ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ‘ଓଜନ ଉତ୍ସବ” ଅନୁଷ୍ଠିତ

ଥୁଆମୂଳ ରାମପୁର:୧୪/୫- ମ.ନି.ସ:-ଥୁଆମୂଳ ରାମପୁର ବ୍ଳକ ସଦରମହକୁମା ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ର ଠାରେ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ “ଓଜନ ଉତ୍ସବ” ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଥୁଆମୂଳ ରାମପୁର ସ୍ବାସ୍ଥ୍ୟ ବିଭାଗ ଏଏନଏମ ଶ୍ରୀମତୀ ଜାମିନୀ ନାଏକ ଯୋଗଦେଇ ଉଦଘାଟନ କରିଥିଲେ। ଚଳିତ ମାସ ୧୩ ଓ ୧୪ ତାରିଖ ଦୁଇଦିନ ହୋଇଥିବା ଉଜନ ଉତ୍ସବରେ ଜନ୍ମରୁ ପାଞ୍ଚ ବର୍ଷର ୮୦ ଜଣ ଶିଶୁଙ୍କର ଓଜନ କରାଯାଇଥିଲା। ଓଜନ ଉତ୍ସବ ପାଳନ ଅବସରେ ଶିଶୁ ଓ ଅବିଭାବକଙ୍କ ଏକତ୍ରିତ ମିଳନର ଏକ ସୁନ୍ଦର ପରିବେଶର ସୃଷ୍ଟି ହୋଇଥିବା ଦୃଷ୍ଟି ଆକର୍ଷଣ କରିଥିଲା। କେନ୍ଦ୍ର ଦାୟତ୍ବରେ ଥିବା ଅଙ୍ଗନବାଡି କର୍ମୀ ଶ୍ରୀମତୀ ରାଜକୁମାରୀ ଛତ୍ରୀଆ ଓ ଅଙ୍ଗନବାଡି ସହାୟୀକା ଶ୍ରୀମତୀ ସୁରେଖା ନାଏକ ଉପସ୍ଥିତ ରହି ଓଜନ ଉତ୍ସବକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବେଣୁ ଧର ସୁତାର ଙ୍କ କବିତା ସ୍ମୃତି ର ସେ ରୂପା ଜହ୍ନ

Sunil Chandra Nayak

ବହୁ ଦିନର ଦାବି ପୂରଣ,ପାନୀୟ ଜଳର ସୁବିଧା ପାଇଲେ ତାରିଣୀ ମନ୍ଦିର ପଡାବାସୀ

Leave a Comment

error: Content is protected !!