ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ୱର ବିଡିଓଙ୍କ କାର୍ଯ୍ୟାଳୟରେ ଗାଳି ଗୁଲଜ କରିବା ଓ ଧମକ୍ ଦେବା ଅଭିଯୋଗରେ ୩ ଜଣକ ନାମରେ ଥାନାରେ ମାମଲା ରୁଜୁ

ଜଳେଶ୍ୱର ବିଡିଓଙ୍କ କାର୍ଯ୍ୟାଳୟରେ ଗାଳି ଗୁଲଜ କରିବା ଓ ଧମକ୍ ଦେବା ଅଭିଯୋଗରେ ୩ ଜଣକ ନାମରେ ଥାନାରେ ମାମଲା ରୁଜୁ

 ଜଳେଶ୍ଵର,୩/୬-(ମନିସ):ଜଳେଶ୍ୱର ବ୍ଲକ ବିଡିଓ ଗୌରାଙ୍ଗ ଚରଣ ଘୋଷଙ୍କୁ ଗତ ସୋମବାର କେତେକ ଯୁବକ ଅପରାହ୍ନ ୧୨.୩୦ ମିନିଟ୍ ସମୟରେ ତାଙ୍କ କାର୍ଯ୍ୟାଳୟ ପରିସରରେ ପଶି ତାଙ୍କୁ ଅନ୍ୟ କର୍ମଚାରୀ ମାନଙ୍କ ସମ୍ମୁଖରେ ଗାଳି ଗୁଲଜ କରିବା ସହିତ ସେମାନଙ୍କ କାମ ନ କଲେ, ଗୁରୁତର ପରିଣାମ ଭୋଗିବାକୁ ପଡିବ ବୋଲି ଧମକ୍ ଦେଇଥିଲେ।ଉକ୍ତ ଘଟଣାକୁ କେନ୍ଦ୍ର କରି ବିଡିଓ ଶ୍ରୀ ଘୋଷ ଜଳେଶ୍ଵର ଥାନାରେ ରାତ୍ରୀ ୯.୪୦ ମିନିଟ୍ ସମୟରେ ଏକ ଲିଖିତ ଅଭିଯୋଗ କରିବା ପରେ ଜଳେଶ୍ଵର ଆଇ. ଆଇ.ସି ଅଶୋକ କୁମାର ବାରିକ ଏକ ମାମଲା ୩୧୪/୨୬ ମୂଳେ ସଂପୃକ୍ତ ଯୁବକ ସଂଗ୍ରାମ ଜେନା,ସଞ୍ଜୟ ଘୋଷ ଓ ବିପ୍ଳବ କୁମାର ପ୍ରଧାନଙ୍କ ବିରୋଧରେ ରୁଜୁ କରିଛି।ଅପର ପକ୍ଷରେ ବିଜେପି ଯୁବ ମୋର୍ଚ୍ଚା ନେତା ବିପ୍ଳବ କୁମାର ପ୍ରଧାନଙ୍କ କହିବା ଅନୁଯାୟୀ ଚଳିତ ୨୦୨୫-୨୬ ଆର୍ଥିକ ବର୍ଷ “ବିକଶିତ ଗାଁ, ବିକଶିତ ଓଡ଼ିଶା” ଯୋଜନାରେ ଖୁଦିଆମାଝିସାହି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୯, ୯୦,୦୦୦ ଟଙ୍କା ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦନ କରା ଯାଇଛି।ଉକ୍ତ କାର୍ଯ୍ୟ ପାଇଁ ପ୍ରକଳ୍ପ ଦେଇଥିବା ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଜଳେଶ୍ଵର ବ୍ଲକ କନିଷ୍ଠ ଯନ୍ତ୍ରୀ ବିବେକାନନ୍ଦ ବାରିକ ପ୍ରକଳ୍ପର ଫଳକ ନିର୍ମାଣ ପାଇଁ ମେ ମାସ ୧୮ ତାରିଖ ଦିନ କହିଥିଲେ।ପରବର୍ତ୍ତୀ ସମୟରେ ଉକ୍ତ କାମର ଫଳକ କିଛି ଅସାଧୁ ଦୁବୃର୍ତ୍ତ ମାନେ ଗତ ୨୩ ତାରିଖରେ ଭାଙ୍ଗି ଦେଇଥିଲେ।ଏହି ଘଟଣା ସମ୍ପର୍କରେ ରାଇବଣିଆ ଥାନାରେ ସେ ଓ ସୁଶାନ୍ତ କୁମାର ଘୋଷ,ସନ୍ତୋଷ କୁମାର ସାହୁ,ସଞ୍ଜୟ କୁମାର ଘୋଷ ପ୍ରମୁଖ ଲିଖିତ ଅଭିଯୋଗ କରିଥିଲେ।ମାତ୍ର ଜଳେଶ୍ୱର ବିଡିଓ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ କୌଣସି କାର୍ଯ୍ୟାଦେଶ ଦିଆ ଯାଇନାହିଁ ବୋଲି ରାଇବଣିଆ ଥାନାକୁ କହିଥିଲେ। ତେଣୁ ରାଇବଣିଆ ଥାନା ପକ୍ଷରୁ କୌଣସି ମାମଲା ରୁଜୁ ହୋଇ ନ ଥିଲା।ଏଥିପାଇଁ ବିଗତ ଏକ ସପ୍ତାହ ହେବ ବିଜେପି ନେତାମାନେ ବାରମ୍ବାର ଜଳେଶ୍ଵର ବିଡିଓଙ୍କୁ ଭେଟିବାକୁ ସମୟ ମାଗିଥିଲେ।କିନ୍ତୁ ଜଳେଶ୍ୱର ବିଡିଓ ବିଭିନ୍ନ ସମୟରେ ଏସଆଇଆର, ଜନଗଣନା, ଭିଡ଼ିଓ କନଫରେନ୍ସର ବାହାନା କରି ସେମାନଙ୍କୁ ଫେରାଇ ଦେଇଥିଲେ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।ଗତକାଲି ଜଳେଶ୍ୱର ବିଜେପିର ନେତା ବିପ୍ଳବ କୁମାର ପ୍ରଧାନ ଓ ତାଙ୍କର କିଛି ସହଯୋଗୀ ଅପରାହ୍ନ ୧୨.୩୦ ମିନିଟ ସମୟରେ ଜଳେଶ୍ୱର ବିଡିଓଙ୍କ ସହ କଥା ହେବା ପାଇଁ ଯାଇଥିଲେ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଡାକି ଘଟଣାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ଏହି ଘଟଣାକୁ ନେଇ ବିଜେପି ନେତା ମାନଙ୍କ ସହିତ ଜଳେଶ୍ୱର ବିଡିଓଙ୍କ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ହୋଇଥିବା ଦେଖା ଯାଇଥିଲା।ପରେ ଏହି ଘଟଣାକୁ କେନ୍ଦ୍ର କରି ଜଳେଶ୍ଵର ବିଡିଓ ଶ୍ରୀ ଘୋଷ ଜଳେଶ୍ଵର ଥାନାରେ କେବଳ ୩ ଜଣ ବିଜେପି ଯୁବ ନେତା ମାନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ।ଏହି ଘଟଣା ସମ୍ପର୍କରେ ଜଳେଶ୍ୱର ବିଡ଼ିଓ ଓ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ମାଟ୍ରିକ ପରୀକ୍ଷାଫଳ ରେ ବିଜରାଗୁଡ଼ା କନ୍ୟାଶ୍ରମର ରାଜ୍ୟ ସ୍ତରୀୟ ସଫଳତା

ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦ୍‌ଯାପିତ

Sunil Chandra Nayak

ଭାରତୀୟ କପା ନିଗମ ରାୟାଗଡା ଶାଖା ଦ୍ୱାରା ଦୁର୍ନୀତି ନିବାରଣ ସଚେତନତ ସପ୍ତାହ ପାଳିତ 

masiha

Leave a Comment

error: Content is protected !!