ପାଇଁ ମାଟି ପାତ୍ର ବନ୍ଧାଯାଇଥିଲା l ଏହାକୁ ଦେଖି ଅଞ୍ଚଳ ର ବୟସ୍କ ମାନେ ଟ୍ରଷ୍ଟ ର କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଥିଲେ l ଆମର ସିନା ପାଟି ଅଛି ବୋଲି ଆମେ କହିପାରୁଛୁ କିନ୍ତୁ ପକ୍ଷୀମାନଙ୍କ ର ସ୍ୱର କୁ ଆମେ ବୁଝି ପାରି ଏପରି ପଦକ୍ଷେପ ନେଇଛୁ ବୋଲି ଟ୍ରଷ୍ଟ ର ସକ୍ରିୟ ସଦସ୍ୟ ତପନ କୁମାର ନାଥ କହିଛନ୍ତି l ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ପିଣ୍ଟନ ଶର୍ମା, ଜ୍ଞାନ ରଞ୍ଜନ ଶର୍ମା, ମୁସ୍ତାକଉଦିନ ଓ ପ୍ରମୋଦ କୁମାର ନାଥ ସାମିଲ ଥିଲେ l

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସ୍ବେଚ୍ଛାସେବୀ’ଙ୍କ ପକ୍ଷରୁ ଖଡିଆ ମାନଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ସରକାରୀ ବିଦ୍ୟାଳୟର ବାର୍ଷିକୋତ୍ସବ

Sunil Chandra Nayak

ତେଜିଲା କୁରୁଗୁଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ଦାବୀ 

Sunil Chandra Nayak

Leave a Comment

error: Content is protected !!