ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତକଙ୍କ ପରିବାରକୁ ଭେଟିଲେ ଆସିକା ବିଧାୟକ

ମୃତକଙ୍କ ପରିବାରକୁ ଭେଟିଲେ ଆସିକା ବିଧାୟକ

ଆସିକା,୮/୬/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଥାର୍ଡ଼ ଡିଗ୍ରୀ ଘଟଣାରେ ସୁବୁଳିଆ ଗ୍ରାମର ସୁଶାନ୍ତ ସାହୁ ନାମକ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜନୀତି ସରଗରମଥ‌ିବା ବେଳେ ଆଜି ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ମୃତକଙ୍କ ପରି ବାର କୁ ସାକ୍ଷାତ କରିଛନ୍ତି । ବିଧାୟକ ମୃତ ସୁଶାନ୍ତ ସାହୁଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବା ସହ ଟିକିନିକ ଆଲୋଚନା କରି ଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ପରିବାରର ସମସ୍ତ ଦାୟିତ୍ଵ ବିଧାୟକ ନିଜେ ଗ୍ରହଣ କରିଥିବା ଦେଇଛନ୍ତି ପ୍ରତିଶ୍ରୁତି । ତେବେ ମୃତ୍ୟୁ ଘଟଣାରେ ପୂର୍ବରୁ ବିରୋଧୀ ଦଳ ବିଜେଡି, କଂଗ୍ରେସ ଓ ଓଡିଶା ଜନତା କଂଗ୍ରେସ ଦଳ ଭଳି ବିଭିନ୍ନ ରାଜନୈତିକ ଦଳ ପରି ବାରସଦସ୍ୟଙ୍କୁ ଭେଟି ଥିବା ବେଳେ ଶାସକ ଦଳ ମଧ୍ୟ ଏଥିରୁ ପଛରେ ପଡିନି । ତେବେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଏହାର ଫାଇଦା କେତେ ମିଳୁଛି ତାହା ସମୟ କହିବ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ମୃତ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳି ନ ଥିବା ବେଳେ ନିରପେକ୍ଷ ତଦନ୍ତ ନେଇ ସୁଶାନ୍ତଙ୍କ ଭାଇ ଆସିକା ବିଧାୟକଙ୍କୁ ଅନୁରୋଧ କରିଥିବା ଦେଖୁବାକୁ ମିଳିଛି ।

Related posts

କବି ସୁଶାନ୍ତ ରଣା ପାଇବେ ବିକ୍ଷିପ୍ତା ଜ୍ୟୋତି ସମ୍ମାନ

Sunil Chandra Nayak

ବିଜୁ ଏକ୍ସପ୍ରେସ ୱେ ବାଇକ ଦୁର୍ଘଟଣା,ବାଇକ ଚାଳକ ମୃତ୍ୟୁ,ପୋଲିସ ର ତଦନ୍ତ ଜାରି

masiha

ପରଲୋକଗତ ଶିକ୍ଷକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲା ସିନାପାଲି ଶିକ୍ଷକ ସଂଘ

Leave a Comment

error: Content is protected !!