ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ପରିବେଶ ଦିବସ

ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ପରିବେଶ ଦିବସ 

ରାଉରକେଲା : ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ପରିବେଶ ଦିବସ ପାଳିତ ହୋଇଯାଇଛି l ସଂସଦର ସାଧାରଣ ସମ୍ପାଦକ ସୁନୀଲ ମହାନ୍ତି ଓ ସଂଗଠନ ସମ୍ପାଦକ ବ୍ରହ୍ମାନନ୍ଦ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଛେଣ୍ଡ ସ୍ଥିତ ବନବିଭାଗ ଚାରା ଉତ୍ପନ୍ନ କେନ୍ଦ୍ରରୁ କୃଷ୍ଣଚୁଡା ଚାରା ଆଣି କଲୋନୀସ୍ଥ ହନୁମାନ ମନ୍ଦିର ସାମ୍ନା ପାର୍କରେ ରୋପଣ କରାଯାଇଛି l ଆଜିଠାରୁ ସୁନାଫୁଲ ପକ୍ଷରୁ ଚାରା ରୋପଣ ଶୁଭାରମ୍ଭ କରାଗଲା ଏବଂ ଏହି କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ପନ୍ଦର ପର୍ଯ୍ୟନ୍ତ କରାଯିବାକୁ ସଂସଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ପ୍ରତ୍ୟେକ ସଭ୍ୟ ଅତି କମରେ ପାଞ୍ଚଟି ଗଛ ଲଗାଇ ଏହାର ଯତ୍ନ ନେବାକୁ ସଂସଦର ସଭାପତି ମହେନ୍ଦ୍ର ମହାନ୍ତି ଅନୁରୋଧ କରିଛନ୍ତି l ବରିଷ୍ଠ ଉପଦେଷ୍ଟା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭୀମସେନ ସାହୁ ବୃକ୍ଷ ରୋପଣ ପୂର୍ବକ ଏହାକୁ ମିତ୍ର ଭାବରେ ଯତ୍ନ ନେବାକୁ କହିଥିଲେ l ଜଳବାୟୁ ପରିବର୍ତ୍ତନ, ଉଷ୍ଣତା ବୃଦ୍ଧିରୁ ରକ୍ଷା,ଜୈବ ବିବିଧତା ହ୍ରାସ ଆଦିକୁ ଲକ୍ଷ୍ୟ ରଖି ସୁନାଫୁଲ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କରାଯିବା ସହ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଆସୁଛି ବୋଲି ସାଧାରଣ ସମ୍ପାଦକ କହିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ପାତ୍ର, ହୃଷିକେଶ ମୁଦୁଲି, ଅଶୋକ ପାତ୍ର, ତ୍ରିଲୋଚନ ପାଢ଼ୀ ପ୍ରମୁଖ ବହୁ ସଭ୍ୟ ସଭ୍ୟା ସାମିଲ ହୋଇଥିଲେ l ସଂଗଠନ ସମ୍ପାଦକ ବ୍ରହ୍ମାନନ୍ଦ ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଓକିଲ ସଂଘର ନବ-ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

Sunil Chandra Nayak

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହ ପ୍ୟାନେଲର କଡ଼ା ଆଭିମୁଖ୍ୟ

Sunil Chandra Nayak

ବିଦ୍ୟୁତ ଆଘାତ ଲାଗି ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!