ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତକଙ୍କ ପରିବାରକୁ ଭେଟିଲେ ଆସିକା ବିଧାୟକ

ମୃତକଙ୍କ ପରିବାରକୁ ଭେଟିଲେ ଆସିକା ବିଧାୟକ

ଆସିକା,୮/୬/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଥାର୍ଡ଼ ଡିଗ୍ରୀ ଘଟଣାରେ ସୁବୁଳିଆ ଗ୍ରାମର ସୁଶାନ୍ତ ସାହୁ ନାମକ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜନୀତି ସରଗରମଥ‌ିବା ବେଳେ ଆଜି ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ମୃତକଙ୍କ ପରି ବାର କୁ ସାକ୍ଷାତ କରିଛନ୍ତି । ବିଧାୟକ ମୃତ ସୁଶାନ୍ତ ସାହୁଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବା ସହ ଟିକିନିକ ଆଲୋଚନା କରି ଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ପରିବାରର ସମସ୍ତ ଦାୟିତ୍ଵ ବିଧାୟକ ନିଜେ ଗ୍ରହଣ କରିଥିବା ଦେଇଛନ୍ତି ପ୍ରତିଶ୍ରୁତି । ତେବେ ମୃତ୍ୟୁ ଘଟଣାରେ ପୂର୍ବରୁ ବିରୋଧୀ ଦଳ ବିଜେଡି, କଂଗ୍ରେସ ଓ ଓଡିଶା ଜନତା କଂଗ୍ରେସ ଦଳ ଭଳି ବିଭିନ୍ନ ରାଜନୈତିକ ଦଳ ପରି ବାରସଦସ୍ୟଙ୍କୁ ଭେଟି ଥିବା ବେଳେ ଶାସକ ଦଳ ମଧ୍ୟ ଏଥିରୁ ପଛରେ ପଡିନି । ତେବେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଏହାର ଫାଇଦା କେତେ ମିଳୁଛି ତାହା ସମୟ କହିବ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ମୃତ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳି ନ ଥିବା ବେଳେ ନିରପେକ୍ଷ ତଦନ୍ତ ନେଇ ସୁଶାନ୍ତଙ୍କ ଭାଇ ଆସିକା ବିଧାୟକଙ୍କୁ ଅନୁରୋଧ କରିଥିବା ଦେଖୁବାକୁ ମିଳିଛି ।

Related posts

ରାଜସ୍ବ ଆଦାୟରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଜିଲ୍ଲାପାଙ୍କ ଦ୍ୱାରା ପୁରସ୍କୃତ

Sunil Chandra Nayak

ବିପଦର ବନ୍ଧୁ ସାଜିଛି ରଙ୍ଗବିହୀନ ହମ୍ପସ୍

masiha

ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଓ ଡାକ୍ତର ନିଯୁକ୍ତି ଦାବିରେ ଆମରଣ ଅନଶନ ଚତୁର୍ଥ ଦିନରେ ସମର୍ଥନ ଦେଇ ଧାରଣା ରେ ବସିଲେ ବିବେକ ସେନା ର ରାଷ୍ଟୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ

Sunil Chandra Nayak

Leave a Comment

error: Content is protected !!