ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ର କ୍ୟାବିନେଟର ୮୩୦୦ କୋଟି ଟଙ୍କା ବିନିମୟରେ ଉପକୁଳ ରାଜମାର୍ଗ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରସଙ୍ଗ ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବ: ମନମୋହନ ସାମଲ

କେନ୍ଦ୍ର କ୍ୟାବିନେଟର ୮୩୦୦ କୋଟି ଟଙ୍କା ବିନିମୟରେ ଉପକୁଳ ରାଜମାର୍ଗ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରସଙ୍ଗ

ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବ: ମନମୋହନ ସାମଲ
 ଓଡିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି 

ଭୁବନେଶ୍ୱର, ତା.୦୩/୦୬ : ସାମୁହିକ ଓ ସାମଗ୍ରିକ ବିକାଶ ପାଇଁ ଯାତାୟତ ସହ ଗମନାଗମନ ଓ ସୁଦୃଢ ଭିତିଭୁମି ନିହାତି ଆବଶ୍ୟକ । ପୂର୍ବଦ୍ୟୋୟ ମିଶନକୁ ପ୍ରାଧାନ୍ୟ ଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିଆସୁଛନ୍ତି । ରାଜ୍ୟରେ ପୂର୍ବ ସରକାରର ସ୍ଥାଣୁତା କାରଣରୁ ବିକାଶ ବାଧାପ୍ରାପ୍ତ ହୋଇଥିଲା । ବର୍ତମାନ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର ଏବଂ ବିକାଶର ବାଧକ ସାଜିଥିବା ବିନ୍ଦୁଗୁଡିକ ଚିହ୍ନଟ କରାଯାଇ ସମସ୍ୟାର ସମାଧାନ ସମେତ ବିକାଶର ଧାରାକୁ ତ୍ୱରାନ୍ୱିତ କରାଯାଉଛି । ଏହି କ୍ରମରେ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରାଜ୍ୟରେ ଜାତୀୟ ରାଜପଥ (ଏନଏଚ-୯୦) ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଦା ଜିଲ୍ଲା ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ କୋଷ୍ଟାଲ ହାଇେଓ୍‌ô ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି । ହାଇବ୍ରିଡ ଆନୁଇଟି ମାଧ୍ୟମରେ ଦୁଇଟି ପ୍ୟାକଜରେ ୮୩୦୦.୭୯ କୋଟି ଟଙ୍କା ବିନିମୟରେ ଓଡିଶାର ୧୬୩.୧୮୦ କିମି ଉପକୁଳ ରାଜମାର୍ଗ ନିର୍ମାଣ ହେବ । ଏହା ଫଳରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ଯାତାୟତ ବବସ୍ଥା ଅଧିକ ସୁଗମ ହେବା ସହିତ ଅଂଚଳର ସାମାଜିକ ଓ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ମିଳିବ । ଏହି ଉପକୁଳ ରାଜମାର୍ଗ ନିର୍ମାଣ ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବା ସହିତ ନୂତନ ନିଯୁକ୍ତି ସୃଷ୍ଟି କରିବ । ଓଡିଶାର ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ପାଇଁ ଓଡିଶାବାସୀଙ୍କ ତରଫରୁ ରାଜ୍ୟ ସଭାପତି ଓ ସାଂସଦ ଶ୍ରୀ ମନମୋହନ ସାମଲ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ବିଜେଡିର ମିଶ୍ରଣ ପର୍ବରେ ବହୁ ବିଜେପି କର୍ମୀ ହେଲେ ସାମିଲ         

masiha

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କୁ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ,୨୮ ରେ ବିଧାନସଭା ଘେରାଉ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବ ରୁ ଜିଲ୍ଲା କଂଗ୍ରେସ ସଭାପତି ସହ ଉପସଭାପତି ଅଜିତ ପୁରୋହିତ ଥାନା ରେ ଅଟକ 

Sunil Chandra Nayak

Leave a Comment

error: Content is protected !!