ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ 

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ 

ଡାବୁଗାଁ, ୧୦/୬ (ମ. ନି. ସ.)- ମଙ୍ଗଳବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଡ଼ଙ୍ଗରୀଗୁଡା ଗ୍ରାମ ନିକଟ କାଜୁ ବଗିଚା ମଧ୍ୟରେ ଚାଲିଥିବା ଖୁଡୁଖୁଡି ଖେଳ ଉପରେ ଡାବୁଗାଁ ପୋଲିସ ଚଢାଉ କରି ୫ ଜଣ ଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଡାବୁଗାଁ ଗ୍ରାମ ନିକଟ କାଜୁ ବଗିଚା ମଧ୍ୟରେ ଖୁଡୁଖୁଡି ଖେଳ ଚାଲିଥିବା ପୋଲିସ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରିଥିଲା | ପୋଲିସ ପହଞ୍ଚିବା ଦେଖି ସେଠାରେ ଖେଳୁଥିବା ଲୋକେ ଦୌଡି ପଳାଇଥିଲେ | ୫ ଜଣ ଲୋକ ପୋଲିସ ହାତରେ ଧରା ପଡିଥିଲେ | ଏଥିରେ ୬ ଟି ଗୋଟି, ୧ ଟି ପାଲି, ୧ ଟି ଝୁଡି ଓ ୩ ହଜାର ୨ ଶହ ଟଙ୍କା ଜବତ କରାଯାଇଛି | ଏଥିରେ ସମ୍ପୃକ୍ତ ଡ଼ଙ୍ଗରୀଗୁଡା ଗ୍ରାମର ଲଛମନ ହରିଜନ, ସଦାଶିବ ଚାଲାଣ, ଭଗତ ଭତ୍ରା, ଉଗ୍ରସେନ ବିନ୍ଧାଣୀ ଓ ଧରମ ପାନକା ଙ୍କୁ ଗିରଫ କରାଯାଇଛି | ଥାନା ଆଇଆଇସି ଲଚ୍ଛମୀ ପରଜା ଙ୍କ ନେତୃତ୍ୱ ରେ ଏଏସଆଇ ବ୍ୟାସ କୁମାର ଜାନୀ ଓ ରାମଚନ୍ଦ୍ର ନାୟକ ସମେତ ପୋଲିସ କର୍ମଚାରୀ ମାନେ ଚଢାଉରେ ସାମିଲ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୨୮ କେଜି ଗଞ୍ଜେଇ ଜବତ ଜଣେ ଗିରଫ 

Sunil Chandra Nayak

କେସିଙ୍ଗା ରାସ୍ତାରେ କନ୍ଧମାଳ ପୋଲିସ ୩୬ ଘାଣ୍ଟରେ ଲୁଟେରା ଙ୍କୁ ଧରିଲେ । ୧୭ ଲକ୍ଷ ୫୦ ହଜାର ଟଙ୍କା ଜବତ କଲେ

Sunil Chandra Nayak

ବେକରେ ଦୌଡି ଦେଇ ଜଣଙ୍କର ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ

masiha

Leave a Comment

error: Content is protected !!