ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ (PMSMA)ର ୧୦ ବର୍ଷ ପୂର୍ତି ଅବସରରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ସବ ପାଳିତ

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ (PMSMA)ର ୧୦ ବର୍ଷ ପୂର୍ତି ଅବସରରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ସବ ପାଳିତ

ବ୍ରହ୍ମପୁର,ତା ୦୯/୦୬ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ (PMSMA)ର ସଫଳ ୧୦ ବର୍ଷ ପୂର୍ତି ଅବସରରେ ମଙ୍ଗଳବାର ଦିନ ବ୍ରହ୍ମପୁର ସ୍ଥିତ ଆସ୍କା ରୋଡ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (UPHC) ଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ଥ‌ିବା ଅତିଥିବ ବୃନ୍ଦ ଯଥା ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ମହାନଗର ନିଗମ କମିଶନର ସୁଶ୍ରୀ ଏ. ଶସ୍ୟା ରେହ୍ମୀ, ଅତିରିକ୍ତ ସହରାଞ୍ଚଳ ଜନ ସ୍ବାସ୍ଥ୍ୟ ଅଧିକାରୀ, ବ୍ରହ୍ମପୁର ଡା. ଶରତ କୁମାର ସାମଲ, ଆସ୍କା ରୋଡ ୟୁ.ପି.ଏଚ.ଚି ମେଡିକାଲ ଅଫିସର, ଡା. ନାରାୟଣ ବେହେରା, ସି.ପି.ଏମ. ଏନୟୁଏଚଏମ, ବ୍ରହ୍ମପୁର, ଲମ୍ବୋଦର ଦିଗଲ, ଏ.ପି.ଏମ. ପି.ଏଚ.ଏମ. ଆଶା ଦିଦି, ୟୁ.ପି.ଏଚ.ଚି ର ସମସ୍ତ କର୍ମଚାରୀ ଓ ହିତାକାରୀମାନେ ଉପସ୍ଥିତ ଥିଲେ ।।କାର୍ଯ୍ୟକ୍ରମର ଆରମ୍ଭରେ ସି.ପି.ଏମ. ଶ୍ରୀ ଲମ୍ବୋଦର ଦିଗଲ ମଞ୍ଚ ପରିଚାଳନା କରିବା ସହ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ ଏବଂ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପରେ ମାନ୍ୟଗଣ୍ୟ ଅତିଥିମାନଙ୍କ ଦ୍ବାରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।।ମାନ୍ୟବର ବିଧାୟକ, ବ୍ରହ୍ମପୁର ମହୋଦୟ ତାଙ୍କ ଅଭିଭାଷଣ ମାଧ୍ୟମରେ କହିଲେ ୧୦ ବର୍ଷରେ ମାତୃ ମୃତ୍ୟୁହାର ୧୩୦ ରୁ ୮୭ ପର୍ଯ୍ୟନ୍ତ ପ୍ରାୟ ୪୩% ହ୍ରାସର ମୂଳ କାରଣ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ଅଟେ । ଆଗାମୀ ଦିନରେ ଗର୍ଭବତୀ ମହିଳାମାନଙ୍କ ପାଇଁ ଆହୁରି କିଛି ନୂଆ ଯୋଜନା କରିବାର ଇଚ୍ଛା ପ୍ରକାଶ କରିଛନ୍ତି । ସେହିପରି ମାନନୀୟI ମେୟର ମହୋଦୟା ତାଙ୍କ ଅଭିଭାଷଣରେ ଗର୍ଭବତୀ ମହିଳାଙ୍କ ମୁତାବକ ଔଷଧ ଖାଇବା ଓ ପୁଷ୍ଟିକର ଖାଦ୍ୟ ଗ୍ରହଣ ଏବଂ ନିଜର ସାମାଜିକ, ଭୌତିକ ବିକାଶ ପାଇଁ ଧ୍ୟାନଦେବା କଥାକୁ କହିଥିଲେ । କମିଶନର ମହୋଦୟା ତାଙ୍କ ବାର୍ତ୍ତା ମାଧ୍ଯମରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ଯଥା, ଜନନୀ ସୁରକ୍ଷା ଯୋଜନା, ଜନନୀ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ କହିଥିଲେ । ଏହା ସହିତ କେଉଁ ଗର୍ଭବତୀ ମହିଳା ଏହି ସରକାରୀ ଯୋଜନାର ଲାଭ ପାଇବା ପାଇଁ ଯୋଗ୍ୟ ଏବଂ ସେମାନେ କିପରି ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ମାଗଣା ଚିକିତ୍ସା ଓ ସହାୟତା ପାଇପାରିବେ, ସେ ବିଷୟରେ ଆଲୋଚନା କରିଥିଲେ ।।କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ।ହିତାଧିକାରୀମାନଙ୍କୁ ପୌଷ୍ଟିକ ଖାଦ୍ୟ (Diet) ବଣ୍ଟନ କରାଯାଇଥିଲା। ଗର୍ଭାବସ୍ଥାରେ ସୁସମ ଖାଦ୍ୟ ଓ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ସଚେତନତା ବାର୍ଭା ପ୍ରଦାନ କରାଯାଇଥିଲା ।ଶେଷରେ ଅତିରିକ୍ତ ସହରାଞ୍ଚଳ ଜନ ସ୍ୱାସ୍ଥ୍ୟ ଅଧିକାରୀ, ବ୍ରହ୍ମପୁର ଡା. ଶରତ କୁମାର ସାମଲ ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥ୍, ସ୍ବାସ୍ଥ୍ୟ କର୍ମୀ ଏବଂ ହିତାଧୁକାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ । ସମସ୍ତଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ମଧ୍ଯରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।

Related posts

ଜନ୍ମ ମାଟିରେ ସ୍ବର୍ଗତ ନୃସିଂହ ଚରଣ ଦେବତାଙ୍କୁ ଶ୍ରଦ୍ଧାଞ୍ଜଳି

masiha

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର -୬ ରେ ପ୍ରବେଶ ଉତ୍ସବ ପାଳିତ

masiha

ବାଇକ ଦୁର୍ଘଟଣା ଘଟଣାରେ ହତ୍ୟା ଅଭିଯୋଗରେ ରାସ୍ତାରୋକ

masiha

Leave a Comment

error: Content is protected !!