ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆସିକା ମଙ୍ଗଳପୁର ଗ୍ରାମରେ ଠେଙ୍ଗା ମାଡରେ ବାପା, ମା ଓ ଦୁଇ ଭାଇ ଗୁରୁତର

ଆସିକା ମଙ୍ଗଳପୁର ଗ୍ରାମରେ ଠେଙ୍ଗା ମାଡରେ ବାପା, ମା ଓ ଦୁଇ ଭାଇ ଗୁରୁତର

ଆସିକା,୬/୬/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି । କୌଣସି ଏକ କାରଣକୁ ନେଇ ଗ୍ରାମ ଘର ସମ୍ମୁଖରେ ବାପା ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ମା ଉର୍ମିଳା ଆଚାର୍ଯ୍ୟ, ବଡ ଭାଇ ଦୁର୍ଗା ଆଚାର୍ଯ୍ୟ ଏବଂ ସାନ ଭାଇ ମୃତ୍ୟୁଞ୍ଜୟ ଆଚାର୍ଯ୍ୟକୁ ସେହି ଗ୍ରାମର ଅଚ୍ୟୁତ ମହାରଣା, ତାଙ୍କ ତିନି ପୁଅ ପ୍ରତାପ ମହାରଣା, କାହ୍ନୁ ମହାରଣା ଓ ଜଗନ୍ନାଥ ମହାରଣା ସଂଘବଦ୍ଧ ଭାବେ ଠେଙ୍ଗାରେ ମରଣାନୁକ ମାଡ ମାରିଥିଲେ । ଏହି ଠେଙ୍ଗା ମାଡରେ ଦୁର୍ଗା ଆଚାର୍ଯ୍ୟଙ୍କ ହାତର କହୁଣି ଏବଂ କାନ୍ଧ ଭାଙ୍ଗି ଯାଇଥିବା ବେଳେ ସାନ ଭାଇ ମୃତ୍ୟୁଞ୍ଜୟ ଆଚାର୍ଯ୍ୟର ମୁଣ୍ଡରେ ଗଭୀର ଆହତ ହୋଇଛି । ସେପଟେ ବାପା ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଓ ମା ଉର୍ମିଳା ଆଚାର୍ଯ୍ୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ମାଡ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଆସିକା ସବଡିଭିଜନ ମେଡିକାଲକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା । ସେଠାରେ କାର୍ଯ୍ୟରତ ଡାକୁର ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ନାନାନ୍ତରିତ ପାଇଁ ପରାମର୍ଶ ଦେଇଥିଲେ । ଏହି ଖବର ଆସିକା ପୋଲିସ ପାଇବା ପରେ ଆସିକା ମେଡିକାଲ ଠାରେ ପହଁଚି ପ୍ରାଥମିକ ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲା।ଖୁବ ଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ଆସିକା ଥାନା ପକ୍ଷରୁ ସୂଚନା ମିଳିଛି ।

Related posts

ଖବର ସଂଗ୍ରହ ବେଳେ ପୂର୍ବତନ ସରପଞ୍ଚ ଓ ତାଙ୍କ ଭାଇଙ୍କ ଦ୍ୱାରା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ,ଥାନାରେ ଅଭିଯୋଗ 

Sunil Chandra Nayak

କୂଅ ଭିତରୁ ବିବାହିତ ମହିଳା ଙ୍କ ମୃତ ଦେହ ଉଦ୍ଧାର…. ହତ୍ୟା ନା ଆତ୍ମହତ୍ୟା କାରଣ ଅପଷ୍ଟ

masiha

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜରିମାନା

masiha

Leave a Comment

error: Content is protected !!