ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ 

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ 

ଡାବୁଗାଁ, ୧୦/୬ (ମ. ନି. ସ.)- ମଙ୍ଗଳବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଡ଼ଙ୍ଗରୀଗୁଡା ଗ୍ରାମ ନିକଟ କାଜୁ ବଗିଚା ମଧ୍ୟରେ ଚାଲିଥିବା ଖୁଡୁଖୁଡି ଖେଳ ଉପରେ ଡାବୁଗାଁ ପୋଲିସ ଚଢାଉ କରି ୫ ଜଣ ଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଡାବୁଗାଁ ଗ୍ରାମ ନିକଟ କାଜୁ ବଗିଚା ମଧ୍ୟରେ ଖୁଡୁଖୁଡି ଖେଳ ଚାଲିଥିବା ପୋଲିସ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରିଥିଲା | ପୋଲିସ ପହଞ୍ଚିବା ଦେଖି ସେଠାରେ ଖେଳୁଥିବା ଲୋକେ ଦୌଡି ପଳାଇଥିଲେ | ୫ ଜଣ ଲୋକ ପୋଲିସ ହାତରେ ଧରା ପଡିଥିଲେ | ଏଥିରେ ୬ ଟି ଗୋଟି, ୧ ଟି ପାଲି, ୧ ଟି ଝୁଡି ଓ ୩ ହଜାର ୨ ଶହ ଟଙ୍କା ଜବତ କରାଯାଇଛି | ଏଥିରେ ସମ୍ପୃକ୍ତ ଡ଼ଙ୍ଗରୀଗୁଡା ଗ୍ରାମର ଲଛମନ ହରିଜନ, ସଦାଶିବ ଚାଲାଣ, ଭଗତ ଭତ୍ରା, ଉଗ୍ରସେନ ବିନ୍ଧାଣୀ ଓ ଧରମ ପାନକା ଙ୍କୁ ଗିରଫ କରାଯାଇଛି | ଥାନା ଆଇଆଇସି ଲଚ୍ଛମୀ ପରଜା ଙ୍କ ନେତୃତ୍ୱ ରେ ଏଏସଆଇ ବ୍ୟାସ କୁମାର ଜାନୀ ଓ ରାମଚନ୍ଦ୍ର ନାୟକ ସମେତ ପୋଲିସ କର୍ମଚାରୀ ମାନେ ଚଢାଉରେ ସାମିଲ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ ନେଇ  ଭିଜିଲାନ୍ସ ଜାଲରେ ସୁପରଭାଇଜର।

masiha

ଜାଲ କାଗଜ ଜାତ ରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

Sunil Chandra Nayak

ଡକାୟତି ଉଦ୍ୟମ ପଣ୍ଡ : ୫ ଅଭିଯୁକ୍ତଙ୍କ ଗିରଫ ସମେତ ଅସ୍ତ୍ରଶସ୍ତ୍ର ଜବତ

Sunil Chandra Nayak

Leave a Comment

error: Content is protected !!