ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପରିଷଦ ସଭାପତି ସରସ୍ଵତୀ ମାଝୀଙ୍କ ଦାୟିତ୍ଵ ଗ୍ରହଣ 

ରାୟଗଡ଼ା – ୧୩/୫ – ନିର୍ବାଚନର ୨ ମାସ ପରେ ଜିଲ୍ଲା ପରିଷଦ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ସରସ୍ଵତୀ ମାଝୀ, ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା   ଓ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ସଭାପତି ସରସ୍ଵତୀ ମାଝୀ ନିଜ କାର୍ଯ୍ୟାଳୟ କୁ ଯାଇ ଦାୟିତ୍ଵ ଗ୍ରହଣ କରି ଥିଲେ। ମନ୍ତ୍ରୀ ଶ୍ରୀ ସ।ରକା ଓ ବିଧାୟକ ଶ୍ରୀ ମୁଦୁଲି ଜିଲ୍ଲା ପରିଷଦ ସଭାପତି ଙ୍କୁ ଫୁଲ ତୋଡା ଦେଇ ସ୍ବାଗତ ଜଣାଇବା ସହ ଜିଲ୍ଲା ର ବିକାଶରେ ନୂତନ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇ ଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଗମାନ ଗମନ ଭିତ୍ତିଭୂମିକୁ ସୁଦୃଢ କରିବା ,ମହିଳା ସଶକ୍ତି କରଣକୁ ଗୁରୁତ୍ଵ ଦେଇ ଜିଲ୍ଲା ବିକାଶ କୁ ଶୀର୍ଷ ରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା ବୋଲି ମତ ରଖିଛନ୍ତି। ସରସ୍ଵତୀ ମାଝୀ ତାଙ୍କର ଏହି ଦାୟିତ୍ଵ ଗ୍ରହଣ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବିଭୀଷଣ ମାଝୀ ଜିଲ୍ଲା ପରିଷଦ ସଭ୍ୟ ସନ୍ଧ୍ୟା ରାଣୀ ଫୁଲକା ସମେତ ଅନ୍ୟ ସମିତି ସଭ୍ୟ ସରପଞ୍ଚ ଏବଂ ଅଞ୍ଚଳ ବାସୀଙ୍କ ତରଫରୁ ସଭାପତି ଙ୍କୁ ଫୁଲ ତୋଳା ଦେଇ ଶୁଭେଚ୍ଛା ଜଣାଇ ଥିଲେ।

ରାୟଗଡ ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଉମାକାନ୍ତ ଦାସ ଙ୍କ ପ୍ରବନ୍ଧ ଷାଠିଏ ପଉଟି

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ବାସନ୍ତୀ ଲତା ଜେନା, ଗାନ୍ଧୀ ନଗର, ନବରଙ୍ଗପୁର, ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Leave a Comment

error: Content is protected !!