ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକଙ୍କୁ ଆଖୂ ରେ ସ୍ପ୍ରେ ମାରି ଛୁରାମାଡ଼, ସଙ୍କଟପୂର୍ଣ୍ଣ ଅବସ୍ଥାରେ ରାୟପୁର ସ୍ଥାନାନ୍ତର

ଯୁବକଙ୍କୁ ଆଖୂ ରେ ସ୍ପ୍ରେ ମାରି ଛୁରାମାଡ଼, ସଙ୍କଟପୂର୍ଣ୍ଣ ଅବସ୍ଥାରେ ରାୟପୁର ସ୍ଥାନାନ୍ତର

ଭବାନୀପାଟଣା, ୦୮/୦୬ ( ବିଷ୍ଣୁ ଚରଣ ସ୍ବାଇଁ ) : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର ଅନ୍ତର୍ଗତ ଶାନ୍ତି ନଗର ଶବର ପଡ଼ା ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରାମାଡ଼ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆହତ ଯୁବକ ଜଣକ ହେଲେ ଶିବ ପ୍ରସାଦ ଦୁର୍ଗା ଟବୋ। ଗୁରୁତର ଅବସ୍ଥାରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଥିବା ବେଳେ ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ସୁଶାନ୍ତ କିରାନା ଦୋକାନ ନିକଟରେ ଏହି ଆକ୍ରମଣ ଘଟିଥିଲା। ସ୍ଥାନୀୟ ସୂତ୍ରରୁ ମିଳିଥିବା ଖବର ମୁତାବକ, ଆକ୍ରମଣକାରୀ ପ୍ରଥମେ ଶିବ ପ୍ରସାଦଙ୍କ ଆଖ୍ର ରେ ସ୍ପ୍ରେ ମାରିଥିଲେ ଏବଂ ପରେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଘଟଣାକୁ ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଟାଉନ ଥାନା ଆଇଆଇସିଙ୍କ ତତ୍ତ୍ବାବଧାନରେ ଘଟଣାର ତଦନ୍ତ ଚାଲିଥିବା ବେଳେ ଆକ୍ରମଣକାରୀ ଏପର୍ଯ୍ୟନ୍ତ ପୋଲିସ ହାତରେ ଧରାପଡ଼ିନାହାନ୍ତି। ଅଭିଯୁକ୍ତ ଫେରାର ଥ‌ିବା ସୂଚନା ମିଳିଛି। ଡାକ୍ତରଙ୍କ ସୂଚନା ଅନୁଯାୟୀ, ଶିବ ପ୍ରସାଦ ଦୁର୍ଗା ଟବୋଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ମଧ୍ୟ ସଙ୍କଟପୂର୍ଣ ରହିଛି। ଏହି ଘଟଣାର ପ୍ରକୃତ କାରଣ ଓ ଆକ୍ରମଣ ପଛରେ ଥ‌ିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ତଦନୁ ଜୋରଦାର କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥ‌ିବା ବେଳେ ପୋଲିସ ପରିସ୍ଥିତି ଉପରେ ନଜର ରଖୁଛନ୍ତି।

Related posts

ଜୁନାଗଡ଼ ଟାଟା ପାୱାର କର୍ମଚାରୀଙ୍କ ଦବଙ୍ଗଗିରି 

Sunil Chandra Nayak

ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗ ରେ ୨ଜଣ ଗିରଫ ।

Sunil Chandra Nayak

ବେକରେ ଦଉଡି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!