ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ମଙ୍ଗଳ ପାଇଁ ଆଦିବାସୀଙ୍କ ଧନ ଲଷ୍ମୀ ପୂଜା ପାଳନ ହୋଇଯାଇଛି 

ଗାଁ ମଙ୍ଗଳ ପାଇଁ ଆଦିବାସୀଙ୍କ ଧନ ଲଷ୍ମୀ ପୂଜା ପାଳନ ହୋଇଯାଇଛି 

ବନ୍ଧୁଗାଁ ତା, ୧୦/୯/୨୬, କୋରାପୁଟ ଅଧୁସିତ ଆଦିବାସୀ ବହୁଳ ଭାବରେ ସୁପରିଚିତ ଅଟେ I ୧୨ ମାସରେ ଆଦିବାସୀଙ୍କ ପରମ୍ଫରା ଅନୁଯାଇ ପୂଜା ପାଟ ଉପରେ ଖୁବ ନିର୍ଭର ସିଳ ହୋଇଥାନ୍ତି I ଆଦିବାସୀଙ୍କ ପାରମ୍ଫାରିକ ରୁ ଚାଲି ଆସିଥିବା ପୂଜାକୁ ନେଇ ଆଜି ଆଲମଣ୍ଡା ପଞ୍ଚାୟତ ର କିଛି ଗ୍ରାମରେ ଧନ ଲଷ୍ମୀ ପୂଜା ଶେଷ ହୋଇଥିବା ବେଳେ ଆଜି ରାମଚନ୍ଦ୍ରପୁର ଗାଁର ଆଦିବାସି ଙ୍କ କୁଳ କୁଟୁମ୍ବ ଙ୍କୁ ନେଇ ଧନ ଲଷ୍ମୀ ପୂଜା ହୋଇଥିଲା I ଏହି ପୂଜା ର ମୁଖ୍ୟତା ହେଲା ବର୍ଷା ମାସର ଆରମ୍ଭ ସୁଦ୍ଧା ନିଜ ଗାଁରେ ରହୁଥିବା ଆଦିବାସୀଙ୍କ ପରିବାର ପାଇଁ ଏକ ସାର୍ବଯୋନିନ ର ଉଦାହରଣ ଗ୍ରାମରେ ବସବାସ କରୁଥିବା ଲୋକଙ୍କ ପ୍ରତି କୌଣସି ପ୍ରକାର ରୋଗ ଦୁଃଖ କଷ୍ଟ ଓ ବିପଦ ନ ଆସିବା ପାଇଁ ଓ ଘରର ପଇସା ପତ୍ର ଅଯଥା ଅନ୍ୟତ୍ର ଭାବରେ ଖର୍ଚ୍ଚାନ୍ତ ହୋଇ ପରିବାର ପାଇଁ ବିପଦର ସମୁଖୀନ ନ ହବା ପାଇଁ ଗ୍ରାମରେ ରହୁଥିବା ସମସ୍ତ ପରିବାରରୁ ଘରର ରୋଷେଇ ହୋଇଥିବା ଭାତ ଓ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀକୁ ନେଇ ଗାଁର ଅନ୍ୟ ଗ୍ରାମର ସୀମାନ୍ତରେ ଗ୍ରାମର ଜାନି ଦିଶାରି ଓ ପେଜେଣି ଓ ପୂଜକଙ୍କୁ ନେଇ ଗାଁ ସୀମାନ୍ତ ଠାରେ ଗ୍ରାମର ସମସ୍ତ ସଦଶ୍ୟଙ୍କ ଉପସ୍ଥିତରେ ଗାଁ ଦେବୀଙ୍କ ନାଁରେ ଗାଁ ପାଇଁ ଆସୁଥିବା ଦୁଃଖ କଷ୍ଟରୁ ଦୁରେଇ ରଖିବା ସହ ଚାଷ ର ଅମଳ ଗୁଡିକ ଅନିଷ୍ଟ ନ ହୋଇ ଗ୍ରାମ ମଙ୍ଗଳ ହୋଇ ରହିବା ଭାବରେ ଗାଁ ଦେବତାଙ୍କୁ ଆଦିବାସୀ ଙ୍କ ପାରମ୍ଫାରିକ ରୀତିନୀତି ଅନୁଯାଇ ପୂଜା କରିଥାନ୍ତି I ଯଦ୍ୱାରାକି ଅନ୍ୟ ଗାଁର ରୋଗ ଓ ଅନ୍ୟାନ୍ୟ ଘଟଣା ନିଜ ଗାଁରେ ପ୍ରବେଶ ନ କରି ଗାଁ ଲୋକଙ୍କ ସୁରକ୍ଷା ପାଇଁ ଏକ ସୁରକ୍ଷା କବଚ୍ଚ ଭାବରେ ଢାଲ ହୋଇ ଗାଁ ଲୋକଙ୍କୁ ସୁରକ୍ଷା ଯୋଗେଇ ଦେବା ପାଇଁ ଗାଁରେ ରହୁଥିବା ଲୋକେ ଗାଁ ଦେବୀଙ୍କ ଉପରେ ଭରସା କରି ଧନ ଲଷ୍ମୀ ପୂଜା କରିଥାନ୍ତି I ଗାଁ ପୂଜା ସରି ଗାଁର ମୁଖ୍ୟ ଲୋକେ ଗାଁ ନିକଟ ନଦୀ ବା ଝରଣା କୁ ଯାଇ ପାଣି ଗାଧେଇ ନିଜ ନିଜ ଘରକୁ ଯାଇଥାନ୍ତି ଓ ଗାଁରେ ମାଁଙ୍କ ନାମରେ ଭଜିଭାତ କରି ଏକତ୍ରିତ ହୋଇ ଖାଇଥାନ୍ତି I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବନ୍ଧୁଗାଁ ବ୍ଲକର ଶ୍ରୀରାମ ମନ୍ଦିରରେ ସଂକ୍ଷିପ୍ତ ରାମାୟଣରେ ଯଜ୍ଞ କାର୍ଯ୍ୟ ସହ ଆଧ୍ୟାତ୍ମିକ ପରିବେଶ ସହ, ସ୍ଥାନେ ସ୍ଥାନେ ଜୟ ଶ୍ରୀ ରାମ ନାମରେ କମ୍ପି ଉଠିଲା ପରିବେଶ 

masiha

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

masiha

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ନବମ ଦିନ

masiha

Leave a Comment

error: Content is protected !!