ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକା କଳାରେ ସି.ଜେ.ପି. (କକ୍ରୋଜ ଜନତା ପାର୍ଟି ର ଆନ୍ଦୋଳନକୁ ସମର୍ଥନ)

ବାଲୁକା କଳାରେ ସି.ଜେ.ପି. (କକ୍ରୋଜ ଜନତା ପାର୍ଟି ର ଆନ୍ଦୋଳନକୁ ସମର୍ଥନ)

କର୍ଲାମୁଣ୍ଡା, ୦୪/୫ (ସୁଶାନ୍ତ ରଣା): ସୁପ୍ରିମ କୋର୍ଟର ମୁଖ୍ୟ ବିଚାର ପତି ସୂର୍ଯକାନ୍ତଙ୍କ ଦ୍ୱାରା ବେକାରୀ ଯୁବପିଢ଼ି ଙ୍କୁ ଆକ୍ଷେପ କରି ଦିଆଯାଇ ଥିବା ବିବାଦୀୟ ମନ୍ତବ୍ୟ ‘କକ୍ରୋଜ’ ଶବ୍ଦକୁ ଯୁବକ ମାନେ ଅପମାନ ଭାବରେ ନେବା ପରିବର୍ତ୍ତେ ଏହାକୁ ନିଜର ଏକ ପରିଚୟ ଭାବରେ ଗ୍ରହଣ କରି ଶିକ୍ଷିତ ବେକାରଙ୍କ ସ୍ୱର ଭାବରେ ସାମାଜିକ ଗଣମାଧ୍ୟମରେ ଭାରତରେ ପ୍ରଥମ ଥର ପାଇଁ ଏକ ସର୍ବ ବୃହତ ବିପ୍ଳବର ଦାନା ବନ୍ଧୁଅଛି । ଆମେରିକାର ବୋଷ୍ଟନ ୟୁନିଭର୍ସିଟିର ଜଣେ ମେଧାବୀ ଭାରତୀୟ ଛାତ୍ର ଅଭିଜିତ ଦୀପକେ ଏହି ଆନ୍ଦୋଳନର ମୁଖ୍ୟ ସୂତ୍ରଧର । ଭାରତର ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକ ରାଜନେତା ଓ ବ୍ୟବସ୍ଥା ବିରୁଦ୍ଧରେ ସୋସିଆଲ ମିଡ଼ିଆ ମାଧ୍ୟମରେ ସଂଗଠିତ ହୋଇ ସେମାନଙ୍କର କ୍ରୋଧ ଏବଂ ଅସନ୍ତୋଷ ପ୍ରକାଶ କରୁଛନ୍ତି । ନିକଟ ଅତୀତରେ ନିଟ ପରୀକ୍ଷାର ପ୍ରଶ୍ନ ପତ୍ର ପ୍ରଘଟ ଘଟଣାରେ ଅନେକ ମେଧାବୀ ଛାତ୍ର ଆତ୍ମ ହତ୍ୟା କରିଛନ୍ତି ଓ ଏହା ବିରୁଦ୍ଧରେ ଆସନ୍ତା ୬ ତାରିଖରେ ଦିଲ୍ଲୀର ଯନ୍ତର ମନ୍ତର ଠାରେ ପ୍ରଥମ ଥର ପାଇଁ ସି.ଜେ.ପି. ତରଫରୁ ଏକ ବୃହତ ଆନ୍ଦୋଳନ ସଂଘଠିତ ହେବାକୁ ଯାଉଛି । ଉକ୍ତ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଉକ୍ତ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ଅତୀତରେ ଆନ୍ନା ହଜାରେ ଓ ବାବା ରାମଦେବଙ୍କ ନେତୃତ୍ୱରେ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା ଓ ଦେଶର ଲକ୍ଷ ଲକ୍ଷ ସାଧାରଣ ଜନତା ଉକ୍ତ ଆନ୍ଦୋଳନ କୁ ସମର୍ଥନ ଜଣାଇ ଥିଲେ । ବିଜେପି କ୍ଷମତାସିନ ହୋଇଥିଲା କିନ୍ତୁ ଭ୍ରଷ୍ଟାଚାର କମିବା ବଦଳରେ ଆହୁରି ବଢ଼ିବାରେ ଲାଗିଛି । ଆନ୍ନା ହଜାରେ ଓ ବାବା ରାମଦେବ ବର୍ତମାନ ନିରବ ଦ୍ରଷ୍ଟା ସାଜିଛନ୍ତି । ଲକ୍ଷ ଲକ୍ଷ ଜନସାଧାରଣଙ୍କ ସମର୍ଥନ ଯେପରି ବେକାର ନ ହୁଏ, ସେଥିପ୍ରତି ଦୃଷ୍ଟି ଦେଇ ସାଲିସ ବିହୀନ ସଂଗ୍ରାମ ଜାରି ରଖିବା ପାଇଁ ଶ୍ରୀ ସାହୁ ଅଭିଜିତ ଦୀପକେ ଓ ସିଜେପି ର ନେତୃତ୍ୱ ମଣ୍ଡଳୀଙ୍କୁ ବାଲୁକା କଳା ମାଧ୍ୟମରେ ଅନୁରୋଧ କରିଛନ୍ତି ।

Related posts

ବନ୍ଧୁଗାଁ ସମନ୍ୱିତ ବିକାଶ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ 

masiha

ଅବସର ଗ୍ରହଣ କଲେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେରୁକ

ଚାଷୀ ମାନଙ୍କୁ କୃଷି ସାମଗ୍ରୀ ବଣ୍ଟନ 

masiha

Leave a Comment

error: Content is protected !!