ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା, ତା, ୦୮/୦୬:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାକୁ ନେଇ ଏକ ବୃହତ ସଚେତନତା ସଭା ସ୍ଥାନୀୟ ଟାଉନ ହଲ ପରିସର ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବ୍ୟକ୍ତି ବିଶେଷ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ବନବାସୀ ସେବା ସମିତିର ସଦସ୍ୟ ଏବଂ ସ୍ଥାନୀୟ ଅଞ୍ଚଳ ର ସାଧାରଣ ଜନତା ସାମିଲ ହୋଇଥିଲେ। ଏହି ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ନିର୍ବାଚନ ଅଧିକାରୀ ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ ଯୋଗଦେଇ “ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ” (SIR) ର ଆଭିମୁଖ୍ୟ ଏବଂ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଏକ ସୁଦୃଢ଼ ଗଣତନ୍ତ୍ର ଗଠନ ପାଇଁ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ରହିବା ଅତ୍ୟନ୍ତ ଜରୁରୀ। ନାଗରିକ ମାନଙ୍କ କଲ୍ୟାଣ ତଥା ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷିତ କରିବା ପାଇଁ ସରକାର ଏହି ଅଭିଯାନକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରୁଛନ୍ତି l

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ ଡିସେମ୍ବର ୨୨ରୁ। ସମ୍ବର୍ଦ୍ଧିତ ହେବେ ପାଞ୍ଚପିଢିର କଳାକାର

Sunil Chandra Nayak

ଧର୍ମଗଡ଼ ମହିଳା ମହାବିଦ୍ୟାଳୟର ର ବାର୍ଷିକୋତ୍ସବ।  ସ୍ବପ୍ନକୁ ସାକାର କରିବାପାଇଁ ପ୍ରଗାଢ଼ ପରିଶ୍ରମ ଓ ଆନ୍ତରିକ ପ୍ରଚେଷ୍ଠା ର ଆବଶ୍ୟକତା ରହିଛି

masiha

ରାୟଗଡ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!