ରାଇରଙ୍ଗପୁର ଟାଉନ ଥାନା ! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା !
ସ୍କ୍ରୋପିଅ ପିଟିଲା ଚୂଡି ଫେରିବାଲାର ବାଇକ କୁ ! ଚୂଡିବାଲାର ଜୀବନ ନାଟିକା ଉଡିଗଲା; ଚାପା ଉତ୍ତେଜନା ଏବଂ କିଛି ସମୟ ଗାଡ଼ି ଚଳାଚଳ ବନ୍ଦ
ରାଇରଙ୍ଗପୁର – ୯/୦୬ ଦିନକୁ ଦିନ ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ପାଲଟିଛି ।ଆରଟିଓ ଅଫିସର ଅନତିଦୂରରେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ପୁରୁଣା ପାଣି ପଞାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଜି ମଙ୍ଗଳଵାର ଦିନ ସକାଳ ୭ ଟା ସମୟରେ ଏକ ଚୂଡି ଫେରିବାଲା ବାଇକ (0R-11E-2088)କୁ ଧକ୍କା ଦେଲା ଧଳା ସ୍କ୍ରୋପିଅ ( 0D 11ADO841)।ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଫେରିବାଲାର ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି କିଛି ସମୟ ପରେ ତା’ର ଜୀବନ ନାଟିକା ଚାଲି ଯାଇଥିଲା ।ଘଟଣାକୁ ନେଇ ଚାପା ଉତ୍ତେଜନା ହେବା ସହ ୩ ଘଣ୍ଟାରୁ ଉର୍ଦ୍ଧ୍ବ ଗାଡ଼ି ଚଳାଚଳ ଵନ୍ଦ ରହିଥିଲା ।ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯଦୁନାଥ ଯେନା,ଏସଡିପିଓ ବୀରେନ୍ଦ୍ର ସେନାପତି ,ରାଇରଙ୍ଗପୁର ଟାଉନ ଥାନାଧିକାରୀ ଜ୍ୟୋତି ପ୍ରକାଶ ସ୍ଵାଇଁ , ଵହଳଦା ଥାନାଧିକାରୀ ଭାସ୍କର ପ୍ରଧାନ,ଵିଧାୟକ ଜଲେନ ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲାପରେ ଲୋକେ ରାସ୍ତାରୁ ହସିଥିଲେ ।ବିଧାୟକ ଜଲେନ ନାଏକ କହିଥିଲେ ପିଡିତ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ସାହାୟତା ରେଡକ୍ରସ ଫଣ୍ଡ,ଏବଂ ସରକାରଙ୍କ ଦୁର୍ଘଟଣା ଜନିତ କ୍ଷୟକ୍ଷତିପୂରଣ,ଶବ ସତ୍କାର ଖର୍ଚ,ସୁଦ୍ଧିକ୍ରିୟା ଖର୍ଚ ପ୍ରଭୃତି ଯୋଗାଇଦିଆଯିବ । ସ୍କ୍ରୋପିଓ ଚାଳକକୁ ପୋଲିସ ଥାନାରେ ଅଟକ ରଖିବା ସହ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି । ଶବକୁ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପୋଲିସ ପଠାଇଛି ।ମୃତକ ହେଲେ ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମ୍ୟ ସେକ ଫୁଦୁଷ ।ତାଙ୍କର ଦୁଇଟି ଝିଅ ଏବଂ ରୋଗାଗ୍ରସ୍ତ ଦିବ୍ଯାଙ୍ଗ ପୁଅ ଅଛି ।ଆସନ୍ତା ମାସ ବଡ଼ ଝିଅ ବାହାଘର ଅଛି ।ଅପରପକ୍ଷରେ ଆଗକୁ ୫ ଦିନ ପରେ ରଜ ସଂକ୍ରାନ୍ତି ।ହିନ୍ଦୁପରିବାରର ବହୁ ଝିଅମାନେ ଶଙ୍ଖା,ଚୂଡି,ଅଳତା, ସିନ୍ଦୂର,ରିବନ,ଟିକିଲି ,ପାଉଡର,ଚୂଡି ,ସେଫଟିପିନ୍,ନନେଲ ପାଲିସ୍ କିଣିବେ ।ତେଣୁ ଏହି ସମୟରେ ଝିଅ ବୋହୂଙ୍କ ଚାହିଦାକୁ ଲକ୍ଷ୍ୟ କରି ବେପାର ଭଲ ହେବ ଆଶା କରିବା ସହ ଆସନ୍ତା ମାସରେ ଝିଅ ବାହାଘର ପାଇଁ କିଛି ଟଙ୍କା ରୋଜଗାର କରିବ ଭାବି ସେକ୍ ଫୁଦୁଷ ସକାଳୁ ତରତରିଆ ପେଟପାଟଣା ପାଇଁ ଘରୁ ବାହାରି ଆସିଥିଲା ।ହେଲେ ଯମ ଜାତୀୟ ରାଜପଥ ୨୨୦ ନମ୍ବର ପୁରୁଣା ପାଣି ଗାଁ ଛକରେ ରାସ୍ତା କଡ଼ରେ ଜଗିଥିଲା ସତେ ଯେମିତି ।ଫୁଦୁଷ ଅତ୍ୟନ୍ତ ସରଳ ଓ ମେଳାପି ଦରଦି ମଣିଷଟିଏ ଥିଲା ।ତା’ ର ଏଭଳି ଦୁଃଖଦ ମୃତ୍ଯୁ ନେଇ ଗମ୍ଭାରିଆ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।ତଦସହ ଗାଁ ଗଣ୍ଡାରେ ଝିଅ ବୋହୂମାନେ ଦୁଃଖରେ କହୁଛନ୍ତି ଆହା ! ଫିଦୋଷ ଭାଇ ଚଲାଗିୟା !
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ

