ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର: ଦୁଇ ଦିନରେ ୫୫୨ ରୋଗୀଙ୍କୁ ବିଶେଷଜ୍ଞ ସେବା 

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର: ଦୁଇ ଦିନରେ ୫୫୨ ରୋଗୀଙ୍କୁ ବିଶେଷଜ୍ଞ ସେବା 

ନବରଙ୍ଗପୁର:( ତା ୧୦.୬.୨୦୨୬)(ରବିନାରାୟଣମହାନ୍ତି)ଓଡ଼ିଶା ସରକାରଙ୍କ ଜନମୁଖୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ “ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ” ଅନ୍ତର୍ଗତ ଏକ ମେଗା ମଲ୍ଟି-ସ୍ପେସିଆଲିଟି ସ୍ୱାସ୍ଥ୍ୟ ଶିବିର ୦୯.୦୬.୨୦୨୬ ରୁ ୧୨.୦୬.୨୦୨୬ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନବରଙ୍ଗପୁର ପରିସରରେ ଅନୁଷ୍ଠିତ ହେଉଛି। ଏହି ଶିବିର ମାଧ୍ୟମରେ ଜିଲ୍ଲାବାସୀଙ୍କୁ ସେମାନଙ୍କ ଦ୍ୱାରପ୍ରାନ୍ତରେ ଉଚ୍ଚସ୍ତରୀୟ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ପହଞ୍ଚାଇବାର ଉଦ୍ଦେଶ୍ୟ ରହିଛି।ଶିବିରର ପ୍ରଥମ ଦିନରେ ସାଧାରଣ ଶଲ୍ୟ ଚିକିତ୍ସା, ଅସ୍ଥିରୋଗ, ଚକ୍ଷୁରୋଗ, ହୃଦରୋଗ ସମେତ ବିଭିନ୍ନ ବିଶେଷଜ୍ଞ ବିଭାଗର ଡାକ୍ତରମାନେ ୨୫୦ରୁ ଅଧିକ ରୋଗୀଙ୍କୁ ପରାମର୍ଶ ଓ ଚିକିତ୍ସା ସେବା ପ୍ରଦାନ କରିଥିଲେ। ସେହିପରି ଶିବିରର ଦ୍ୱିତୀୟ ଦିନରେ ୩୦୨ ଜଣ ରୋଗୀ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶ ଗ୍ରହଣ କରିଥିଲେ। କେବଳ ବିଶେଷଜ୍ଞ ପରାମର୍ଶ ନୁହେଁ, ରୋଗୀମାନଙ୍କ ପାଇଁ ଆବଶ୍ୟକୀୟ ନିଦାନାତ୍ମକ ପରୀକ୍ଷା ଯଥା ରକ୍ତ ପରୀକ୍ଷା, ଅଲ୍ଟ୍ରାସାଉଣ୍ଡ, ଇସିଜି ଓ ଅନ୍ୟାନ୍ୟ ତଦନ୍ତ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଥିଲା। ଏହା ଦ୍ୱାରା ଦୂରଦୂରାନ୍ତର ରୋଗୀମାନେ ବଡ଼ ବଡ଼ ସହରକୁ ନଯାଇ ନିଜ ଜିଲ୍ଲାରେ ହିଁ ଉନ୍ନତ ଚିକିତ୍ସା ସେବା ଓ ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ପାଇପାରିଛନ୍ତି।ବିଭିନ୍ନ ବିଶେଷଜ୍ଞ ବିଭାଗର ଡାକ୍ତର, ପାରାମେଡିକାଲ କର୍ମଚାରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ସମନ୍ୱିତ ପ୍ରୟାସରେ ଶିବିରଟି ଚାଲିଥିବା ବେଳେ ଆଗାମୀ ଦିନରେ ଅଧିକ ସଂଖ୍ୟକ ରୋଗୀ ଏହାର ସୁବିଧା ନେବେ ବୋଲି ଆଶା କରାଯାଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳରେ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର -ଛାତ୍ରୀ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

masiha

ଉପାନ୍ତ ଏକୁଲ ସେକୁଲରେ ବିରାଶାଳ ସିଏଚସି ପକ୍ଷରୁ ସ୍ପେଶାଲ ହେଲଥ କ୍ୟାମ୍ପ

Sunil Chandra Nayak

ଡ଼ୁମା ଡଙ୍ଗର ଠାରେ ଷ୍ଟେଟ ବେଙ୍କ ର ନୂତନ ଲିଙ୍କ ଶାଖା ଉଦ୍ଘାଟନ

masiha

Leave a Comment

error: Content is protected !!