ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ କୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ

କୋକସରା-୧୪/୫-(ମ ନି ସ)  ପୁଣି କଳାହାଣ୍ଡି ର ଦାଦନ ଶ୍ରମିକ ଙ୍କ ବାଙ୍ଗାଲୋର ରେ ଦୁର୍ଘଟଣାରେ ମୃତ୍ୟୁ ଅଭିଯୋଗ ଘଟଣା ଏବେ ସାମ୍ନା କୁ ଆସିଛି। କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ସିଉନି ଗ୍ରାମର ଦ୍ୱାରୁ ନାଏକ ଙ୍କ ପୁଅ ଗଜେନ୍ଦ୍ର ନାଏକ ( ୨୫) ଗତ ଦେଢ଼ ମାସ ତଳେ ପରିବାର ର ଆର୍ଥିକ ଅଭାବ ଯୋଗୁଁ ସାଥି ଶ୍ରମିକ ଙ୍କ ସହ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ। ବାଙ୍ଗାଲୋର ର କୁମୁଳଗଡ ଗେରପାଲିଆ ରେ ଥିବା ପ୍ରଭା ଇଣ୍ଡଷ୍ଟ୍ରିଆଲ ଠିକାସଂସ୍ଥାରେ କାମ କରୁଥିବା ସୁଚନା ମିଳିଛି। କାମ କୁ ବାହାରିବା ସମୟରେ ଟ୍ରେନ ଧକ୍କା ଦେବା ଫଳରେ ଗଜେନ୍ଦ୍ର ନାଏକ ଙ୍କ ମୃତ୍ୟୁ ହୋଇଥିବା ପରିବାର ଙ୍କ ପାଖରେ ଗୁରୁବାର ରାତି ଖବର ପହଞ୍ଚିଥିଲା। ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଶବ ଗତକାଲି ରାତିରେ ଘରକୁ ଆସିଥିଲା। ତେବେ ରୋଜଗାରିଆ ଭେଣ୍ଡିଆ ପୁଅ ର ଦୁର୍ଘଟଣା ଜନିତ ମୃତ୍ୟୁ ଖବର ପାଇ ବୃଦ୍ଧ ବାପା ମା ପରିବାର ଭାଙ୍ଗି ପଡିଛନ୍ତି। ତାଙ୍କ ମୃତଦେହ ଗାଁ କୁ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଓ ଆଜି ସକାଳେ ଶବ ସତ୍କାର କରାଯାଇଥିଲା ।

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା  ମା’ ବିଶ୍ୱ ଜନନୀ

Sunil Chandra Nayak

ବାତ୍ୟା ଅସାନି: ୧୦ ତାରିଖରେ ପୁରୀ ଠାରୁ ୧୦୦ କିମି ଦୂର ଦେଇ କରିବ ଅତିକ୍ରମ…..ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା

ସାପ କାମୁଡା ରେ ଯୁବତୀ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!