ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଶ୍ରମିକ ସଂଘ ଏସ୍‌ଟି ସେଲ୍‌ର ବନ୍ଧୁମିଳନ

ରାଉରକେଲା ଶ୍ରମିକ ସଂଘ ଏସ୍‌ଟି ସେଲ୍‌ର ବନ୍ଧୁମିଳନ 

ରାଉରକେଲା: ଆଜି ରାଉରକେଲା ଶ୍ରମିକ ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ଏସ୍‌ଟି ସେଲ୍ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି। ଏସ୍‌ଟି ସେଲ୍‌ର ଅଧ୍ୟକ୍ଷ ମନୋଜ କିଶାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଉପ-ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମହାପାତ୍ର, ଚକ୍ରଧର ପ୍ରଧାନ, ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ, ଆର୍. କେ. ପଣ୍ଡା, ଅକ୍ଷୟ ଜେନା, ନିହାର ଦାସ, ବୀରକିଶୋର ଶେଖରଦେଓ, ଏସ୍‌ସି ସେଲ୍ ଅଧ୍ୟକ୍ଷ ଡି. ନାୟକ ଏବଂ ମହିଳା ଶାଖାର ମୁଖ୍ୟ ପଦ୍ମାଳୟା ଧର ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ ।

ଏହି ଅବସରରେ ସାଧାରଣ ସମ୍ପାଦକ ଶ୍ରୀବେହେରା ନିଜ ବକ୍ତବ୍ୟରେ କହିଥିଲେ ଯେ, ରାଉରକେଲା ଶ୍ରମିକ ସଂଘ ମୂଳବାସୀ ଓ ସାଧାରଣ ଶ୍ରମିକଙ୍କ ଅଧିକାରର ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ ଲକ୍ଷ୍ୟ ନେଇ ଗଠିତ ହୋଇଥିଲା । ଆଗରୁ ରାଉରକେଲା ଇସ୍ପାତ କାରଖାନାର ଅନେକ ନିରୀହ କର୍ମଚାରୀ ନିଜର ନ୍ୟାୟସଙ୍ଗତ ଅଧିକାର ପାଇବାରେ ବଞ୍ଚିତ ହେଉଥିଲେ । ଅଧିକ ପରିଶ୍ରମ କରୁଥିଲେ ମଧ୍ୟ ସେମାନେ ପଦୋନ୍ନତିରୁ ବଞ୍ଚିତ ହୋଇ ଗୋଟିଏ ଗ୍ରେଡ୍‌ରେ ଯୋଗଦାନ କରି ସେହି ଗ୍ରେଡ୍‌ରେ ହିଁ ଅବସର ଗ୍ରହଣ କରୁଥିଲେ । ସେ କହିଥିଲେ ଯେ, ସେହି ନିରୀହ ଓ ବଞ୍ଚିତ କର୍ମଚାରୀଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ସ୍ୱର୍ଗତ ଏମ୍‌.ଡି.ଏନ୍‌. ପାଣିକରଙ୍କ ନେତୃତ୍ୱରେ ଏହି ସଂଘ ଗଢ଼ିଉଠିଥିଲା । ଆଜି ମଧ୍ୟ ସଂଘ ସେହି ଆଦର୍ଶ ଓ ନୀତିକୁ ଅନୁସରଣ କରି କାର୍ଯ୍ୟ କରୁଛି । ବର୍ତ୍ତମାନ ପଦୋନ୍ନତି, ମେଡିକାଲ୍ ରେଫର୍ କିମ୍ବା ପିଏଫ୍ ଟଙ୍କା ଉଠାଣ ଭଳି କ୍ଷେତ୍ରରେ କୌଣସି ପ୍ରକାର ଭେଦଭାବ କରାଯାଉ ନାହିଁ ।

ଆସନ୍ତା ଦିନରେ ମଧ୍ୟ ରାଉରକେଲା ଶ୍ରମିକ ସଂଘ ଆଦିବାସୀ ଓ ଜନଜାତି କର୍ମଚାରୀଙ୍କ ହିତକୁ ସର୍ବାଗ୍ରେ ରଖି କାର୍ଯ୍ୟ କରିବ ବୋଲି ସେ ଦୃଢ଼ତାର ସହ କହିଥିଲେ । ସମସ୍ତ କର୍ମଚାରୀଙ୍କୁ ଅନାବଶ୍ୟକ ଭାବେ ଛୁଟି ନ ନେଇ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇ ସେ କହିଥିଲେ ଯେ, “ରାଉରକେଲା ଶ୍ରମିକ ସଂଘ ସର୍ବଦା ଆପଣମାନଙ୍କ ସହ ରହିଛି ଏବଂ ରହିବ । ସମସ୍ତ ଅତିଥି ନିଜ ନିଜ ବକ୍ତବ୍ୟରେ ଏକତା ଓ ସଂଗଠନର ଶକ୍ତି ଉପରେ ଗୁରୁତ୍ୱ ଦେଇ ରାଉରକେଲା ଶ୍ରମିକ ସଂଘକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଏସ୍‍ଟି ସେଲ୍ ର ଉପସଭାପତି ସୁରେଶ କିଶାନ,ବନ୍ଧୁ ଲାକ୍ରା , ସାଧାରଣ ସମ୍ପାଦକ ଦାଶରଥି ସୋରେନ,ଉପସାଧାରଣ ସମ୍ପାଦକ ଯୁଗଳ ଟୋପୋ, କାର୍ଯ୍ୟକାରୀ ସଦସ୍ୟ ସୁନିଲ୍ ଟୋପୋ, ରାଜେଶ ଏକ୍କା, ଅବିନାଶ କିଶାନ, ଦାମୋଦର ମାଝୀ, ସୁରେଶ କିଶାନ,ଟିକନ୍ ଦେହୁରୀ, ବାଇଧର ଟୁଡୁ, କିଶୋର ଓରାମ,ହେକା ଓରାମ, ସୁନିଲ ଜୋଜୋ, ମନୋଜ ଓରାମ,ଷ୍ଟାନିସଲାସ ଏକ୍କା , ମନୋଜ ବାକ୍ସଲା, ରବିନ୍ଦ୍ର ମାହାଲି,ସୁମନ କିଶପଟା,ମଙ୍ଗଲ ଲାକ୍ରା,ବୀରସା ଲାକ୍ରା , ଗାଲୁ ହେମ୍ବ୍ରମ, ତିମାଲ କାଣ୍ଡୁଲାନା, ରବିନ୍ଦ୍ର ଓରାମ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଦାଶରଥି ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅତିରିକ୍ତ ଜିଲ୍ଲାପାଳ ଦ୍ୱୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

Sunil Chandra Nayak

କାର୍ ସହ ସ୍କୁଟି ଧକ୍କା

Sunil Chandra Nayak

ଆଜି ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳନ ସମାରୋହ

masiha

Leave a Comment

error: Content is protected !!